କଙ୍କଡାହାଡ, ଢେଙ୍କ।ନାଳ ଜିଲ୍ଲା କଙ୍କଡ଼ାହାଡ ବ୍ଲକ
. କଙ୍କଡାହାଡ, ଢେଙ୍କ।ନାଳ ଜିଲ୍ଲା କଙ୍କଡ଼ାହାଡ ବ୍ଲକ ଦେହୁରି ହତାଗ୍ରାମରେ ଚଷା ସମାଜ ର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି, ଏହି ବୈଠକରେ ଜରଡା ଗ୍ରାମର ଚଷା ସମାଜର ପର୍ଯ୍ୟବେଷକ ଶ୍ରୀଯୁକ୍ତ କାର୍ତ୍ତିକ ବେହେରା ଓ ଶ୍ରୀଯୁକ୍ତ ଶକଂର୍ଷଣ ଜେନାଙ୍କ ଉପସ୍ଥିତିରେ ସଭା ଅନୁଷ୍ଠିତ ହୋଇଥିଲା, ଦେହୁରୀ ହତା ଗ୍ରାମ ର ଶତାଧିକ ଚଷା ଭାଇମାନେ ସଭାରେ ଉପସ୍ଥିତ ରହିଥିଲେ, ପ୍ରଥମେ ଗ୍ରାମର ଗ୍ରାମଦେବୀଙ୍କ ଫଟୋରେ ପୁଷ୍ପ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା, ଚଷା ସମାଜରେ କିପରି ସୃଙ୍ଖଳିତ ଭାବରେ ନିଜ ନିଜ ଭିତରେ ଏକତା ହୋଇ ଭାଇଚାରା ସୃଷ୍ଟି କରିବା ଓ ଜାତି ସମାଜର ଟେକ ରଖିବା ତାହା ଆଲୋଚନା ହୋଇଥିଲା, ଖୁସିର କଥା ଆଗକୁ ଚଷାଭାଇର ଚାଷ କାମର ଆଗମନ ତେଣୁ ଗ୍ରାମ ର ସମସ୍ଥ ଚଷା ଭାଇମାନେ ଏକତ୍ରିତ ହୋଇ ଚକବନ୍ଧି ଭାଗ କରି କେଉଁ ଜାଗାରେ କେଉଁ କିଶମର ଧାନ ବିହନ ରୁଆଜିବ ତାହା ଆଲୋଚନା ହୋଇଥିଲା!