Header-News-Banner

ଏମ୍ ଜି ଏମ କମ୍ପାନୀରେ ଛିଡିଗଲା କଣ୍ଟେନର ଯୁବ ଇଂଜିନିୟରଙ୍କ ମୃତ୍ୟୁ।

0
WhatsApp Image 2026-06-04 at 6.11.17 PM

ଖୋର୍ଦ୍ଧା:୪/୬ ଢେଙ୍କାନାଳ ସ୍ଥିତ ଓଡାପଡା ବ୍ଲକ ଅନ୍ତର୍ଗତ ନିମିଧାସ୍ଥିତ ଏମଜିଏମ କମ୍ପାନୀ ର ଶୁକ୍ରବାର ସମ୍ପ୍ରସାରଣ କାର୍ଯ୍ୟପାଇଁ ନିୟୋଜିତ ଗୋଟିଏ ମୋବାଇଲ (ଭ୍ରାମ୍ୟମାନ କ୍ରସର) କଣ୍ଟେନର ଛିଡିପଡିବାରୁ ସେଠାରେ ତଳେ କାର୍ଯ୍ୟ ତଦାରଖ କରୁଥିବା ଯୁବ ଇଂଜିନିୟର ଶତାବ୍ଦୀ ରାଜମୋହନଙ୍କ ଉପରେ ପଡିଥିଲା ।କଣ୍ଟେନର ତଳେ ଚିପିହୋଇଥିବା ଇଂଜିନିୟରଙ୍କୁ ଉପସ୍ଥିତ କର୍ମଚାରୀଙ୍କୁ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟ ,ପରେ କଟକ ଭୁବନେଶ୍ୱର ମଝିରେ ଥିବା ଘରୋଇ ସମ ହସ୍ପିଟାଲ,ପରେ କଟକ ପୁରୀ ରୋଡ଼ରେ ଥିବା ଶ୍ରୀ ହସ୍ପିଟାଲ ,ପରେ ଅବସ୍ଥା ଗୁରୁତର ହେବାରୁ ରାଜଧାନୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ତେବେ ଶନିବାର ରାତିରେ ସତାବ୍ଦୀଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ତେବେ ଉକ୍ତ ଯୁବ ଇଂଜିନିୟରଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ପ୍ରଶ୍ନ ଉଠୁଛି। ଏତେ ଗୁରୁତର ଥିବା ସତ୍ୟେ ତାଙ୍କୁ କାହିଁକି କଟକ ବଡ ମେଡିକାଲ ଛାଡି ଭୁବନେଶ୍ୱର ଅଣାଗଲା ଯଦିବି ଅଣାଗଲା ପ୍ରଥମେ ଭର୍ତ୍ତି କରାଯାଇଥିବା ସମ ରୁ ଫେରାଇ ଆଣି ଏକ ଛୋଟ ଶ୍ରୀ ହସ୍ପିଟାଲରେ ଭର୍ତିକରାଗଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ସେଠାରେ ୨୪ ଘଣ୍ଟା ପକାଇ ରଖି କୌଣସି ଉତ୍ତମ ଚିକିତ୍ସା ନ ହେବାରୁ ପରିବାର ଲୋକ ପହଞ୍ଚି ଆପୋଲୋ ହସ୍ପିଟାଲକୁ ନେଇଥିଲେ ହେଲେ ସେଠାରେ ସତାବ୍ଦୀଙ୍କ ମୃତ୍ୟୁ ଘଟିଥିଲା। କମ୍ପାନୀରେ କାମକରୁଥିବା କିଛି କର୍ମଚାରୀ ସାଂଘାତିକ ତଥ୍ୟ ଦେଇଛନ୍ତି। ଗୁରୁତର ଅବସ୍ଥାରେ ଅଣା ଯାଉଥିବା ଯୁବ ଇଂଜିନିୟର ସତାବ୍ଦୀକୁ ଅଣା ଯାଇଥିବା କମ୍ପାନୀ ଆମ୍ବୁଲାନ୍ସ ରେ ଅକ୍ସୀଜେନ ନଥିଲା କି ଏସି ଚାଲୁ ନଥିଲା । ଅବସ୍ଥା ଗୁରୁତର ହେଉଥିବାରୁ କର୍ମଚାରୀ ମାନେ କଟକରେ ଭଲ ହସ୍ପିଟାଲ ରେ ଭର୍ତିକରିବାକୁ କହିଥିବାବେଳେ କମ୍ପାନୀର କର୍ତ୍ତୃପକ୍ଷ ସେମାନଙ୍କୁ ତାଗିଦ କରି ଶ୍ରୀ କୁ ନେବାକୁ କହିଥିଲେ ବିମଳ ବାବୁ ଯାହା କହୁଛନ୍ତି ସେୟା କର ଘଟଣା ସମ୍ପର୍କରେ କାହା ଆଗରେ ମୁହଁ ନ ଖୋଲିବାକୁ ତାଗିଦ କରିଥିଲେ।। ସୂଚନାଯୋଗ୍ୟ କାହିଁକି ଶ୍ରୀରେ ଜବରଦସ୍ତ ଭର୍ତ୍ତି କରାଗଲା। ଅବସ୍ଥା ଏତେ ଗୁରୁତର ସତ୍ୟେ ପରିବାର କିମ୍ବା ସମ୍ପର୍କୀୟ ଙ୍କୁ ଜଣା ଗଲାନି ତାହାବି ପ୍ରଶ୍ନ ବାଚି ସୃଷ୍ଟି କରିଛି। ଅନ୍ୟ ପକ୍ଷରେ ମୃତକ ଇଂଜିନିୟର ଇଲେକ୍ଟ୍ରିକାଲଡିଭିଜନ ରେ କାମ କରୁଥିବା ବେଳେ ସେଦିନ ତାଙ୍କୁ ମେକାନିକାଲ ବିଭାଗରେ କାହିଁକି ନିୟୋଜିତ କରାଯାଇଥିଲା ବୋଲି ପ୍ରଶ୍ନ ଉଠୁଛି । ଅନ୍ୟପଟେ ଏତେବଡ ଦୁର୍ଘଟଣା ପରେ କମ୍ପାନୀର କେହି ଅଫିସିଆଲ ଷ୍ଟାଫ ନ ଆସିବା ତାହା ମଧ୍ୟ ଆହୁରି ପ୍ରଶ୍ନ ଉଠାଇଛି। ସାଙ୍ଗରେ ଆସିଥିବା କମ୍ପାନୀର ଦୁଇଜଣ କର୍ମଚାରୀ ନିଜ ନାମ ଗୋପନ ରଖି କହିଛନ୍ତିଯେ ତିନି ଚାରି ମାସ ହେବ କମ୍ପାନୀରେ ଦୁଇ ଗୋଷ୍ଠୀ ଙ୍କ ମଧ୍ୟରେ ଛକା ପଞ୍ଝା ଲାଗି ରହିଛି । ଶତାବ୍ଦୀ ସାର ସେମାନଙ୍କ ଭୁଲକୁ ଧରିବା ଏନେଇ କମ୍ପାନୀ ମାଲିକଙ୍କୁ ଜଣାଉଥିଲେ ଫଳରେ ହେରଫେର କରୁଥିବା କର୍ମଚାରୀ ତାଙ୍କର ଶତ୍ରୁ ହୋଇଯାଥିଲେ।ଉଭୟ ଉଭଙ୍କ ପାଇଁ ଶତ୍ରୁତା ଯୋଗୁ ୪ ମାସ ତଳେ ଅନୁରୂପ ଭାବେ ଜଣେ କର୍ମଚାରୀଙ୍କ ଗୋଡ ସମ୍ପୂର୍ଣ୍ଣ କଟି ଯାଇଛି। କମ୍ପାନୀରେ କର୍ମଚାରୀ କିମ୍ବା ଶ୍ରମିକଙ୍କ ପାଇଁ କୌଣସି ସେଫଟି ସୁରକ୍ଷା ବ୍ୟବସ୍ଥା ନାହିଁ। ଏନେଇ କମ୍ପାନୀ ସୁରକ୍ଷା ଅଧିକାରୀ ପ୍ରମୋଦ ଶ୍ରୀବାସ୍ତାଵ କହିଛନ୍ତି ଘଟଣାର ତଦନ୍ତ କରା ଯାଉଛି।
ଅନ୍ୟପଟେ ଶେଷ ମୁହୂର୍ତ୍ତରେ ହସ୍ପିଟାଲ ଆସିଥିବା କମ୍ପାନୀ ଏଚଆର ପ୍ରଶାନ୍ତ ରଥଙ୍କୁ ସମ୍ପର୍କୀୟ ଘଟଣା ସମ୍ପର୍କରେ ପଚାରିବାରୁ ସେ କୌଣସି ସନ୍ତୋଷ ଜନକ ଉତ୍ତର ନଦେଇପାରି ଲୁଚିକି ପଳାଇ ଯାଇଥିଲେ । ତାଙ୍କୁ ଫୋନ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ। ବିମଳ ବାବୁ କିଏ ? ଏ ଭଳି ପ୍ରଶ୍ନ ଆହୁରି ରହସ୍ୟମୟ ହେଉଛି। ତେବେ ଏନେଇ ପରିବାର ,ସମ୍ପର୍କୀୟ କହିଛନ୍ତି ଘଟଣାର ଉଚିତ ତଦନ୍ତ ତଦନ୍ତ କରାଯାଇ ଦୋଷୀକୁ ଚିହ୍ନଟ କରାଯାଉ।

Spread the love

Leave a Reply

Your email address will not be published. Required fields are marked *