ବିଧାୟକଙ୍କ ଦ୍ୱାରା ପଟ୍ଟା ବଣ୍ଟନ ବୃକ୍ଷ ରୋପଣ
କୁନ୍ଦୁରା କଳିଙ୍ଗ ଫାକୋସ୍ 05/06/26:-କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଅଧିନସ୍ଥ ତହସିଲ କାର୍ଯ୍ୟାଳୟ ଠାରେ କୋଟପାଡ଼ ରୂପୁ ଭତ୍ରା ଙ୍କ ଦ୍ୱାରା ବସୁନ୍ଧରା ଯୋଜନାରେ ହିତାଧିକାରୀ ଙ୍କୁ ପଟ୍ଟା ବଣ୍ଟନ କରାଯାଇଛି। ଗରିବ ଭୂମିହୀନ ହିତାଧିକାରୀଙ୍କୁ ଥଇଥାନ କରିବା ନିମନ୍ତେ ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ 341 ଜଣ ମଧ୍ୟରୁ 51 ଙ୍କୁ ବିଧାୟକ ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ଗରିବ ହିତାଧିକାରୀଙ୍କ ନିମନ୍ତେ ମିଳୁଥିବା ଆବାସ ଯୋଜନା ନିମନ୍ତେ ପଟ୍ଟା ଆବଶ୍ୟକ ପଡୁଥିବା ବେଳେ ପଟ୍ଟା ଅଭାବରୁ ଗୃହ ମିଳୁନଥିଲା। ଯାହାକୁ ଆଖି ଆଗରେ ରଖି ସରକାର ପ୍ରଶାସନ ଦ୍ୱାରା ଏହି ଯୋଜନା ମାଧ୍ୟମରେ ଏହି ଲୋକଙ୍କୁ ପଟ୍ଟା ଯୋଗାଇ ଦେଉଛନ୍ତି।ବସୁନ୍ଧରା ଯୋଜନା ଅଧୀନରେ ପ୍ରଥମ ପର୍ଯ୍ୟାୟରେ 341 ଜଣ ହିତାଧିକାରୀ ଚିହ୍ନଟ ହୋଇଥିବା ବେଳେ ଆଜି 51 ଜଣ ଙ୍କୁ ବିଧାୟକ ପ୍ରଦାନ କରିଛନ୍ତି। ବର୍ତ୍ତମାନ ହିତାଧିକାରୀ ସୁବିଧାରେ ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ନିର୍ମାଣ ରେ ପଟ୍ଟା ନେଇ ସମସ୍ୟା ରହିବନି ବୋଲି ବିଧାୟକ କହିଛନ୍ତି।ଏହା ପରେ କୁନ୍ଦୁରା ବନ ବିଭାଗ ଦ୍ୱାରା ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବିଧାୟକ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଛି।କୁନ୍ଦୁରା ତହସିଲ ଏବଂ ବନ ବିଭାଗ ମଧ୍ୟରେ ଥିବା ଏକ ସ୍ଥାନରେ ବୃକ୍ଷ ରୋପଣ କରାଯାଇଛି।ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ପ୍ରକୃତିକୁ ସୁରକ୍ଷା ପଲିଥିନ ମୁକ୍ତ ଅଞ୍ଚଳ ଭାବେ ରଖିବାକୁ ବିଧାୟକ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।ବିଭିନ୍ନ ଅନୁଷ୍ଠାନ ଗୁଡିକରେ ପଲିଥିନ ବ୍ୟବହାର ନକରି ଅଞ୍ଚଳକୁ ସୁଦ୍ଧ କରିବାକୁ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକ ପ୍ରତିନିଧି ବଦ୍ରିନାରାୟଣ ଆଚାର୍ଯ୍ୟ, ଏମପି ପ୍ରତିନିଧି ଅମ୍ବୁ ପାତ୍ର, ଗ୍ରୀଭାନ୍ସ ପ୍ରତିନିଧି ପ୍ରକାଶ ପଟ୍ଟନାୟକ,ସୁମିତ ସାହୁ,ଜିଲ୍ଲା ପରିଷଦ ସଭ୍ୟା କନକ ଲତା ପେଣ୍ଠିଆ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ତରୁଣୀ ସେନ ବିଷୋୟୀ, ଅଭିଳାଷ ବେହେରା, ତୁଷାର ଭଟ୍ଟ ପ୍ରମୁଖ ଉପସ୍ଥିତ ଥିଲେ।