Header-News-Banner

କବାଡ଼ିଖାନାକୁ ଗଲା ସରକାରୀ ବସ୍

0
WhatsApp Image 2026-06-13 at 7.55.55 AM

ସୁରକ୍ଷା ଓ ଠିକ୍ ରକ୍ଷଣାବେକ୍ଷଣକୁ ଦାୟୀକଲେ ଅଞ୍ଚଳବାସୀ, ବୁଦ୍ଧିଜୀବୀ

ନବରଙ୍ଗପୁର,୧୩/୬,ଗୋବିନ୍ଦ ତ୍ରିପାଠୀ ନବରଙ୍ଗପୁର

ସାଧାରଣ ଲୋକଙ୍କ ଯାତାୟାତକୁ ସୁଗମ କରିବା ପାଇଁ ସରକାର ବିଭିନ୍ନ ଅଞ୍ଚଳରେ ଯାତ୍ରୀବାହୀ ବସ୍ ସେବା ଯୋଗାଇ ଆସୁଛନ୍ତି | କିନ୍ତୁ ସାମାନ୍ୟ ମରାମତି ଓ ରକ୍ଷଣାବେକ୍ଷଣର ଅଭାବ ଯୋଗୁ ଅନେକ ସରକାରୀ ବସ୍ ଅକାମୀ ହୋଇ କବାଡି ଖାନାକୁ ଯାଉଥିବା ଦୃଶ୍ୟ ଏବେ ଚିନ୍ତାର ବିଷୟ ପାଲଟିଛି। ଆଞ୍ଚଳିକ ପରିବହନ ନିଗମ (ଓଏସ୍‌ଆର୍‌ଟିସି), ନବରଙ୍ଗପୁର ଡିପୋରେ ବର୍ଷ ବର୍ଷ ଧରି ପଡ଼ି ରହିଥିବା ବସ୍‌ଗୁଡ଼ିକ ଶେଷରେ କବାଡିମାଲ ଭାବେ ବିକ୍ରିହୋଇ ଅନ୍ୟ ରାଜ୍ୟକୁ ପରିବହନ ହେଉଥିବା ଦେଖାଯାଇଛି। ବୁଧବାର ରାତିରେ ଜୟପୁର ଆଡୁ କେତେକ ଟ୍ରକ୍‌ରେ ବସ୍‌ଗୁଡିକୁ ବୋହି ଅନ୍ୟ ରାଜ୍ୟକୁ ନିଆଯାଇଛି। ନବରଙ୍ଗପୁର ଅସ୍ଥାୟୀ ବାଇପାସ୍ ରାସ୍ତା ଦେଇ ଦେଇ – ଟ୍ରକ୍‌ଗୁଡ଼ିକରେ ବୋଝେଇ ହୋଇ ସରକାରୀ ବସ୍‌ଗୁଡିକୁ ନିଆଯାଇଛି। ସରକାର ଏକପଟେ ନୂତନ ବସ୍ ସେବା

ନବରଙ୍ଗପୁର ଡିପୋରେ ପୁରୁଣା ବସ୍‌ଗୁଡିକୁ କଟାଯାଉଛି।

ଆରମ୍ଭ କରୁଥିବା ବେଳେ ଅନ୍ୟପଟେ ପୁରୁଣା ବସ୍‌ଗୁଡ଼ିକର ଏଭଳି ଅବହେଳା ଓ ଅପଚୟ ଘଟଣା ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନ ସୃଷ୍ଟି କରିଛି। ନବରଙ୍ଗପୁର ଡିପୋର ସମସ୍ୟାର ସ୍ଥାୟୀ ସମାଧାନ ସହ ଜବରଦଖଲ ଉଚ୍ଛେଦ ଏବଂ ପରିବହନ ଭିଭିଭୂମିର ଉନ୍ନତି ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ଧରିଛି। ଏକ ସମୟରେ ଶତାଧିକ ଯାତ୍ରୀଙ୍କୁ ନିଜ ଗନ୍ତବ୍ୟସ୍ଥଳରେ ପହ‌ଞ୍ଚାଉଥିବା

ବସ୍‌ଗୁଡ଼ିକ ଆଜି ଟ୍ରକ୍ ଉପରେ ଲଦାହୋଇ ଡିପୋ ପରିସରରୁ ବାହାରୁଛି। କେତେକ ବସ୍‌କୁ ସମ୍ପୂର୍ଣ ଅବସ୍ଥାରେ ଟ୍ରକ୍ ଯୋଗେ

ଅନ୍ୟ ରାଜ୍ୟକୁ ପଠାଯାଉଥିବା ବେଳେ ଆଉ କେତେକ ବସ୍‌କୁ କବାଡି ବ୍ୟବସାୟୀମାନେ ମେଶିନ ସାହାଯ୍ୟରେ କାଟି ଖଣ୍ଡ ଖଣ୍ଡ କରି ପରିବହନ କରୁଛନ୍ତି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ବସ୍‌ଗୁଡ଼ିକରେ ସାମାନ୍ୟ ତ୍ରୁଟି ଦେଖାଦେବା ପରେ ସେଗୁଡ଼ିକୁ ମରାମତିକରି ପୁନର୍ବାର ଚଳାଚଳ ଉପ‌ଯୋଗୀ କରାଯାଇପାରୁଥିଲା। କିନ୍ତୁ ଦୀର୍ଘ ଦିନ ଧରି ଅବହେଳିତ ଭାବେ ପଡ଼ି ରହିବାରୁ ବସଗୁଡ଼ିକରେ କଳଙ୍କି ଲାଗିବା ସହ ଯନ୍ତ୍ରାଂଶ ନଷ୍ଟ ହୋଇଯାଇଥିଲା। ଫଳରେ ସରକାରୀ ସମ୍ପତିର ମୂଲ୍ୟ ହ୍ରାସ ପାଇବା ସହ ଶେଷରେ ସେଗୁଡ଼ିକୁ କବାଡି ଭାବେ ବିକ୍ରି କରିବାକୁ ପଡ଼ିଛି। ଅନ୍ୟପଟେ, ନବରଙ୍ଗପୁର ବସ ଡିପୋ ଓ ବସ୍‌ଷ୍ଟାଣ୍ଡ ପରିସରରେ ବଢ଼ୁଥିବା ଜବରଦଖଲ ମଧ୍ୟ ଏକ ଗୁରୁତର ସମସ୍ୟା ଭାବେ ଉଭା ହୋଇଛି। ଡିପୋ ଆଖପାଖ ଅଞ୍ଚଳରେ ଅନଧିକୃତ ଦଖଲ ଯୋଗୁ ବସ୍ ଷ୍ଟାଣ୍ଡର ପରିସର ସଂକୀର୍ଣ୍ଣ ହୋଇପଡ଼ିଛି। ଏଥିଯୋଗୁ ବସ୍ ଚଳାଚଳ, ପାକିଂ ଓ ଯାତ୍ରୀଙ୍କ ଯାତାୟାତରେ ବିଭିନ୍ନ ସମସ୍ୟା ଦେଖାଦେଉଛି। ପରିବହନ ବିଶେଷଜ୍ଞମାନଙ୍କ ମତରେ, ସରକାରୀ ସମ୍ପରିର ସୁରକ୍ଷା ଓ ଠିକ୍ ରକ୍ଷଣାବେକ୍ଷଣ ନ ହେଲେ ଏଭଳି ଅବସ୍ଥା ସୃଷ୍ଟି ହେବା ସ୍ବାଭାବିକ। ସମୟାନୁସାରେ ମରାମତି ଓ ଆଧୁନିକୀକରଣ କରାଯାଇଥାନ୍ତା ହେଲେ ଅନେକ ବସ ଆଜି ମଧ୍ୟ ସେବା ଯୋଗାଇ ପାରୁଥାନ୍ତା ବୋଲି ସେମାନେ କହିଛନ୍ତି। ଏ ନେଇ ନବରଙ୍ଗପୁର ଡିପୋ ମ୍ୟାନେଜର ସନ୍ତୋଷ କୁମାର ନାୟକଙ୍କୁ ପଚାରିବାରୁ ଅଚଳ ଅବସ୍ଥାରେ ପଡ଼ି ରହିଥିବା ବସ ଗୁଡିକ scrap କରିବାକୁ ଓଡ଼ିଶାର ସମସ୍ତ ଡିପୋ ପାଇଁ ଟେଣ୍ଡର ହୋଇଥିଲା। ନବରଙ୍ଗପୁର ଡିପୋରୁ ୭ଟା ବସ ସ୍କ୍ରିପ୍ ଭାବେ ନିଆଯାଇଥିବା ସେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *