Header-News-Banner

ଥାନା ଅଧିକାରିଣୀଙ୍କ ଦୁବ୍ୟବହାରରେ ଥାନା ସମ୍ମୁଖରେ ଉତ୍ତେଜନା

0
WhatsApp Image 2026-06-13 at 12.49.55 PM


କଲ୍ୟାଣସିଂହପୁର-୧୧/୬(ନିପ୍ର ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକର ଶିକରପାଇ ଠାରେ ଥାନା ଅଧିକାରିଣୀଙ୍କ ଦୁବ୍ୟବହାରରେ ଯୋଗୁଁ ଥାନା ସମ୍ମୁଖରେ ଉତ୍ତେଜନା କଲେ ଲୋକେ। ଥାନା ଅଧିକାରିଣୀ କଳ୍ପନା ବେହେରା ଦୁବ୍ୟବହାର
କରୁଥିବା ଅଭିଯୋଗ କରି ଥାନା ସାମ୍ନାରେ ସିକରପାଇ ଗାଁ ଲୋକେ ଉତ୍ତେଜନା କରିଥିବା ଦେଖିବା କୁ ମିଳିଛି। ସିକରପାଇ ଗାଁ ଲୋକେ ଗୁରୁବାର ରାତ୍ର ରେ ଥାନା ସାମ୍ନା ରେ ଉତ୍ତେଜନା ହେଉ ଥିବା ବେଳେ ରାୟଗଡ଼ା ଏସଡିପିଓ ଗୌର ହରି ସାହୁ ଓ ଚାନ୍ଦିଲି ଥାନା ଅଧିକାରୀ ଉତ୍ତମ କୁମାର ସାହୁ କଲ୍ୟାଣସିଂହପୁର ଥାନାରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିବା ଦେଖିବା କୁ ମିଳିଛି। ଗାଁ ଲୋଙ୍କ ଙ୍କ କହିବା ଅନୁଯାୟୀ ସିକରପାଇ ଠାରେ ରେଳ ବିଭାଗ ତରଫରୁ ହେଉଥିବା କାମ ଯୋଗୁଁ ଗାଁ ଦେଇ ଗାଡିଗୁଡିକ ଯାଉଥିବାରୁ ବିଭିନ୍ନ ସମୟରେ ରାସ୍ତା ଉପରେ ଧୂଳି ଉଡ଼ିବା ସହ ରାସ୍ତା ଜାମ୍ ହୋଇଥିବା ରୁ ଲୋକେ ରାସ୍ତା ଉପରେ ପାଣି ପକାଇବା ପାଇଁ କହିଥିଲେ। ଏହାକୁ ନେଇ କିଛି ଗାଡି କୁ ଲୋକମାନେ ଅଟକାଇ ଥିଲେ ଏହା ପରେ ପୋଲିସ୍ ଅଧିକାରୀ କଳ୍ପନା ବେହେରା ପହଞ୍ଚି ବାରମ୍ବାର ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ଏହାକୁ ନେଇ ଶିକରପାଇ ଲୋକେ ଥାନା ସାମ୍ନା ରେ ଉତ୍ତେଜନା କରିଥିବା ଦେଖିବା କୁ ମିଳିଛି। ଏହି ବିଷୟ କୁ ନେଇ ଆମେ ଏସଡିପିଓ ଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ। କଲ୍ୟାସିଂହପୁର ରୁ ଅଭିଳାଷ ମହାନନ୍ଦିଆ ଅଙ୍କ ରିପୋର୍ଟ କଳିଙ୍ଗ 24 news

Spread the love

Leave a Reply

Your email address will not be published. Required fields are marked *