Header-News-Banner

ଖୋର୍ଦ୍ଧାରେ ପାଳିତ ବିଶ୍ୱ ରକ୍ତଦାତା ଦିବସ

0
WhatsApp Image 2026-06-14 at 1.25.21 PM

ଖୋର୍ଦ୍ଧା:୧୪/୬ ( ନିମାଇଁ ଚରଣ ମହାରଣା )ଆଜି ବିଶ୍ୱ ରକ୍ତଦାତା ଦିବସ ଅବସରରେ ଖୋର୍ଦ୍ଧା ଗୋପବନ୍ଧୁ ମୁଖ୍ୟ ଚିକିତ୍ସାଳୟ ପ୍ରାଙ୍ଗଣର ସଭାଗୃହରେ ପାଳିତ ହୋଇଯାଇଛି ବିଶ୍ୱ ରକ୍ତଦାତା ଦିବସ। ଏହି ଅବସରରେ ରକ୍ତଦାନର ମହତ୍ତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ସହ ନିୟମିତ ରକ୍ତଦାନ କରୁଥିବା ରକ୍ତଦାତାଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରତିବର୍ଷ ଜୁନ ୧୪ ତାରିଖରେ ସମଗ୍ର ବିଶ୍ୱରେ ପାଳନ କରାଯାଏ ବିଶ୍ୱ ରକ୍ତଦାତା ଦିବସ। ସ୍ୱେଚ୍ଛାକୃତ ରକ୍ତଦାନକୁ ପ୍ରୋତ୍ସାହିତ କରିବା ଏବଂ ରକ୍ତଦାତାଙ୍କ ଅବଦାନକୁ ସମ୍ମାନ ଜଣାଇବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଗୋପବନ୍ଧୁ ମୁଖ୍ୟ ଚିକିତ୍ସାଳୟ ପ୍ରାଙ୍ଗଣର ସଭାଗୃହରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଥିଲା। କାର୍ଯ୍ୟକ୍ରମରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ,ସାମ୍ବାଦିକ, ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ଓ ବହୁ ରକ୍ତଦାତା ଯୋଗଦେଇଥିଲେ। ବିଶେଷ କରି ଖୋର୍ଦ୍ଧା ରକ୍ତ ଭଣ୍ଡାରରେ ନିୟମିତ ଭାବରେ ରକ୍ତଦାନ କରୁଥିବା ସ୍ୱେଚ୍ଛାସେବୀ ରକ୍ତଦାତାମାନଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ରକ୍ତଦାନ ଜରିଆରେ ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇ ହୋଇପାରୁଥିବାରୁ ଅଧିକରୁ ଅଧିକ ଲୋକଙ୍କୁ ଏହି ମହତ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ କରାଯାଇଥିଲା । ରକ୍ତଦାନ ହେଉଛି ମହାଦାନ। ଜଣେ ବ୍ୟକ୍ତିଙ୍କ ସ୍ୱେଚ୍ଛାକୃତ ରକ୍ତଦାନ ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇପାରେ। ତେଣୁ ସମାଜରେ ରକ୍ତଦାନ ପ୍ରତି ସଚେତନତା ବୃଦ୍ଧି ସହ ସମସ୍ତଙ୍କୁ ନିୟମିତ ରକ୍ତଦାନ ପାଇଁ ଆଗେଇ ଆସିବାକୁ ଆହ୍ୱାନ କରାଯାଇଛ ।

Spread the love

Leave a Reply

Your email address will not be published. Required fields are marked *