Header-News-Banner

ଫାଇଲେରିଆ ଚିହ୍ନଟ ଅଭିଯାନ

0
WhatsApp Image 2026-06-14 at 2.39.28 PM


ଝରିଗାଁ- ତା-୧୪-୦୬-୨୦୨୬ ନବରଙ୍ଗପୁର ଜିଲ୍ଲା ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଗତ ତିନି ଦିନ ଧରି ଆରମ୍ଭ ହୋଇଥିବା ଫାଇଲେରିଆ ଚିହ୍ନଟ ଅଭିଯାନ ଆଜି ଶେଷ ହୋଇଛି।ଝରିଗାଁ ବ୍ଳକର ବେଲଗାଁ ଗ୍ରାମ ସହ ଏକମ୍ବା ଏବଂ କଇଗାଁ ଗ୍ରାମରେ ରାତ୍ରକାଳୀନ ରକ୍ତ ନମୁନା ସଂଗ୍ରହ ହୋଇଥିଲା।ତିନି ଗ୍ରାମରେ ପ୍ରାୟ ୯୦୦ ଜଣଙ୍କ ରକ୍ତ ସଂଗ୍ରହ କରି ପରୀକ୍ଷା ପାଇଁ ପଠା ଯାଇଥିବା ସୂଚନା ମିଳିଛି।ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଡ଼ ସନ୍ତୋଷ ପ୍ରଧାନ,MTS ସୁନୀଲ ପାତ୍ର,ସୁପରଭାଇଜର ପରନାଥ ମାଝୀ, ପୂର୍ଣ୍ଣ ଚନ୍ଦ୍ର ପ୍ରହରାଜ, ମନୋରଞ୍ଜନ ମହାନ୍ତି, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ବିଭୂ ପ୍ରସାଦ ଉଲ୍ଲକା,LT ପ୍ରଧାନୀ ସାନ୍ତା,ଦେବେନ୍ଦ୍ର ଗଣ୍ଡ,ରାଜୁ ଜଗତ CHO ପ୍ରଣତି ନାୟକ ପ୍ରମୁଖ ସହ ସ୍ଥାନୀୟ ମହିଳା ସ୍ୱାସ୍ଥ୍ୟ କର୍ମୀ ନମିତା ଲେଙ୍କା,ବାସନ୍ତୀ ସରକାର,ବିପୁକା ରାଣୀ ରାୟ ଓ ଆଶାକର୍ମୀ ମାନେ ତିନି ଗ୍ରାମରେ ଉପସ୍ଥିତ ରକ୍ତ ନମୁନା ସଂଗ୍ରହ କରିଥିଲା।ରକ୍ତ ପରୀକ୍ଷା ପରେ ଫାଇଲେରିଆ ଚିହ୍ନଟ ହେଲେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାଗଣା ଚିକିତ୍ସା ସହ ଔଷଧ ଦିଆଯିବ ବୋଲି ସୂଚନା ମିଳିଛି।ଝରିଗାଁ ରୁ ମୁରଲୀଧର ହରିଜନ ଙ୍କ ରିପୋର୍ଟ କଳିଙ୍ଗ ଫୋକସ।

Spread the love

Leave a Reply

Your email address will not be published. Required fields are marked *