Header-News-Banner

ରଜନୀ କାନ୍ତ ନାଏକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

0
WhatsApp Image 2026-06-14 at 3.12.26 PM

ଧାର୍ମଗଡ ,୧୪/୦୬:(କଳିଙ୍ଗ ଫୋକସ ପ୍ରମୋଦ କୁମାର ପଣ୍ଡା ଙ୍କ ରିପୋର୍ଟ):
ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ ଭବାନୀପାଟଣା ଓ ଧର୍ମଗଡ ଉପଖଣ୍ଡ ରେ ରଜନୀ କାନ୍ତ ନାଏକ କନିଷ୍ଠ ସହାୟକ ଭାବେ କାର୍ଯ୍ୟ ସମ୍ପାଦନ କରି ମଇ ୩୧ ତାରିଖରେ ଅବସର ଗ୍ରହଣ କରିଥିଲେ। ତାଙ୍କର ଶୃଙ୍ଖଳିତ, ଅମାୟିକ, କାର୍ଯ୍ୟ ଦକ୍ଷତା ବ୍ୟକ୍ତିତ୍ୱ ଯୋଗୁଁ ସେ ଉପରିସ୍ଥ ଅଧିକାରୀ, ସହକର୍ମୀ ଓ ଠିକାଦାର ମାନଙ୍କ ପ୍ରିୟଭାଜନ ହୋଇପାରିଥିଲେ। ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଖଣ୍ଡ ଭବାନୀପାଟଣା, ଧର୍ମଗଡ ଉପଖଣ୍ଡ କାର୍ଯ୍ୟାଳୟ ସମେତ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଠିକାଦାର ସଂଘ ପକ୍ଷରୁ ପୃଥକ୍ ଭାବେ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଠିକାଦାର ସଂଘ ପକ୍ଷରୁ ଭବାନୀପାଟଣା ଭାରତ ପ୍ୟାଲେସ ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ କାହ୍ନୁ ଚରଣ ମଣ୍ଡଳ, ପ୍ରଭାତ ଧଳ, ମନୋଜ ଗୁପ୍ତା, ଦୀପକ ପ୍ରଧାନ, ଜ୍ୟୋତି ପ୍ରକାଶ ମହଲା,ଦିନେଶ ଅଗ୍ରୱାଲ, ଶମ୍ଭୁ ଯୋଷୀ, ସଞ୍ଜୟ ସିଂ ପ୍ରମୁଖ ଠିକାଦାର ଉପସ୍ଥିତ ରହି କନିଷ୍ଠ ସହାୟକ ଶ୍ରୀ ନାଏକଙ୍କ କର୍ତ୍ତବ୍ୟ ପରାୟଣତାକୁ ପ୍ରଶଂସା କରିବା ସହ ମାନପତ୍ର, ଉପଢୌକନ ଓ ପ୍ରୀତି ଉପହାର ପ୍ରଦାନ କରିଥିଲେ। ଠିକାଦାର ଅଶୋକ କୁମାର ମହାପାତ୍ର ସଭା ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *