ଘଟଗାଁ ବନ କାର୍ଯ୍ୟାଳୟ ତରଫରୁ ଭଜନ ସମାରୋହ
ଘଟଗାଁ,୧୬। ୬(ତ୍ରିଲୋଚନ ପାତ୍ର )ପବିତ୍ର ରଜ ସଂକ୍ରାନ୍ତି ଅବସର ରେ ଘଟଗାଁ ବନ କାର୍ଯ୍ୟାଳୟ ତରଫରୁ ଭଜନ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଘଟଗାଁ ମା ତାରିଙ୍କ ପାଲା ମଣ୍ଡପ ଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲା ବନ ଖଣ୍ଡ ଅଧିକାରୀ ଏଚ ଡି ଧନରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ବନ ଖଣ୍ଡ ଅଧିକାରୀ ମଦନ ଲାଲ ଶର୍ମା, ଭୁବନେଶ୍ଵର ବନଖଣ୍ଡ ଅଧିକାରୀ ପ୍ରଣୀତ ଆଚାର୍ଯ୍ୟ,ଅବସର ପ୍ରାପ୍ତ ବନାଞ୍ଚଳ ଅଧିକାରୀ ସୁକେଶୀ ଶତୃଶଲ୍ୟ, ଘାସିରାମ ପାତ୍ର, ସହକାରୀ ବନ ସଂରକ୍ଷଣ ଅଧିକାରୀ ଅଶୋକ କୁମାର ଦାସ, ସନ୍ଦୀପ କୁମାର ପଣ୍ଡା ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ଘଟଗାଁ ବନାଞ୍ଚଳ ଅଧିକାରୀ ସରୋଜ କୁମାର ମିଶ୍ର ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ରୋହିତ କୁମାର ବେହେରା ସଂଯୋଜନା କରିଥିଲେ।ପରେ ପରେ ମା ତାରିଣୀ ନୃତ୍ୟଶିକ୍ଷା କେନ୍ଦ୍ର ତରଫରୁ ବିଭିହ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଓଡ଼ିଶାର ପ୍ରସିଦ୍ଧ କଣ୍ଠ ଶିଳ୍ପୀ ବାଦଲ ଆଚାର୍ଯ୍ୟ, ଅଞ୍ଜଳି ମିଶ୍ର ଓ ସାଥି କଳାକାର ମାନେ ଭଜନ ପରିବେଷଣ କରିଥିଲେ। ଫରେଷ୍ଟର ଅକ୍ଷୟ ମହାନ୍ତି, ଶରଣ ବାରିକ, ଅଙ୍କିତା ସିଂ, ପୂଜାରାଣୀ ବଳ କର୍ମଚାରୀ ରଣଜିତ ପଲେଇ, ସଂଜୀବ ବେହେରା ଅବସର ପ୍ରାପ୍ତ ବନରକ୍ଷୀ ଖଗେଶ୍ୱର ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।