Header-News-Banner

କାଳ ବୈଶାଖୀରେ ଉଡିଲା ଛପର ଭାଙ୍ଗିଲା ଲୋକଙ୍କ ଘର

0
WhatsApp Image 2026-06-16 at 8.40.50 PM


ଘଟଗାଁ, ୧୬। ୬(ତ୍ରିଲୋଚନ ପାତ୍ର ) କାଳ ବୈଶାଖୀରେ ଟଳି ପଡିଲା ଗଛ ଉଡିଲା ପଞ୍ଚାୟତ କାର୍ଯ୍ୟାଳୟ ଛପର ଭାଙ୍ଗିଲା ଲୋକଙ୍କ ଘର। ପୂର୍ବ କାଳ ବୈଶାଖୀ ପ୍ରଭାବରେ କ୍ଷତି ସହିଥିବା କ୍ଷତି ଗ୍ରସ୍ତ ପରିବାରକୁ ଏପର୍ଯ୍ୟନ୍ତ ମିଳି ପାରିଲା ନାହିଁ କ୍ଷତି ପୂରଣ।ପ୍ରକାଶ ଥାଉକି କାଳ ବୈଶାଖୀ ମାଡି ଆସି ହରିଚନ୍ଦନପୁର ବ୍ଲକ ବଡ ପଳାଶପାଳ ପଞ୍ଚାୟତ କାର୍ଯ୍ୟାଳୟ କମ୍ପୁଟର ରୋମ ଛପର ସମ୍ପୂର୍ଣ ଉଡାଇବା ସଙ୍ଗେ ଗୁରୁ ବେହେରା ଘର ସମ୍ପୂର୍ଣ ଭାଙ୍ଗି ନଷ୍ଟ କରିଛି।ପବନର ବେଗ ଏତେ ପ୍ରଖର ଥିଲା ଅଦବେଷ୍ଟ ଉଡି ଗଛ ଉପରେ ଲଟକିଛି। ସୂଚନା ଥାଉକି ପୂର୍ବରୁ ୨୨ ମସିହା ତା ୨। ୭ ରିଖ ମଧ୍ୟ ପଞ୍ଚାୟତ କାର୍ଯ୍ୟାଳୟ ଉକ୍ତ ରୋମ ଅଂଶୀକ କ୍ଷତି ଘଟିଥିଲେ ସୁଧା ଏଯାବତ କୌଣସି ସରକାରୀ ଅନୁକମ୍ପା ମିଳି ନଥିବା ବେଳେ ଆଜି ଏବେ ସମ୍ପୂର୍ଣ ଘର ଛପର ନଷ୍ଟ ହେବା ସଙ୍ଗେ ଗଛ ପଡି ପାଚେରୀ ଭାଙ୍ଗି ଯାଇଛି। ଅନ୍ୟ ପକ୍ଷରେ ଆଜକୁ ପାଖା ପାଖି ଦୁଇ ମାସ ପୂର୍ବରୁ ଏଭଳି କାଳ ବୈଶାଖୀ ପ୍ରଭାବରେ ଉକ୍ତ ପଞ୍ଚାୟତ ନିବାସୀ ଅଙ୍ଗଦ ପାତ୍ର,ବାବୁଲି ମହାନ୍ତ, ଉମା ମହାନ୍ତ ଙ୍କ ସମେତ ୩୦/୩୫ ଜଣଙ୍କର କ୍ଷତି ଘଟିଥିଲା। ରାଜସ୍ୱ ବିଭାଗ କର୍ମଚାରୀ ଘରକୁ ଘର ବୁଲି କ୍ଷେୟ କ୍ଷତି ଆକଳନ କରି କଳା ପଲଥିନି ଖଣ୍ଡେ ଯୋଗାଇ ନୀରବରେ ବସି ଗଲେ।ଦୁଃଖର ବିଷୟ ଦୁଇ ମାସ ବିତି ଯାଇଥିଲେ ସୁଧା କ୍ଷତି ଗ୍ରସ୍ତ କାରୀଙ୍କୁ ମିଳିଲା ନାହିଁ ଅନ୍ୟ କୌଣସି ସରକାରୀ ସହାୟତା। ଆଗକୁ ସମୟ କହିବ ପୂର୍ବ ଭଳି କ୍ଷତି ଗ୍ରସ୍ତ କାରୀଙ୍କୁ ସରକାରୀ ଅନୁକମ୍ପା ରାଶି ମିଳିବ ନା ଜରି ପଲଥିନି ଖଣ୍ଡେରେ ରହିଯିବ ସରକାରୀ ସହାୟତା।

Spread the love

Leave a Reply

Your email address will not be published. Required fields are marked *