ନନ୍ଦୋର କବି ସମ୍ମିଳନୀ ଓ ସାରସ୍ବତ ସମାରୋହ
ଖଇରା, 16/6 ( ସଂଜୟ କୁମାର ବେହେରା)ମଙ୍ଗଳବାର ଦିନ ଖଇରା ବ୍ଲକ ର ନନ୍ଦୋର ଠାରେ କବି ଲମ୍ବୋଦର ନନ୍ଦ ଙ୍କ ଆବାହକତ୍ୱରେ ଓଡ଼ିଆ ଭାଷା ସାହିତ୍ୟରେ ଏକ ମନୋଜ୍ଞ ଆଲୋଚନା ସହିତ କବିପୁତ୍ର ଶୁଭେନ୍ଦୁ ଶେଖର ନନ୍ଦଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ବରିଷ୍ଠ କବି ସୁଦାମ ଚରଣ ରାଉତ ସଭାପତିତ୍ବ କରିଥିଲେ। ପ୍ରଥମେ କବିତା ପାଠୋତ୍ସବ ଅନୁଷ୍ଠିତ ହେଇଥିଲା। ଅଧ୍ୟାପକ ରବୀନ୍ଦ୍ର ବେହୁରିଆ, କବୟିତ୍ରୀ ଜୟନ୍ତୀ ବେହେରା କବିତା ଗୋଡ଼ିକ ସଂଯୋଜନା କରିଥିଲେ। 120 ଜଣ କବି କବିତା ପାଠ କରିଥିଲେ। ଏହି କାର୍ଯକ୍ରମ ର ବରେଣ୍ୟ ଅତିଥି ଭାବରେ ବିଶିଷ୍ଟ ସାରସ୍ବତ ସାଧକ ବିପିନ ବିହାରୀ ବିଶ୍ବାଳ, ବ୍ରଜେନ୍ଦ୍ର ନାଥ ଗିରି, ଶରତ ଚନ୍ଦ୍ର ମହାପାତ୍ର, ଇଁ ଅଭୟ ସୂତାର, କଥାକାର ଶିବଚରଣ ଖାମୁରାଇ,ହର୍ମନ୍ କୁଅଁର, ଡକ୍ଟର ଅନିଲ କୁମାର ଦାଶ, ବାବୁଲାଲ ଦାଶ, ଗିତାରଣି ଆଇଚ, ରତିକାନ୍ତ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ପତ୍ରୀ ପ୍ରମୁଖ ଯୋଗଦାନ କରିଥିଲେ। ଓଡ଼ିଆ ପରମ୍ପରାର ରଜ ମହକ ଭାଷା ସାହିତ୍ୟକୁ ଉର୍ଯା ଦିଏ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। କବିତା ପାଠ କରିଥିବା ପ୍ରମୁଖ କବିଙ୍କ ଭିତରେ କବି ମହେଶ୍ୱର ପଣ୍ଡା, ବୁଦ୍ଧିରମ୍ ପଣ୍ଡା, ମହେଶ୍ୱର ପଟ୍ଟନାୟକ, ଭରତ ଦାସ, ସନ୍ଧ୍ୟାରଣି ପଟ୍ଟନାୟକ, ହରେକୃଷ୍ଣ ପଣ୍ଡା, ଚକ୍ରଧର ପାଢ଼ୀ, ବସନ୍ତ ଦାଶ, କୈଳାସ ପୃଷ୍ଟି, ନିରଞ୍ଜନ ପ୍ରସାଦ ବାରିକ, ସଙ୍କୀର୍ତ୍ତନ ପଣ୍ଡା, ଗଗନ ବିହାରୀ ପଣ୍ଡା, ବାବାଜୀ ଦାସ, ଶଶ୍ମିଟ କୁମାର ପଲେଇ ଉପସ୍ଥିତ ଥିଲେ। ଏହି ଅବସରରେ ଧାରାବାହିକ ଆଶିଷଧାରା ଏଵଂ କବି ମହାପାତ୍ର ପୁରୋଷାତମ୍ ବିଶ୍ଵାଳଙ୍କ କବିତା ପୁସ୍ତକ ଯନ୍ତ୍ରଣା ର ସ୍ୱର ଧ୍ୱନି ଉନ୍ମୋଚିତ ହୋଇଥିଲା। ଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ କବି ଖଗେଶ୍ବର ପଣ୍ଡା ମହୋଦୟ।