ନିଜ ପୋକେଟେ ରୁ ବୃଦ୍ଧାଙ୍କୁ ଭତା ବଣ୍ଟନ କରି ଚର୍ଚ୍ଚାରେ
ନିଜ ପୋକେଟେ ରୁ ବୃଦ୍ଧାଙ୍କୁ ଭତା ବଣ୍ଟନ କରି ଚର୍ଚ୍ଚାରେ ସରପଞ୍ଚ,
ନୀଳଗିରି:ତା,୧୬/୦୬(ନୀଳଗିରି)
ନୀଳଗିରି ଉପଖଣ୍ଡ ଔପଦା ବ୍ଲକ କାଣ୍ଡଗରଡ଼ି ପଂଚାୟତ ର,ଯେଉଁ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମ ଆକାଉଣ୍ଟ ଭତା ହିତାଧିକାରୀ ଦୀର୍ଘ ତିନି ମାସ ଧରି ଭତା ପାଉନାହାନ୍ତି,ସେମାନେ ବିଭିନ୍ନ ପ୍ରକାର ନାନା ସମଷ୍ୟା ରେ ସମ୍ମୁଖୀନ ହେଉଛନ୍ତି, ସେ ସବୁକୁ ଦୃଷ୍ଟି କୁ ନେଇ , ଓଡିଶା ର ଗଣ ପର୍ବ ରଜ ଉପଲକ୍ଷେ,କାଣ୍ଡଗରଡ଼ି ପଂଚାୟତ ସରପଞ୍ଚ ଙ୍କର ରାଜେନ୍ଦ୍ର ରାଉତ ମହାନତା ଦେଖାଇଛନ୍ତି,, ପାଖାପାଖି ୨୦ ରୁ ଉର୍ଦ୍ଧ ହିତାଧିକାରୀ ଙ୍କୁ ନିଜ ପୋକେଟ ରୁ ହଜାରେ ଟଙ୍କା ଲେଖାଏଁ ପ୍ରଦାନ କରି, ସେମାନଙ୍କ ମୁହଁରେ ହସ ଫୁଟାଇଛନ୍ତି,