ବିକାଶର ଧାରା,ଓଡ଼ିଶା ସାରା ଉଦଯାପନୀ ଦିବସରେ ବିକାଶକୁ ଗୁରୁତ୍ବ
ମୁନିଗୁଡ଼ା:ତା୨୧-୬ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନର ଆଜି ଉଦଯାପନୀ ଦିବସରେ “ବିକାଶ ଧାରା,ଓଡ଼ିଶା ସାରା”ଶିର୍ଷକର ମୁଖ୍ୟ ପ୍ରସଙ୍ଗ ଥିଲା ପଞ୍ଚାୟତର ସୁଶାସନ,ଗ୍ରାମାଞ୍ଚଳରେ ପରିବର୍ତ୍ତନ।ଏହି ପରିପ୍ରେକ୍ଷୀରେ ରାଜ୍ୟ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ଆନୁକୁଲ୍ୟ ଏବଂ ମୁନିଗୁଡ଼ା ପଞ୍ଚାୟତ ସମିତି ଆୟୋଜନରେ ମୁନିଗୁଡ଼ା କମ୍ୟୁନିଟ ହଲ୍ ପରିସରରେ ବିକାଶର ଧାରା,ଓଡ଼ିଶା ସାରା ଉତ୍ସବର ଉଦଯାପନୀ କାର୍ଯ୍ୟକ୍ରମ ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତିଙ୍କ ସଭାପତିତ୍ବ ଓ ଉତ୍ତମ କୁମାର ଦାସଙ୍କ ସଂଯୋଜନାରେ ଆୟୋଜିତ ହୋଇଯାଇଛି।କାର୍ଯ୍ୟକ୍ରମରେ ଅତିଥିଭାବେ ପୂର୍ବତନ ବିଜେପି ଓବିଶି ମୋର୍ଚ୍ଚା ସଭାପତି ରାମଚନ୍ଦ୍ର ବେହେରା,
ସହକାରୀ ଯନ୍ତ୍ରୀ ବି ଶ୍ରୀନିବାସ ରାଓ,ବଡ଼ବାବୁ ଜିତେନ୍ଦ୍ର କୁମାର ଧର,ବିଜେପି ଜିଲ୍ଲା ଉପାଧ୍ୟକ୍ଷ ସୁଶୀଳା ସରାଫ,ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚା ସଦସ୍ୟ ସୁବାସ ପ୍ରାଶକା,ମଣ୍ତଳ ସଭାପତି ସୁବାସ ଗୌଡ଼,ତେଲେଙ୍ଗା ପଦର ସରପଂଚ ଉପେନ୍ଦ୍ର ଶିକକା,ସମିତି ସଭ୍ୟ ଅନଙ୍ଗ ନାଗ ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ରୂପେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ବିଡ଼ିଓ ଶ୍ରୀଯୁକ୍ତ ଦଳପତି ରାଜ୍ୟ ସରକାରଙ୍କ ସ୍ପଷ୍ଟ ଆଭିମୁଖ୍ୟ ତୃଣମୂଳ ସ୍ତରରେ ବିକାଶ ଉପରେ ଜୋର୍ ଦେଇଥିଲେ।ଗ୍ରାମର ବିକାଶରେ ରାଜ୍ୟର ବିକାଶ ତଥା ଦେଶର ବିକାଶ,ଏଣୁ ଗ୍ରାମାଞ୍ଚଳରେ ପରିବର୍ତ୍ତନ ଓ ବିକାଶର ଆବଶ୍ୟକତାକୁ ଗୁରୁତ୍ୱାରୋପ କରିଥିଲେ।ସେହିପରି ରାମଚନ୍ଦ୍ର ବେହେରା ଗ୍ରାମ୍ୟ ବିକାଶ ଯୋଜନା ଓ ସାଧାରଣ ଲୋକଙ୍କ ଜୀବନରେ ଉନ୍ନତି ସରକାରଙ୍କ ଲକ୍ଷକୁ ଦୋହରାଇଥିଲେ।ପରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଚିହ୍ନଟ ୧୦୦ଜଣ ହିତାଧିକାରୀଙ୍କ ମଧ୍ୟରୁ ୪୦ଜଣଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା।ସେହିପରି ମଧୁବାବୁ ପେନସନ ଯୋଜନାରେ ୨୪ଜଣ ,ଅଂତ୍ୟୋଦୟ ଗୃହ ଯୋଜନାରେ ୧୪ ଜଣ,
ଅନ୍ତୟୋଦୟ ଅନ୍ନ ଯୋଜନାରେ ୮୨ ଜଣ,ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଯେଉଁମାନେ ୧୦୦ଦିନରେ ଲକ୍ଷ ପୂରଣ କରିଛନ୍ତି ସେମାନଙ୍କ ମଧ୍ୟରୁ ୧୩ଜଣଙ୍କୁ ପ୍ରଶଂସା ପତ୍ର,୪ଜଣଙ୍କୁ ଜବ କାର୍ଡ,ଏବଂ ଶୌଚାଳୟ ଯୋଜନାରେ ୫ଜଣଙ୍କୁ କାର୍ଯ୍ୟାଦେଶ ପ୍ରଦାନ,ଦୁଇ ଜଣ +୨ଛାତ୍ର ଯଥାକ୍ରମେ ୯୨ ଓ ୯୩ ପ୍ରତିଶତ ମାର୍କ ରଖି ସଫଳତା ଅର୍ଜନ କରିଥିବାରୁ ସେମାନଙ୍କୁ ସମ୍ମାନ ସନନ୍ଦ,୭ଜଣ ସାମ୍ବାଦିକ ଓ ଦୁଇ ଜଣ ଲୋକ ପ୍ରତିନିଧିଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା।କାର୍ଯ୍ୟକ୍ରମ ପରିଚାଳନାରେ କୃଷ୍ଣଚନ୍ଦ୍ର ବେହେରା,ମମତା ରାଉଳ,ମାନସ ରଞ୍ଜନ ନାୟକ, ମୋତିଲାଲ ସାମଲ,କଳ୍ପନା ସାହୁ,ପୁଷ୍ପଲତା ପାଣିଗ୍ରାହୀ,ରୂପବତୀ ନାଲା,ଜଗା ଶବର,ଭୀମ ବେହେରା,ଗରିବ ଗରଡିଆ,ଧନୁ କୁଶୁଲିଆ,ଦେବେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ।