Header-News-Banner

ବଜ୍ରପାତରେ ଜଣେ ମୃତ୍ୟୁ

0
WhatsApp Image 2026-06-21 at 5.36.06 PM

ମୁନିଗୁଡ଼ା,୨୧ତାରିଖ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ୍ ଅନ୍ତର୍ଗତ କୁମୁଡାବାଲି ଆଦିବାସୀ ସାହି ଜଣେ ବୃଦ୍ଧ ଗତକାଲି ବଜ୍ରପାତରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତକ ଜଣକ ହେଲେ ଲଛି ବିଡିକା(୬୯) । ସୁଚନା ଅନୁଯାୟୀ ଗତକାଲି ଠିକ ୨ଟା ସମୟରେ ଲଛି ଘରୁଵାହାରି ପୋଢ ଚରାଇବା ପାଇଁ ନିକଟସ୍ଥ ଲାଡିପଙ୍ଗା ଵଂଶ ଧାରା ନଦୀ ନିକଟସ୍ଥ ପଡିଆକୁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ। ଗତକାଲି ୪ଟା ସମୟରେ ପ୍ରବଳ ମାତ୍ରାରେ ଘଡଘଡି ସହ ଵିଜୁଳି ମାରିଥିଲା । ସନ୍ଧ୍ୟାରେ ଲଛି ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରି କୈଣସ ସନ୍ଧ୍ୟାନ ପାଇନଥିବା ବେଳେ ଆଜି ପୁଣି ଖୋଜିବା ସମୟରେ ମୃତଦେହକୁ ଦେଖି ମୁନିଗୁଡା ପୋଲିସକୁ ସୂଚନା ଦେଇଥିଲେ। ଖବରପାଇ ମୁନିଗୁଡା ପୋଲିସ ଓ ଆଇ ଆଇସି ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ଶବ ବ୍ୟବଚ୍ଛେଦ କରିବା ପରେ ମୃତଦେହକୁ ପରିବାର କୁ ହସ୍ତାନ୍ତର କରିଛନ୍ତି ଏହାର ଅଧିକ ତଦନ୍ତ ଜାରିଥିବାତଦନ୍ତ ଅଧିକାରୀ ଜୟଚଦ୍ରସାହୁ କହିଛନ୍ତି

Spread the love

Leave a Reply

Your email address will not be published. Required fields are marked *