Header-News-Banner

ରାୟଗଡ଼ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

0
WhatsApp Image 2026-06-21 at 5.36.25 PM

ରାୟଗଡ଼, ୨୧ ଜୁନ: (ଗଣେଶ କୁମାର ସାହୁ)ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ରାୟଗଡ଼ ଜିଲ୍ଲାର ଆମ୍ବାଗୁଡ଼ା ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ୍‌ରେ ଜିଲ୍ଲା ପ୍ରଶାସନ ଓ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି।

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନବୀନ ନାୟକ, ଏସ୍‌ଡିସି ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ସାବର, ଏସ୍‌ଡିସି ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ମିନିଆକା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ସେଖ ଆଲେନୁର, ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରି ଏବଂ ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଭଜନଲାଲ ମାଝୀ ପ୍ରମୁଖ ଉପସ୍ଥିତ ରହି ଯୋଗର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମରେ ଅଭିଜ୍ଞ ଯୋଗ ପ୍ରଶିକ୍ଷକମାନେ ଯୋଗାଭ୍ୟାସର ବିଭିନ୍ନ ଆସନ ଓ ପ୍ରାଣାୟାମ ପ୍ରଦର୍ଶନ କରିଥିଲେ। ସେମାନଙ୍କ ନିର୍ଦ୍ଦେଶନାରେ ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀ ଯୋଗାଭ୍ୟାସ କରିଥିଲେ। ଯୋଗ ଶରୀର ଓ ମନକୁ ସୁସ୍ଥ ରଖିବା ସହିତ ଜୀବନଶୈଳୀକୁ ସନ୍ତୁଳିତ କରିଥାଏ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।

ଏହି ଜିଲ୍ଲାସ୍ତରୀୟ ଉତ୍ସବରେ ଭାରତୀୟ ମଜଦୁର ସଂଘର ସଦସ୍ୟ, ଯୋଗ ଗୁରୁ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, କ୍ରୀଡ଼ାବିତ୍, ସମାଜସେବୀ, ସ୍ଥାନୀୟ ଜନସାଧାରଣ ତଥା ବିଭିନ୍ନ ବର୍ଗର ପ୍ରାୟ ୫୦୦ ଜଣ ଲୋକ ଅଂଶଗ୍ରହଣ କରିଥିଲେ। ସମସ୍ତେ ଏକାଠି ଯୋଗାଭ୍ୟାସ କରି ସୁସ୍ଥ ଜୀବନ ପାଇଁ ଯୋଗକୁ ଦୈନନ୍ଦିନ ଜୀବନର ଅଂଶ କରିବାକୁ ସଂକଳ୍ପ ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *