Header-News-Banner

ମୁନିଗୁଡ଼ାରେ ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

0
WhatsApp Image 2026-06-21 at 5.36.04 PM (1)


ମୁନିଗୁଡ଼ା:ତା୨୧-୬ ଅର୍ନ୍ତଜାତୀୟ ଯୋଗ ଦିବସ ଉପଲକ୍ଷେ ମୁନିଗୁଡ଼ା କମ୍ୟୁନିଟ ହଲ୍ ପରିସରରେ ବ୍ଲକ ସ୍ତରୀୟ ଯୋଗ ଦିବସ ପଞ୍ଚାୟତ ସମିତି ଆୟୋଜନ ଓ ଯୋଗ ମହୋତ୍ସବ ସମିତି ସହଯୋଗରେ ପାଳିତ ହୋଇଯାଇଛି।ମୁନିଗୁଡ଼ା ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତିଙ୍କ ସଭାପତିତ୍ବ ଏବଂ ଯୋଗ ମହୋତ୍ସବ ସମିତି ସହ ସଂଯୋଜକ ପ୍ରଦୀପ ସାହୁ ଓ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କ ସଂଯୋଜିତ ଏହି ଶିବିରରେ ଅତିଥିଭାବେ ବ୍ଲକର ବଡ଼ବାବୁ ଜିତେନ୍ଦ୍ର କୁମାର ଧର,ସହକାରୀ ଯନ୍ତ୍ରୀ ବି ଶ୍ରୀନିବାସ ରାଓ,ଗୋଷ୍ଠୀ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା,ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦଳାଇ,ମଣ୍ଡଳ ବିଜେପି ସଭାପତି ସୁବାସ ଗୌଡ଼,ଜିଲ୍ଲା ବିଜେପି ଉପ ସଭାପତି ସୁଶୀଳା ସରାଫ ପ୍ରମୁଖ ଯୋଗଦେଇ ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଯୋଗ ମହୋତ୍ସବର ଶୁଭାରମ୍ଭ କରିଥିଲେ।ଯୋଗ ଉତ୍ସବର ମହତ୍ତ୍ଵ,ସରକାରଙ୍କ ଆଭିମୁଖ୍ୟ,ସୁସ୍ଥ ବାର୍ଦ୍ଧକ୍ୟ ନିମନ୍ତେ ଯୋଗର ଆବଶ୍ୟକତା,ଯୋଗ ମାଧ୍ୟମରେ ରୋଗର ନିପାତ ସହିତ ସୁସ୍ଥ ସମାଜ ଗଠନରେ ଯୋଗର ଭୂମିକା ଉପରେ ବିଡ଼ିଓ ଶ୍ରୀଯୁକ୍ତ ଦଳପତି,ଯୋଗ ସଂଯୋଜକ ପ୍ରଦୀପ ସାହୁ,ଅଶ୍ଵିନୀ ବାରିକ,ଏସ ବୁଲୁ ଦୋରା,ସୁଶୀଳା ସରାଫ ଓ କୃଷ୍ଣଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଶିବିରାର୍ଥୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଯୋଗଗୁରୁ ପ୍ରଦୀପ ସାହୁ,କୃଷ୍ଣଚନ୍ଦ୍ର ମଲ୍ଲିକ ପ୍ରାରମ୍ଭିକ ଯୋଗମନ୍ତ୍ର ସଂଘ ଛଦ୍ମମ ପାଠ ପରେ ବିଭିନ୍ନ ପ୍ରକାର ଆସନ,ସୂକ୍ଷ୍ମ ବ୍ୟାୟାମ,ପ୍ରାଣାୟମ,ଧ୍ୟାନମୁଦ୍ରା ଏବଂ ଭିନ୍ନ ଭିନ୍ନ ଯୋଗ ଦ୍ଵାରା ଅନେକ ଅସାଧ୍ୟ ରୋଗର ନିରାକରଣର ଶିକ୍ଷା ଦେଇଥିଲେ।ଏହି ଶିରରରେ ଅନେକ ସିବିରାର୍ଥି ସକାଳ ୬ଟାରେ ପହଞ୍ଚି ପ୍ରଥମେ ଧ୍ୟାନ କରିଥିଲେ।ସାମୁହିକ ପ୍ରାର୍ଥନା ଗାନ ପରେ ପରିବେଶ ସୁରକ୍ଷା ପାଇଁ ଶପଥ ନେଇଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ବ୍ଲକ ସହକାରୀ ଶିକ୍ଷା ଅଧିକାରୀ ସୁବାସ ସିଂ,ବ୍ଲକ କର୍ମଚାରୀ ଦେବେନ୍ଦ୍ର ପାଣିଗ୍ରାହୀ,ଆଶିଷ ରଂଜନ ସାହୁ,
ରଞ୍ଜନ ପ୍ରଧାନ,ମହେଶ୍ୱର କାଞ୍ଜି,
ଗୌତମ ଟାକ୍ରି ,ମହେଶ୍ୱର ପାଲକିଆ,ବରିଷ୍ଠ ସାମ୍ବାଦିକ ସିମାଞ୍ଚଲ ପଣ୍ଡା,ବିଜେପି ମଣ୍ତଳ ଉପସଭାପତି ଭୀମ ବେହେରା, ବିଜେପି ମିଡ଼ିଆ ସେଲ ପ୍ରମୁଖ ଧନୁ କୁଶୁଳିଆ,ଆଲିବାନ ବାଗ,ତାରିଣୀ କର,ପ୍ରକାଶ କର,ଶୁଭମ୍ ସାହୁ,
ଅକ୍ଷୟ ପାତ୍ର,ସୂର୍ଯ୍ୟ ନାଗ,ନୟନା କୁସୁଲିଆ,ଆଶୁତୋଷ ପାଣିଗ୍ରାହୀ,
ଲୋକନାଥ ପାଣିଗ୍ରାହୀ ପ୍ରମୁଖ ସହାୟତା କରିଥିଲେ।ଶେଷରେ ସାମ୍ବାଦିକ ମନୋରଞ୍ଜନ ଦଳାଇ ଆୟୋଜକ ମୁନିଗୁଡ଼ା ପଞ୍ଚାୟତ ସମିତି,ଯୋଗ ମହୋତ୍ସବ ସମିତି ଏବଂ ଉପସ୍ଥିତ ସମସ୍ତ ସିବିରାର୍ଥୀ,ପ୍ରଶିକ୍ଷକ,ଅତିଥି ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଧନ୍ୟବାଦ୍ ଦେବା ସହ ଯୋଗକୁ ଜୀବନର ଅଙ୍ଗ ଭାବେ ଗ୍ରହଣ କରି ଦୈନନ୍ଦିନ ଜୀବନରେ ଉପଯୋଗ କଲେ ସୁସ୍ଥ ଜୀବନ ଅତିବାହିତ କରି ପାରିବା ବୋଲି କହିଥିଲେ।

Spread the love

Leave a Reply

Your email address will not be published. Required fields are marked *