ତେନ୍ତୁଳୀଖୁଣ୍ଟି, ୨୧/୦୬/୨୦୨୬: ନବରଙ୍ଗପୁର ଜିଲ୍ଲାର ତେନ୍ତୁଳୀଖୁଣ୍ଟି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୂଜାରୀଗୁଡା ଗ୍ରାମରେ ଫାଇଲେରିଆ ଚିହ୍ନଟ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। କାଲି ସନ୍ଧ୍ୟାରୁ ରାତି ୧୧ଟା ପର୍ଯ୍ୟନ୍ତ ଗ୍ରାମର ୩୨୫ ଜଣଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ସୂଚନା ମୁତାବକ ଫାଇଲେରିୟା ରୋଗ ଅସାଧାରଣ ନୁହଁ
ମଣିଷ ସୁସ୍ଥ ସବଳ ଦେଖା ଯାଉଥିଲେ ମଧ୍ୟ ଫାଇଲେରିୟା ଶରୀରରେ ସ୍ଥିର ବା
ନିରନ୍ତର ରେ ସକ୍ରିୟ ହୋଇଥାନ୍ତି
ଥରେ ଯଦି ଶରୀର ର କୌଣସି ଅଙ୍ଗ ଫୁଲାପଣ ଧରିଦିଏ ବା ଯାହାକୁ ଆମେ ଗୋଦରା ଗୋଡ଼ ବୋଲି କହୁ ତାହା ସୁସ୍ଥ ହେବା ଅସାଧାରଣ ର ବିଷୟ ପାଲଟି ଥାଏ। ଫାଇଲେରିୟା ରୁ ସୁରକ୍ଷିତ ରହିବା ପାଇଁ ବର୍ତ୍ତମାନ ଫାଇଲେରିୟା ମୁକ୍ତ ଅଭିଯାନ ଜାରି ରହିଛି। ଏହିକାର୍ଯ୍ୟକ୍ରମ ତେନ୍ତୁଳୀଖୁଣ୍ଟି ସ୍ୱାସ୍ଥ୍ୟ ବିଭାଗର ସ୍ୱାସ୍ଥ୍ୟ ପରିଦର୍ଶକ ଶ୍ରୀ ପ୍ରଦୀପ ଦାସଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ପୂଜାରୀଗୁଡାର ସ୍ୱାସ୍ଥ୍ୟ କର୍ମୀ ନମିତା ଲେଙ୍କା, ସାମୁଏଲ ଖୁରା, ସରେନ ଫ୍ରାଙ୍କଲିନ ନାୟକ, ଗ୍ଲୋରିଆ ଭତ୍ରା ଏବଂ ତୃଷ୍ଟାମୟୀ ବେହେରା ପ୍ରମୁଖ ଏହି କାର୍ଯ୍ୟରେ ସକ୍ରିୟ ଭାବେ ସମ୍ପୃକ୍ତ ରହିଥିଲେ।
ଫାଇଲେରିଆ ରୋଗର ପ୍ରାରମ୍ଭିକ ଚିହ୍ନଟ ଏବଂ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ଏହି ରକ୍ତ ନମୁନା ସଂଗ୍ରହ ଅଭିଯାନ ଚାଲିଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି