Header-News-Banner

ଗୋଁଣ୍ଡୱାନା ଭବନ ରେ ରାଣୀ ଦୁର୍ଗାବତୀଙ୍କ ବଳିଦାନ ଦିବସ ପାଳିତ

0
WhatsApp Image 2026-06-24 at 3.23.57 PM

ଭବାନୀପାଟଣା ୨୪/୦୬ ବିରଙ୍ଗନା ଗୋଁଣ୍ଡୱାନା ରାଣୀ ଦୀର୍ଗାବତୀ ଙ୍କ ଆଜି ଭବାନୀପାଟଣା ଗୋଁଣ୍ଡୱାନା ଭବନ ରେ ୪୬୩ ତମ ବଳିଦାନ ଦିବସ ପାଳିତ ହୋଇଛି l ଦୁର୍ଗାବତୀ ଙ୍କୁ ମାଲ୍ୟାପାର୍ପଣ କରି ତାଙ୍କ ବିଷୟ ରେ ଆଲୋଚନା କରାଯାଇଥିଲା l ୨୪ ଜୁନ୍ ୧୫୬୪ ମସିହାରେ ଗୋଣ୍ଡୱାନାର ବୀରାଙ୍ଗନା ରାଣୀ ଦୁର୍ଗାବତୀ ମୋଗଲ ସେନା ସହ ବୀରତ୍ୱର ସହ ଲଢ଼ି ମାତୃଭୂମିର ରକ୍ଷା ପାଇଁ ନିଜର ପ୍ରାଣବଳୀ ଦେଇଥିଲେ l ସେ ଆତ୍ମସମର୍ପଣକୁ ପ୍ରତ୍ୟାଖାନ କରି ମୋଗଲ ସମ୍ରାଟ ଆକବରଙ୍କ ସେନାପତି ଆସଫ ଖାଁଙ୍କ ବିପୁଳ ସୈନ୍ୟବାହିନୀ ବିରୁଦ୍ଧରେ ଯୁଦ୍ଧ କରି ସେ ଗମ୍ଭୀର ଭାବେ ଆହତ ହୋଇଥିଲେ l ମୋଗଲମାନଙ୍କ ନିକଟରେ ଆତ୍ମସମର୍ପଣ କରିବା ଅପେକ୍ଷା ସେ ନିଜ ସ୍ୱାଭିମାନ ରକ୍ଷା କରି ନିଜ ଖଣ୍ଡା,କଟାରୀ ଦ୍ୱାରା ଆତ୍ମବଳିଦାନ ଦେବାକୁ ଶ୍ରେୟସ୍କର ମଣିଥିଲେ l ତାଙ୍କର ଏହି ଅତୁଳନୀୟ ସାହସ ଓ ଦେଶପ୍ରେମକୁ ସ୍ମରଣ କରି ଭାରତ ସରକାର ୧୯୮୮ ମସିହା ଜୁନ୍ ୨୪ ରେ ଏକ ଡାକ ଷ୍ଟାମ୍ପ ଜାରି କରିଥିଲେ l ଏହି ଅବସରରେ ଶ୍ରୀ ଲାବନ୍ୟ ଝଙ୍କାର,ଦୀନେଶ ମଲ୍ଲିକ,ରୁକନ ମାଝୀ,ଭୁବନ ମାଝୀ,ରୁକଧର ମାଝୀ,ଅତୁଳ ପାତ୍ର ଉପସ୍ଥିତ ଥିଲେ l ଦିଲ୍ଲୀପ ମଲ୍ଲିକ,ସଭାସାଙ୍ଗ କରି ଧନ୍ୟବାଦ ଅର୍ପଣ କରିଥଲେ l

Spread the love

Leave a Reply

Your email address will not be published. Required fields are marked *