Header-News-Banner

ସେବାରେ ସ୍ୱଚ୍ଛତାର ସଂକଳ୍ପ: ସିନାପାଲି ଶ୍ରୀ ସାଇ ମନ୍ଦିରରେ ଯୁବ ସମାଜସେବୀଙ୍କ ଶ୍ରମଦାନ

0
WhatsApp Image 2026-08-09 at 10.44.06

ସିନାପାଲି: ୦୯/୦୮ (କଳିଙ୍ଗ ଫୋକସ) ମଳୟ ମେହେର: ସ୍ୱଚ୍ଛ ପରିବେଶ, ସୁସ୍ଥ ସମାଜ ଓ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ଗଠନର ବାର୍ତ୍ତା ନେଇ ସିନାପାଲି ଖାରିପଡ଼ାସ୍ଥିତ ଶ୍ରୀ ସାଇ ମନ୍ଦିର ପରିସରରେ ଏକ ବୃହତ୍ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ‘ସ୍ୱଚ୍ଛତା ହିଁ ସେବା’ ଆଦର୍ଶକୁ ଆଧାର କରି ସଂକଳ୍ପ ସେବା ସଂଘ, ସିନାପାଲିର ଆହ୍ୱାନରେ ଅଞ୍ଚଳର ବହୁ ଯୁବକ ଓ ସମାଜସେବୀ ଏକତ୍ରିତ ହୋଇ ଏହି ମହତ୍ କାର୍ଯ୍ୟରେ ସାମିଲ ହୋଇଥିଲେ।

ମନ୍ଦିର ପରିସରକୁ ଆବର୍ଜନାମୁକ୍ତ, ସ୍ୱଚ୍ଛ ଓ ଶ୍ରଦ୍ଧାଳୁଙ୍କ ପାଇଁ ଅନୁକୂଳ କରିବା ଲକ୍ଷ୍ୟରେ ସ୍ୱେଚ୍ଛାସେବୀମାନେ ଦୀର୍ଘ ସମୟ ଧରି ଶ୍ରମଦାନ କରିଥିଲେ। ମନ୍ଦିର ଚାରିପାଖରେ ପଡ଼ିଥିବା ଆବର୍ଜନା ସଫା କରିବା ସହ ପରିସରକୁ ସୁନ୍ଦର ଓ ପରିଚ୍ଛନ୍ନ କରାଯାଇଥିଲା। ଯୁବକମାନଙ୍କର ଏହି ନିଃସ୍ୱାର୍ଥ ସେବା ମନୋଭାବ ଅଞ୍ଚଳରେ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିଛି।

ଏହି ସ୍ୱଚ୍ଛତା ଅଭିଯାନରେ ଯୁବ ସମାଜସେବୀ ବୁଦ୍ଧଦେବ ମେହେର (ରାଜୁ), ନରେଶ କୁମାର ମାଝୀ, ଚିତ୍ତରଞ୍ଜନ ମେହେର (ଜଗା), ସୁରଜ କୁମାର ମେହେର, ନରେନ୍ଦ୍ର କୁମାର ନାଏକ, ପ୍ରଦୀପ କୁମାର ବେହେରା, ବିଦ୍ୟାଧର ସା (ସୈଲେଶ), ସୁବାସ ମେହେର ଓ ଦୁଷ୍ମନ୍ତ ମଶ୍ରା ପ୍ରମୁଖ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

ସେହିପରି ଶ୍ରୀ ସାଇ ମନ୍ଦିର କମିଟିର ସଦସ୍ୟ ବିଜୟ କୁମାର ସାହୁ, ସନ୍ତୋଷ କୁମାର ନାଏକ ଓ ଜଗଦୀଶ ମେହେର ଉପସ୍ଥିତ ରହି ସ୍ୱଚ୍ଛତା ଅଭିଯାନରେ ସକ୍ରିୟ ସହଯୋଗ କରିଥିଲେ।

ଏହି ଅଭିଯାନ କେବଳ ମନ୍ଦିର ପରିସରକୁ ସଫା କରିବାରେ ସୀମିତ ରହିନଥିଲା; ବରଂ ‘ନିଜ ଅଞ୍ଚଳ, ନିଜ ଦାୟିତ୍ୱ’ର ଏକ ଦୃଢ଼ ସନ୍ଦେଶ ସମାଜକୁ ଦେଇଥିଲା। ଯୁବପିଢ଼ିଙ୍କ ଏହି ନିଃସ୍ୱାର୍ଥ ଶ୍ରମଦାନ ମାଧ୍ୟମରେ ସ୍ୱଚ୍ଛତା ପ୍ରତି ସଚେତନତା ସୃଷ୍ଟି ସହ ସାମାଜିକ ଦାୟିତ୍ୱବୋଧର ଏକ ସୁନ୍ଦର ଉଦାହରଣ ସୃଷ୍ଟି ହୋଇଛି।

Spread the love

Leave a Reply

Your email address will not be published. Required fields are marked *