Header-News-Banner

ଜୀବନରୁ ସବୁ ଦିନ ପାଇଁ ରୁସି ଗଲେ ରସିଦ l

0
02e88f99-be2b-43f2-b871-dc4a6f3925e0

ଜନ ସମୁଦ୍ରରେ ଅଶ୍ରୁଳ ବିଦାୟ……. ନନ୍ଦପୁର ୨୨-୮ (ବିମଳ ସ୍ମିତ): ନନ୍ଦପୁର ବ୍ଲକର ଜଣେ ବରିଷ୍ଠ ସାମ୍ବାଦିକ ଅବଦୁଲ ରସିଦ ଖାଁ ସବୁ ଦିନ ପାଇଁ ଜୀବନରୁ ରୁସି ଗଲେ l ଶନିବାର ଥୁବା ଗ୍ରାମ ପଞ୍ଚାୟତ ସ୍ଥିତ ସାତ ସେମିଳି ମଦିୟ ବାସ ଭବନରେ ୫ଟା ସମୟରେ ଶେଷ ନିଶ୍ବାସ ନେଇଛନ୍ତି ବରିଷ୍ଠ ସାମ୍ବାଦିକ ଅବଦୁଲ ରସିଦ ଖାନ l ତାଙ୍କ ମୃତ୍ୟୁ ଖବର ଜିଲ୍ଲାର ସାମ୍ବାଦିକ ମହଲରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସାମ୍ବାଦିକ ବନ୍ଧୁମାନେ ପହଂଚି ସ୍ବର୍ଗତ ରସିଦ ଖାନଙ୍କ ଶେଷ ଦର୍ଶନ କରିବା ସହ ସ୍ବର୍ଗତ ଆତ୍ମାର ସଦଗତି କାମନା କରିଥିଲେ l ସେପଟେ ଅଂଚଳ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ସାତ ସେମିଳି ସ୍ଥିତ ବାସ ଭବନ ପହଂଚି ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି l ସୂଚିତ ଯେ ସ୍ବର୍ଗତ ରସିଦ ଖାନ ଦୀର୍ଘ ବର୍ଷ ହେବ କର୍କଟ ରୋଗରେ ଆକ୍ରାନ୍ତରେ ପୀଡ଼ିତ ରହିଥିଲେ ଜୀବନ ଯୁଦ୍ଧରେ ବହୁ ସଂଘର୍ଷ ପରେ ଶନିବାର ସକାଳୁ ଜୀବନ ସବୁ ଦିନ ପାଇଁ ରୁସି ସମସ୍ତଙ୍କୁ ଦୁଃଖର ସାଗରରେ ଛାଡ଼ି ଯାଇଛନ୍ତି l ତାଙ୍କ ବିୟୋଗରେ ରାଜନେତା, ବରିଷ୍ଠ ପ୍ରଶାସନିକ ଅଧିକାରୀ,ସହପାଠି ସାମ୍ବାଦିକ ବନ୍ଧୁ ପୁଲିସ ଅଧିକାରୀ, ସମେତ ନନ୍ଦପୁର ବିଡ଼ିଓ ଗଭୀର ଶୋକ ପ୍ରକାଶ କରିବା ସହ ବାର୍ତ୍ତା ଯୋଗେ ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି l କଳିଙ୍ଗ ଫୋକସ

Spread the love

Leave a Reply

Your email address will not be published. Required fields are marked *