Header-News-Banner

ମ.ରାମପୁର ପ୍ରାଣୀ ଚିକିତ୍ସା କେନ୍ଦ୍ର,ମାଳ ମାଳ ଅଭିଯୋଗ କାର୍ଯ୍ୟାନୁଷ୍ଠାନ କେବେ?

0
7790eec1-d0d5-4f10-8670-7778fb268ee5

ମ.ରାମପୁର,ତା୨୯। ୮(ନି ପ୍ର) ମ.ରାମପୁର ସ୍ଥିତ ପ୍ରାଣୀ ଚିକିତ୍ସାଳୟ ଅଧୀନରେ କାର୍ଯ୍ୟରତ ମୁଖ୍ୟ ଡାକ୍ତର ଓ ସହଯୋଗୀ ଡାକ୍ତର ଉଭୟ ପ୍ରାୟ ସମୟରେ କାର୍ଯ୍ୟାଳୟ ସମୟ ସକାଳ ୮ ଘଣ୍ଟାରୁ ୧୨ ଘଣ୍ଟା ଏବଂ ଅପରାହ୍ନ ୪ ଘଣ୍ଟା ରୁ ୬ ଘଣ୍ଟା ହୋଇଥିବାବେଳେ ସକାଳ ୧୦ ଘଣ୍ଟା ପରେ କାର୍ଯ୍ୟାଳୟ ଆସୁଥିବାର ସୂଚନା ମିଳୁଛି। ପୁଣି ପାଳିକରି କାର୍ଯ୍ୟାଳୟକୁ ଆସନ୍ତି। କେବେ କେବେ ଅନୁପସ୍ଥିତ ରହୁଥିବାସ୍ଥଳେ ଅଧିନସ୍ଥ କର୍ମଚାରି ମାନେ କେବଳ କାର୍ଯ୍ୟାଳୟରେ ଉପସ୍ଥିତ ରହି ପ୍ରାଣୀ ଚିକିତ୍ସା କରନ୍ତି। ବେଳେ ବେଳେ ସେମାନେ ମଧ୍ୟ ଖୋଲି ଦେଇ ଏଣେ ତେଣେ ବୁଲୁ ଥିବାର ଲକ୍ଷ କରାଯାଉଛି। ଫଳରେ ପ୍ରାଣୀ ଚାଷୀ ସେମାନଙ୍କୁ ଖୋଜି ଖୋଜି ଫୋନ୍ କରି ଡକାଇ ନିଜ ପୋଷ୍ୟ ପ୍ରାଣୀର ଚିକିତ୍ସା କରାଉଥିବାର ଅଭିଯୋଗ ହେଉଛି। ଦିନେ ନୁହେଁ କି ଦୁଇ ଦିନ ନୁହେଁ ପ୍ରାୟ ଦିନ ଏପରି ସମାନ ଅବସ୍ଥା ଦେଖିବାକୁ ମିଳୁଛି। ଏନେଇ ଗତ ଶୁକ୍ରବାର ସକାଳ ୧୦ ଘଣ୍ଟା ୨୩ ମିନିଟ ସମୟରେ କାର୍ଯ୍ୟାଳୟରୁ ଥାଇ ଏସଡିଭିଓ ପ୍ରଭାତ ପରିଡାକୁ ଫୋନ୍ ଯୋଗେ ପଚାରିବାରୁ ସେ କହିଲେ ଗତ ଦୁଇ ଦିନ ଛୁଟିଥିଲା ଆଜି ସେମାନେ କ୍ଷେତ୍ର କାର୍ଯ୍ୟରେ ଯାଇଥିବେ କିମ୍ବା ଛୁଟି ସାରି କାର୍ଯ୍ୟାଳୟକୁ ଫେରୁଥିବେ। ଏଠାରେ ପ୍ରଶ୍ନ ଉଠୁଛି ଯେ ଉପରିସ୍ଥ ଅଧିକାରୀଙ୍କୁ ଯଦି ଏହି ବାବଦରେ କୌଣସି ସୂଚନା ନାହିଁ ତେବେ କିଭଳି ଭାବେ କାର୍ଯ୍ୟ ପରିଚାଳିତ ହେଉଥିବ ତାହା ଅନୁମାନ କରାଯାଇ ପାରେ।ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଏହି ପ୍ରାଣୀ ଚିକିତ୍ସା ଅଧୀନରେ ଥିବା ଉର୍ଲାଦାନୀ ପଂଚାୟତର ଏଲ୍ଆଇ ସନ୍ତୋଷ ମାଝୀଙ୍କୁ ସେଇ ଅଂଚଳର ଜଣେ ଚାଷୀ ଶ୍ରୀ ମାଝୀଙ୍କୁ ବାରମ୍ବାର ଯୋଗାଯୋଗ କରି ନିଜ ଛେଳିର ସ୍ୱାସ୍ଥ୍ୟ ଚିକିତ୍ସା କରାଇବା ପାଇଁ କହିଥିଲେ ହେଁ ସେ ଯାଇ ନଥିଲେ ଫଳରେ ଉକ୍ତ ଛେଳିଟି ମରିଯାଇଥିଲା ଏବଂ କାର୍ଯ୍ୟାଳୟରେ ମଧ୍ୟ ନିୟମିତ ଆସୁନାହାନ୍ତି ମନଇଚ୍ଛା ଆସୁଛନ୍ତି ବୋଲି ଉକ୍ତ ଚାଷୀ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ ଆଣିଥିଲେ । ଏଣୁ ଉପରିସ୍ଥ ଜିଲ୍ଲା ଅଧିକାରୀ ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରାଣୀ ଚାଷୀ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *