Header-News-Banner

ରାଜନେତା, ପୁଞ୍ଜିପତି ଏବଂ ପ୍ରଶାସନିକ ସିଷ୍ଟମ ସାମ୍ନାରେ ସତ୍ୟ ପରାସ୍ତ ହେଲା କି?

0
234b8298-9378-43aa-98af-45f0e6fb93f7

ସାମାଜିକ କାର୍ଯ୍ୟକର୍ତ୍ତା ସ୍ବର୍ଗତ ରବି ସୋନିଙ୍କ ଆଜି ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହୋଇଯାଇଛି‌। ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଶୋକାକୁଳ ପରିବେଶ ରେ ବ୍ରଜରାଜନଗର ଓ ଆଖପାଖ ଅଞ୍ଚଳର ଶହ ଶହ ଲୋକ ଯୋଗଦେଇ ରବି ସୋନିଙ୍କ ପ୍ରତି ତାଙ୍କ ଅଶୃଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବ୍ରଜରାଜନଗର ବାସିନ୍ଦା ରବି ସୋନି ଜଣେ ସଚ୍ଚୋଟ, ନିର୍ଭିକ, ସ୍ପଷ୍ଟ ବାଦି , ସାମାଜିକ କାର୍ଯ୍ୟକର୍ତ୍ତା ଓ ସୂଚନା ଅଧିକାର କର୍ମୀ ଥିଲେ।ସେ ଜନସ୍ବାର୍ଥ କୁ ସଦାବେଳେ ପ୍ରାଧାନ୍ୟତା ଦେଇଆସୁଥିଲେ, ଏଥିପାଇଁ ସେ କେତେକ ରାଜନେତା, ପୁଞ୍ଜିପତି, ବ୍ୟୁରୋକ୍ରେଟ ଓ ଠିକାଦାର ମାନଙ୍କ ଜନ ବିରୋଧି ଏବଂ ଆଇନ ବିରୋଧୀ କାର୍ଯ୍ୟକଳାପ ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ଆସୁଥିବାରୁ ତାଙ୍କ ଆଖିର ସୁଳ ସାଜିଥିଲେ ତେଣୁ ହୁଏତ ଏଥିପାଇଁ ରବିଙ୍କ ଅକାଳ ମୃତ୍ୟୁ ଘଟିଥାଇପାରେ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଲୋକଙ୍କ କହିବା ମୁତାବକ ଏବେ ପୋଲିସ ତଦନ୍ତ ଉପରେ ଭରସା କରାଯିବା ଛଡ଼ା ଆଉ କିଛି ବାଟ ନାହିଁ, ପୋଲିସ ପ୍ରଶାସନ ପକ୍ଷରୁ ଯଦି ନିରପେକ୍ଷ ଏବଂ ଉପଯୁକ୍ତ ତଦନ୍ତ ହେଲେ ହୁଏତ ରବି ସୋନିଙ୍କ ଅକାଳ ମୃତ୍ୟୁ ଘଟଣାର ପର୍ଦ୍ଧାଫାଶ ହୋଇ ପାରେ । କିନ୍ତୁ ସତ୍ ସାମ୍ନା କୁ ଆସିବାର ସମ୍ଭାବନା କ୍ଷୀଣ ରହିଛି। କୁହାଯାଉଛି ଯେ, ରବି ସୋନି ଜନସ୍ବାର୍ଥ ପାଇଁ ସୂଚନା ଅଧିକାର ଆଇନ ବଳରେ ପାଇଥିବା ତଥ୍ୟ କୁ ଭିତ୍ତିକରି ଅନେକ ସମୟରେ ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟାଚାରୀ ମାନଙ୍କ ବିରୁଦ୍ଧରେ ଅଭିଯୋଗ କରି ସର୍ବ ସାଧାରଣରେ ସେମାନଙ୍କ ମୁଖା ଖୋଲିଥିବା ଯୋଗୁଁ ସେମାନଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନ ର ସମ୍ମୁଖୀନ ହେବାକୁ ପଡିଥିଲା। ରବି ସୋନିଙ୍କ ପତ୍ନୀ ଶ୍ରୀମତୀ ସୁନିତା ଦେବୀଙ୍କ ବୟାନ କୁ ଭିତ୍ତି କରି ଯଦି ପୋଲିସ ତଦନ୍ତ କରନ୍ତି ଯେ, ରବି ଜନୈକ ପ୍ରଭାବଶାଳୀ ବ୍ୟକ୍ତି ଙ୍କୁ ଭେଟିବାକୁ ଯାଉଛି ବୋଲି କହି ଘରୁ ବାହାରି ଥିଲେ ଏବଂ ତାପରେ ସେ ଆଉ ଘରକୁ ଫେରି ନାହାନ୍ତି ଏବଂ ପରବର୍ତ୍ତୀ ସମୟରେ ଏ ସଙ୍କ୍ରାନ୍ତରେ ସେ ବ୍ରଜରାଜନଗର ଥାନାରେ ଏତଲା ମଧ୍ୟ ଦେଇଛନ୍ତି। ଏତଲା ପାଇବାପରେ ପୋଲିସ ରବି କୁ ଖୋଜାଖୋଜି କରୁଥିବା ବେଳେ ଇବ ନଦୀ ମଶାଣି ନିକଟରୁ ରବି ପିନ୍ଧିଥିବା ଚପଲ ଓ ସ୍କୁଟି ଉଦ୍ଧାର କରିବା ପରେ ଓ ଡ୍ରାଫ୍ଟ ଟିମ୍ ଅଗ୍ନିଶମ ବିଭାଗ ନଦୀରେ ରବି ସୋନିଙ୍କୁ ଖୋଜାଖୋଜି କରିବା ପରେ ପୁଣି ଆର ଦିନ ଖୋଜାଖୋଜି କଲା ବେଳେ ଉକ୍ତ ମଶାଣିକୁ ଲାଗିକି ଥିବା ନଦୀ କୂଳରୁ ରବି ସୋନିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ରବି ସୋନି ନିଖୋଜ ହେବାର ପୂର୍ବ ଦିନ ଠାରୁ ରବି ସୋନିଙ୍କ ବ୍ୟକ୍ତିଗତ ମୋବାଇଲ ଫୋନ୍ ପୋଲିସ ହେପାଜତରେ ରହିଥିବା ମାମଲା , ରବି ସୋନିଙ୍କ ସାନ ଭାଇ ଭିକ୍କି ସୋନିଙ୍କ ବାବା ବୈଦ୍ୟନାଥ ଧାମ ଅଭିମୁଖେ ଧାର୍ମିକ ଅନୁଷ୍ଠାନ ପାଇଁ ଯାଇଥିବା ସମୟରେ ଏବଂ ରବି ସୋନି ତଥାକଥିତ ପ୍ରଭାବଶାଳୀ ବ୍ୟକ୍ତି ଙ୍କୁ ଭେଟିବାକୁ ଯିବାପରେ ନିଖୋଜ ହେବା ଓ ପରବର୍ତ୍ତୀ ସମୟରେ ରବି ସୋନିଙ୍କ ମୃତଦେହ ଇବ ନଦୀ ମଶାଣି କୁଳରେ ମିଲିବା ଘଟଣା କୁ ଲୋକେ ସହଜେ ଗ୍ରହଣ କରିପାରୁ ନାହାନ୍ତି କି ଆତ୍ମହତ୍ୟା ଥୟୋରୀ କୁ ମଧ୍ୟ ଗ୍ରହଣ କରିପାରୁ ନାହାନ୍ତି‌ । ରବି ର ଶବ ମିଳିବା ପରେ ତାଙ୍କ ପତ୍ନୀ ମିଡ଼ିଆ କୁ ଦେଇଥିବା ଚାଞ୍ଚଲ୍ୟ କର ବୟାନ ଯେ ରବିର ମୁଣ୍ଡ ପଛପଟେ ଓ ସାମ୍ନାରେ, ଆଖିରେ, ଓଠରେ, ପିଠିରେ, କାନ୍ଧରେ, ଜଂଘରେ ଆହୁରି ବିଭିନ୍ନ ଜାଗାରେ ଗଭୀର କ୍ଷତ ଚିହ୍ନ କହୁଛି ଯେ, ରବି କୁ ନିସ୍ତୁକ ମାଡ଼ ମାରି ନଦୀରେ ଫିଙ୍ଗି ଦିଆଯାଇଛି। । ଏଥିପାଇଁ ରବି ସୋନିଙ୍କ ଅକାଳ ମୃତ୍ୟୁ ଏକ ଶୁନିୟୋଯିତ ଷଡ଼ଯନ୍ତ୍ର ହୋଇପାରେ ବୋଲି ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି କରିଛି। ଏଣୁ ଉପରୋକ୍ତ ଘଟଣାକ୍ରମ ଯୋଗୁଁ ଏହି ମାମଲାର ତଦନ୍ତ ଭାର ସ୍ବତନ୍ତ୍ର ଏଜେନ୍ସୀ ସିଂ ବି ଆଇ ମାଧ୍ୟମରେ କରାଯିବାର ଆବଶ୍ୟକତା ରହିଛି ବୋଲି ରବିର ଶୁଭେଚ୍ଛୁ ମାନେ ମତ ପ୍ରକାଶ କରିଛନ୍ତି। ଏବଂ କହିଛନ୍ତି ଯେ, “କଣ ଅସାଧୁ ରାଜନେତା ପୁଞ୍ଜିପତି ଏବଂ ପ୍ରଶାସନିକ ସିଷ୍ଟମରେ ଥିବା ଲୋକଙ୍କ ସାମ୍ନାରେ ଆଜି ସତ୍ୟ ପରାସ୍ତ ହୋଇଗଲା”? ଲୋକଙ୍କ ମନରେ ଏଭଳି ଭାବନା ସୃଷ୍ଟି ହେବା କୈ।ଣସି ମତେ ଶାସନ ପ୍ରଶାସନ ଏବଂ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ଶୁଭଙ୍କର ନୁହେଁ। ଏଥିପାଇଁ ସତ୍ ଉନ୍ମୋଚିତ କରାଯିବାର ଆବଶ୍ୟକତା ରହିଛି।

Spread the love

Leave a Reply

Your email address will not be published. Required fields are marked *