ଗାଇସିଲେଟରେ କୁକୁର ବାର ଜଣଙ୍କୁ କାମୁଡ଼ିଲା l
ଗାଇସିଲେଟରେ କୁକୁର ବାର ଜଣଙ୍କୁ କାମୁଡ଼ିଲା l
ଗାଇସିଲେଟ – (କଳିଙ୍ଗ 24- ଅଗଷ୍ଟ 26th 2026)କାଲି ଓ ଆଜି ମିଶି ବାରଜଣ କୁକୁର କାମୁଡ଼ାରେ ଗାଇସିଲେଟରେ ଆକ୍ରାନ୍ତ ହେଲେଣି, ଅଥଚ ଗାଇସିଲେଟ ବାସୀ ସୁପ୍ତ ଅବସ୍ଥାରେ l ଘଟଣାଟି ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ହନୁମାନ ଛକ ନିକଟରେ l କାଲି ପରି ଆଜି ସକାଳ ସାତଟାରେ ଯାହାର କେହି ଲୋକ ନାହିଁ, ସେ ହେଉଛନ୍ତି ନୃସିଂହ କଲେତ ତାଙ୍କୁ ଏପରି ଭାବରେ ଗାଇସିଲେଟ ହନୁମାନ ଛକରେ ପାଗଳ କୁକୁର ଆସି କାମୁଡିବାରେ ଲାଗିଲା ଭାବିଲେ ଦେହ ଥରି ଉଠିବ !! କିନ୍ତୁ ବଞ୍ଚିବାର ଥିଲେ ଭଗବାନ ସଦୟ ହୁଅନ୍ତି, ଯେ ଯଥାସ୍ଥାନରେ ମୋହନ ମହାନନ୍ଦ ନାମକ ଜଣେ ଦୁର୍ବଳ ହାତରେ ବାଡି ଧରିଚାଳନ୍ତି, ସେ ଦୟା ପରବସ ହୋଇ ନୃସିଂହଙ୍କୁ କାମୁଡି ତଳେ ପକାଇବା ବେଳେ ବାଡ଼ିଯୋଗେ କୁକୁରକୁ ପିଟି ଥିଲେ l ଯାହା ଫଳରେ ବିଚରାର ଜୀବନ ବଂଚି ଯାଇଥିଲା l ଏପଟେ ନୃସିଂହ ଗୋଡ଼ ଭାଙ୍ଗିଥିବାରୁ ଚାଲି ନ ପାରିବାରୁ ସହlରା ହୋଇ ଚlଳନ୍ତି ଓ ମୋହନ ସେପରି ଦୁର୍ବଳ ଶରୀର ଥରିଥରି ବାଡ଼ି ସାହାରାରେ ଚାଲନ୍ତି ଓ ସେହି ବାଡ଼ିଯୋଗେ ପିଟିବାରୁ କୁକୁର ଗୁରୁତର ଖଣ୍ଡିଆ କରି ବାଡ଼ି ଭୟରେ ଚାଲି ଯାଇଥିଲା l ଉଭୟେ ଦୁର୍ବଳ ହୋଇଥିବାରୁ ଘଟଣାଟି ବିପଦ ପୁର୍ଣ ଥିଲା l ଜଣେ ସଦୟଙ୍କ ଅଭିଯୋଗ କ୍ରମେ ଦମକଳ ବିଭାଗ ମୁଖ୍ୟ ବେଦବ୍ୟାସ ପିଙ୍ଗଙ୍କ ନେର୍ଦେଶ କ୍ରମେ LFF ଶ୍ରୀ ଗୋବିନ୍ଦ ବିଶ୍ୱାଳ କର୍ମୀ ଆଶୁତୋଷ ପlତ୍ର, ବିପ୍ର ଧାରୁଆ, ରାଜେଶ ସାଗର ଓ ହିରୋଜ ବେହେରା ଯଥାଶୀଘ୍ର ପହଁଞ୍ଚି ସେବାରେ ଲାଗିପଡିଲେ l ଓ ସେମାନେ କୁହନ୍ତି ମାନବ ସେବା ମାଧବ ସେବା ଅଟେ l କିନ୍ତୁ କାଲିଠୁ ବହୁ ଲୋକଙ୍କୁ କୁକୁରଟି କାମୁଡି ସାରିଥିବା ପରେ ଗାଁ ଲୋକେ ସୁପ୍ତ ଥିବାରୁ ଆଜି ପୁଣି ବିପଦ ଘେରିଆସି ଚାରି ଜଣଙ୍କୁ କୁକୁର ଖଣ୍ଡିଆ କରିପାରିଲା l ପୁଣି ଗାଁରେ ଗାଁ କମିଟି ଗାଁ ର ଦେଖ ଭାଲ କରନ୍ତି ଓ ସେମାନେ ସବୁ ଶିକ୍ଷିତ ହୋଇଥିବାରୁ ଗାଁରେ ଉନ୍ନତି ମୂଳକ କାମ ଅଛପା ନାହିଁ କହିଲେ ଚଳେ l ପ୍ରତ୍ୟେକ ଗାଁ ଗଲି କନ୍ଧିରେ ସୋଲାର ଓ ଷ୍ଟ୍ରିଟ ଲାଇଟ ଭରପୁର, କିନ୍ତୁ ଗାଁର ମୁଖ୍ୟ ଛକ ଯେଉଁଠାରେ କୁକୁର କାମୁଡ଼ିଛି ତାହା ଗାଁର ମୁଣ୍ଡ କୁହାଯିବ ସେଠାରେ ବତୀନାହିଁ ଓ ରାତିରେ କିଟିକିଟି ଅନ୍ଧାର ଜଣାପଡେ l ଆଗରୁ ଜଣେ ସରପଞ୍ଚ ଶ୍ରୀ ଭାରତ ଦାସ ତିନିଟି ଲାଇଟରେ ଆଲୋକିତ କରିଥିବା ବେଳେ ଏବର ସରପଞ୍ଚ ଲୋକ ଜାଣି ଲାଇଟ ଖଞ୍ଜିଛନ୍ତି ଓ ଅଭିଯୋଗ କାନକୁ ଜଣାପଡ଼ୁ ନାହିଁ, କିପରି ବାଜିବ ଓ କିଏ କେମିତି ବଜେଇବ ସମୟ କହିବ l ଗାଁ କମିଟିର କର୍ତ୍ତବ୍ୟ ଯାହା ଏତିକିରୁ ସ୍ଵଷ୍ଟ ଜାଣିହୁଏ l ଗାଇସିଲେଟ ଗୋଟେ ଶିକ୍ଷିତ ସଂସ୍କାର ଓ ସଭ୍ୟତା ପୁର୍ଣ ହୋଇଥିଲେ ହେଁ ଅସଭ୍ୟ ବ୍ୟବହାର ଓ ଅନୁନ୍ନତରେ ଭରପୁର କେବଳ ସ୍ୱାର୍ଥ ପାଇଁ l ଗାଁ କମିଟିରେ ଯେଉଁମାନେ ଅଛନ୍ତି ଏମାନଙ୍କ ଗାଁ ର ହିତାସାଧନ କାରୀମାନେ l ଯଦି କମିଟି ସଭ୍ୟଙ୍କ ବିପଦ ହୋଇଥାନ୍ତା ତେବେ ଶାସନ ଓ ପ୍ରଶାସନ ଦୋହଲି ଯାଇଥାନ୍ତା l ତଥାପି ବିପଦ ଉପରେ ବିପଦ ବାର ଜଣଙ୍କୁ ହୋଇ ସୁଦ୍ଧା ଅଗ୍ନିଶମ ବିଭାଗ ଖବର ପାଇ ଯଥାଶୀଘ୍ର ପହଁଞ୍ଚି ଗାଁ ଡାକ୍ତରଖାନାକୁ ପହଞ୍ଚାଇ ଡାକ୍ତରଙ୍କ ପରାମର୍ଶ କରି ଔଷଧର ପ୍ରୟୋଗ କରାଇ ଫେରି ଯାଇଥିଲର l ଏହି ବିଭାଗର ଗାଇସିଲେଟ ପ୍ରତି ସହଯୋଗ ଅତୁଳନୀୟ l ଅଗ୍ନିଶମ ବା ଦମକଳ ବିଭାଗରେ ଥିବା ସକ୍ରିୟ ଅଭିନୟ ପ୍ରଶଂସନୀୟ ଅଟେ l ଗାଇସିଲେଟରୁ ଫକୀର ଦୀପ କଳିଙ୍ଗ ଫୋକସ