Header-News-Banner

ଆମ୍ବେଦକର ୟୁଥ୍ ବ୍ରିଗେଡ୍ ପକ୍ଷରୁ ନୂଆଖାଇ ଭେଟଘାଟର ଜୋରଦାର ପ୍ରସ୍ତୁତି

0
2f223ddd-97ca-440a-8fc8-73a8cfe8dcc7

କୋମନା:୩୧:୨୬: ରିପୋଟ,ଗିରେନ୍ଦ୍ର କୁମାର ଜଗତ,କୋଶଳାଞ୍ଚଳର ମହାନ୍ ଗଣପର୍ବ ନୂଆଖାଇକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ସାହ ଓ ଖୁସିର ମାହୋଲ ସୃଷ୍ଟି ହୋଇଛି। ନୂଆଖାଇ ଉପଲକ୍ଷେ ଆସନ୍ତା ୧୫ ସେପ୍ଟେମ୍ବର ୨୦୨୬ ତାରିଖରେ ବୁଦ୍ଧିକୋମନା ଗ୍ରାମରେ ଆମ୍ବେଦକର ୟୁଥ୍ ବ୍ରିଗେଡ୍, ନୂଆପଡ଼ା ପକ୍ଷରୁ ନୂଆଖାଇ ଭେଟଘାଟ୍‌ର ଆୟୋଜନ କରାଯାଉଛି। ଏଥିପାଇଁ ସଂଗଠନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି।
ଏହି ଭେଟଘାଟ୍‌ରେ ବିଭିନ୍ନ ଆକର୍ଷଣୀୟ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ରହିଛି। ବିଶେଷ ଆକର୍ଷଣ ଭାବେ “ଡ୍ୟାନ୍ସ ଧମାଲ୍” ନାମରେ ଡ୍ୟାନ୍ସ କମ୍ପିଟିସନ୍, କବି ସମ୍ମିଳନୀ, ସାମୂହିକ ନୂଆଖାଇ ଓ ଅତିଥିମାନଙ୍କ ସଭା ଆୟୋଜିତ ହେବ। ଏଥିସହିତ ଅଞ୍ଚଳର ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ଖାତା ଓ କଲମ ବଣ୍ଟନ କରାଯିବ।
ନୂଆଖାଇ କେବଳ ଏକ ପର୍ବ ନୁହେଁ, ଏହା କୋଶଳାଞ୍ଚଳର ଭାଇଚାରା, ଏକତା ଓ ସାଂସ୍କୃତିକ ପରମ୍ପରାର ଏକ ଅନନ୍ୟ ପ୍ରତୀକ। ଏହି ଦିନ ସମସ୍ତେ ଏକାଠି ହୋଇ ନୂଆ ଧାନର ନୂଆ ଅନ୍ନକୁ ଦେବାଦେବୀଙ୍କୁ ଅର୍ପଣ କରିବା ସହ ପରସ୍ପରକୁ ନୂଆଖାଇ ଜୁହାର ଜଣାଇଥାନ୍ତି।
ଆମ୍ବେଦକର ୟୁଥ୍ ବ୍ରିଗେଡ୍ ପକ୍ଷରୁ ଆୟୋଜିତ ଏହି ଭେଟଘାଟ୍‌ ମାଧ୍ୟମରେ ଯୁବପିଢ଼ିଙ୍କ ମଧ୍ୟରେ ଭାଇଚାରା, ସାମାଜିକ ଏକତା ଓ ସାଂସ୍କୃତିକ ଚେତନା ବୃଦ୍ଧି କରିବାର ଉଦ୍ୟମ କରାଯାଇଛି। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସଂଗଠନର ସଦସ୍ୟ ଓ ଯୁବକମାନେ ବିଭିନ୍ନ ଦାୟିତ୍ୱ ନେଇ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି।
ଏହି ନୂଆଖାଇ ଭେଟଘାଟ୍‌ରେ ଅଞ୍ଚଳବାସୀଙ୍କ ବ୍ୟାପକ ଯୋଗଦାନ ସହ କାର୍ଯ୍ୟକ୍ରମଟି ଏକ ଭବ୍ୟ ଓ ସ୍ମରଣୀୟ ସାଂସ୍କୃତିକ ଉତ୍ସବରେ ପରିଣତ ହେବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *