ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବାଲାଜୀ ବିହାରରେ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ
କଳାହାଣ୍ଡି , ଭବାନୀପାଟଣା ୩୧/୦୮: ରୁପେନ୍ଦ୍ର ସୁନାନୀ: କଳାହାଣ୍ଡି ଜିଲ୍ଲା,ଭବାନୀପାଟଣା ସହର ଅନ୍ତର୍ଗତ ସରସ୍ୱତୀ ଶିଶୁ ମନ୍ଦିର ବାଲାଜୀ ବିହାର ଠାରେ ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି।ପ୍ରଜ୍ଞାନ ମିଶନ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ବ୍ଲକ୍ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତାରେ ଭବାନୀପାଟଣା ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୧୨୧ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରି ଶ୍ରୀମଦ ଭଗବଦ ଗୀତାର ବିଭିନ୍ନ ଅଧ୍ୟାୟ ଆବୃତ୍ତି କରିଥିଲେ।ଏହି ପ୍ରତିଯୋଗିତାରେ ତୃତୀୟ ରୁ ପଞ୍ଚମ ଗ୍ରୁପରେ ଦିବ୍ୟାଂଶୀ ପଣ୍ଡା ପ୍ରଥମ, ଆଦ୍ୟାଶା ଗୌଡ଼ ଓ ଅନୁସ୍କା ପଟେଲ ଦ୍ୱିତୀୟ ଏଵଂ ରିତେଶ ପଟେଲ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଷଷ୍ଠ ରୁ ଅଷ୍ଟମ ଗ୍ରୁପରେ ପ୍ରିୟାଂଶୀ ମୁଣ୍ଡ ପ୍ରଥମ, ପୁନମ ସାହୁ ଦ୍ୱିତୀୟ, ଖ୍ରୀତ ପ୍ରଜ୍ଞାନ ଦାଶ ତୃତୀୟ ସ୍ଥାନ ଅଧିକାର କରିଥିଲେ।ସେହିପରି ନବମ ରୁ ଉଚ୍ଚ ମାଧ୍ୟମିକ ସ୍ତର ଗ୍ରୁପ ରେ ବାବୁଲି ମାଝୀ ପ୍ରଥମ, ଭାନୁ ପ୍ରତାପ ନାୟକ ଦ୍ୱିତୀୟ, ଲବଣି କାନ୍ତ ବୋଡ଼କିଆ ତୃତୀୟ ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରଜ୍ଞାନ ମିଶନ ଜିଲ୍ଲା ସଂଯୋଜକ ଗିରିଜା ଶଙ୍କର ବାବୁ, ସନତ ମହାପାତ୍ର, ସୁଶ୍ରୀ ସବିତା ପଟନାୟକ, ନୀଳକଣ୍ଠ ବେହେରା ,ହେମନ୍ତ ମୁଣ୍ଡ ,ବିଭୁତି ଭୂଷଣ ପଣ୍ଡା , ସନ୍ତୋଷ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ହେମନ୍ତ ମୁଣ୍ଡ, ଅରୁଣ ପାଣିଗ୍ରାହୀ, ଆଦିତ୍ୟ ବେହେରା, ବିଶ୍ଵନାଥ ଦାସ, ଦୁଷ୍ମନ୍ତ ମୁଣ୍ଡ, ସୁଚିତ୍ରା ତ୍ରିପାଠୀ ପ୍ରମୁଖ ବିଚାରକ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ।