ବେହେରା ସ୍ଥିତ ଲଖିରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବ ପଲ୍ଲବ କାର୍ଯ୍ୟକ୍ରମ ଅନୁଷ୍ଠିତ
କଳାହାଣ୍ଡି,କୋକସରା ୩୧/୦୮: ରୁପେନ୍ଦ୍ର ସୁନାନୀ:କଳାହାଣ୍ଡି ଜିଲ୍ଲା, ବେହେରା ସ୍ଥିତ ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବପଲ୍ଲବ ଶିରୋନାମାରେ ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷର ଶିକ୍ଷାର୍ଥୀ ମାନଙ୍କୁ ଫୁଲ, ଚନ୍ଦନ ଦେଇ ସ୍ନେହ,ଶ୍ରଦ୍ଧା, ଶୁଭେଚ୍ଛା ଅର୍ପଣ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଉକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୋକସରାର ଇଂରାଜୀ ଅଧ୍ୟାପକ ମଧୁସୂଦନ ନାଗ,ଦନ୍ତେଶ୍ବେରୀ ଉଚ୍ଚ ବିଦ୍ୟାଳୟ ବେହେରାର ସହକାରୀ ଶିକ୍ଷକ ପ୍ରେମଲାଲ କାଣ୍ଡ, ନେଗିଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଲୟର ଇଂରାଜୀ ବିଭାଗର ଅତିଥି ଅଧ୍ୟାପିକା ତନୁଜା ସାହୁ ସହିତ ଅଧ୍ୟାପକ ରଞ୍ଜନ କୁମାର ପଣ୍ଡା, ଅଧ୍ୟାପକ ନିକୁଞ୍ଜ ସାହୁ, ଅଧ୍ୟାପକ ଅକ୍ଷୟ ପଟ୍ଟନାୟକ, ଅଧ୍ୟାପକ ମୋହନ ଚରଣ ବିଶି, ଗ୍ରନ୍ଥାଗାର ସହାୟକ ଫକିର ଚଣ୍ଡି, ଖେଳ ଶିକ୍ଷକ ସୁରେନ୍ଦ୍ର ସାହୁ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ପରାର୍ମଶ ଦେବା ସହ ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ମାର୍ଗଦର୍ଶନ କରିଥିଲେ। ଏହି ଅବସରରେ ଦ୍ଵିତୀୟ ବର୍ଷ ଛାତ୍ରୀ ଅମ୍ବିକା ସାହୁ, ଲଭଲି ଦୁର୍ଗା, ମମତା ଛତ୍ରିଆ, ବବିତା ନିଆଲ, ଶିବାନୀ ବାଗ, ରଶ୍ମିତା ତାଣ୍ଡି ସ୍ଵାଗତ ସଂଗୀତ ପରିବେଷଣ କରିଥିଲେ। ଏହି ଅବସରରେ ଦ୍ବିତୀୟ ବର୍ଷର ରେଣୁକା ନାଏକ, ଖିରମତି ଜୁଏଡ, ଝରଣା ପଟେଲ, ମେଘାଲୟ ଭୋଇ, ମନିଷା ମେହେର ନିଜ ନିଜ ଅନୁଭୁତି ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମକୁ ବିକାଶ ରାଉତ, ଦ୍ରୋପଦୀ ଗୋପାଳ ସଂଯୋଜନା କରିଥିବା ବେଳେ ଦୁହିତା ଗୋପାଳ ସ୍ବାଗତ ଅଭିଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପରେ ଦ୍ୱିତୀୟ ବର୍ଷ ଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଅବସରରେ ବାର୍ଷିକ ପରୀକ୍ଷା- ୨୦୨୬ ରେ ପ୍ରଥମ ଶ୍ରେଣୀରେ ଉତ୍ତିର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ସାନୁର୍ଯ୍ୟ ଗୋପାଳ ଓ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।