ଜନ୍ମଦିନରେ ମଜା ମଜଲିସ ନୁହେଁ, ଛାତ୍ରଛାତ୍ରୀଙ୍କୁ ବହି-ଖାତା ବଣ୍ଟନଯୁବପିଢ଼ିଙ୍କୁ ସମାଜସେବା ପାଇଁ ପ୍ରେରଣା ଦେବାର ପ୍ରୟାସ
କୋମନା:୨୨:୨୬: (କଳିଙ୍ଗ ଫୋକସ)ରିପୋଟର, ଗିରେନ୍ଦ୍ର କୁମାର ଜଗତ,ଆଜିକାଲି ଅନେକ ଯୁବପିଢ଼ି ଜନ୍ମଦିନକୁ ଧୁମଧାମରେ ପାଳନ କରି ବିଭିନ୍ନ ଭାବରେ ଖର୍ଚ୍ଚ କରୁଥିବା ବେଳେ, କ୍ରିଷ୍ଣା ଗାଁର ମଣ୍ଟୁ ବାଗ ନିଜ ଜନ୍ମଦିନକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି। ଆମ୍ବେଦକର ୟୁଥ ବ୍ରିଗେଡର ସହ ସମ୍ପାଦକ ମଣ୍ଟୁ ବାଗ ନିଜ ଗାଁର ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ବହି ଓ ଖାତା ବଣ୍ଟନ କରି ଜନ୍ମଦିନ ପାଳନ କରିଥିଲେ।
ଛାତ୍ରଛାତ୍ରୀଙ୍କ ସହ ଜନ୍ମଦିନ ପାଳନ କରିବା ସହ ସେମାନଙ୍କୁ ଶିକ୍ଷା ସାମଗ୍ରୀ ପ୍ରଦାନ କରିଥିବା ଏହି ପ୍ରୟାସକୁ ଏକ ଅଭିନବ ପଦକ୍ଷେପ ବୋଲି କୁହାଯାଉଛି। ଏଭଳି ପ୍ରୟାସ ଯୁବପିଢ଼ିଙ୍କୁ ସମାଜସେବା ଓ ଲୋକଙ୍କ ସେବାରେ ଜଡ଼ିତ ହେବା ପାଇଁ ଉତ୍ସାହିତ କରିବ ବୋଲି ମତ ପ୍ରକାଶ ପାଇଛି।
ଏହି ଅବସରରେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଲକ୍ଷ୍ମୀକାନ୍ତ ତାଣ୍ଡି ଉପସ୍ଥିତ ଥିଲେ। ଆମ୍ବେଦକର ୟୁଥ ବ୍ରିଗେଡର ସଭାପତି ଶ୍ରୀଯୁକ୍ତ ନରେନ୍ଦ୍ର ନାଗ ମଣ୍ଟୁ ବାଗଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ସବୁବେଳେ ଲୋକଙ୍କ ସେବାରେ ଜଡ଼ିତ ରହିବା ପାଇଁ ମାର୍ଗଦର୍ଶନ ପ୍ରଦାନ କରିଥିଲେ।