Header-News-Banner

ଗାଁଆ ମୁହାଁ ହାତୀମାନଙ୍କ ଠାରୁ ସୁରକ୍ଷା ପାଇଁ ନିଆରା ସଚେତନତା

0
db4eb1fd-625c-4ab6-8efe-643cb1a20b81

କେନ୍ଦୁଝର. (ଜଗବନ୍ଧୁ ବାରିକ )ତା 22/09/2026 ସୋମବାର ଦିନ କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚ ଡି ଧନରାଜଙ୍କ ମାର୍ଗଦର୍ଶନ, ଗଛ ମଣିଷ ପାରବେଶବିତ ଶ୍ରୀ ଭକ୍ତ ବତ୍ସଳ ମହାନ୍ତି ଙ୍କ ସଂଯୋଜନାରେହରିଚନ୍ଦନପୁରବ୍ଲକ ହୁଣ୍ଡା, ବୁଢ଼ାଖମଣ, ଜିରାଙ୍ଗ, ପିଠାଗୋଳା ପଂଚାୟତରେ ହାତୀ -ମଣିଷ ଲଢେଇର ପ୍ରଶମନ ପାଇଁ ସଚେତନତତା ଅଭିଯାନ ଚାଲିଛି l କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ଓ କେନ୍ଦୁଝର ବନଖଣ୍ଡର ମିଳିତ ଆନୁକୂଲ୍ୟରେ, ବୁଢ଼ାଖମଣ ପଂଚାୟତ ର ନଳପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ, 120ଜଣ ଛାତ୍ର ଛାତ୍ରୀମାନଙ୍କ ସକ୍ରିୟ ଅଂଶଗ୍ରହଣ ପରିବେଶରେ, ଗାଁଆ ମୁହାଁ ହାତୀପଲ ଙ୍କ ଠାରୁ ସୁରକ୍ଷା ପାଇବା ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି l ପ୍ରଧାନ ଶିକ୍ଷକ ଶ୍ରୀ ବୀରେନ୍ଦ୍ର କୁମାର ସାହୁ ଅଧ୍ୟକ୍ଷତା କରିଥିଲେ l କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ବିକାଶ ଅଧିକାରୀ ସ୍ମୃତିରଞ୍ଜନ ମହାକୁଡ଼ ଯୋଗ ଦେଇ କହିଲେ ହାତୀ ଗାଁଆ କୁ ବା ଗାଁଆ ପାଖ ଜଙ୍ଗଲକୁ ଆସିଲେ ତୁରନ୍ତ, ବନରଖି, ବନପାଳ, ବନାଞ୍ଚଳ ଅଧିକାରୀଙ୍କୁ ଖବର ପଠେଇବେ l ହାତୀ ପଲଙ୍କ ଠାରୁ 200 ମିଟର ଦୁରେଇ ରହିବେ l ବିଳମ୍ବ ଅନ୍ଧାର ରାତିରେ ହାତୀପଲଙ୍କୁ ଖେଦିବାକୁ ଯିବେ ନାହିଁ l ହାତୀ ସ୍ଥିର ହୋଇ ଗଲେ, କାନ ହଲେଇବା ବନ୍ଦକଲେ, ଆଗ ଗୋଡ଼ରେ ମାଟିକୁ ରାମ୍ପୁଡ଼ିଲେ, ବୋବାଇଲେ, ହାତୀ ଅଧଘଂଟା ମଧ୍ୟ୍ୟରେ ମଣିଷଙ୍କୁ ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇଯାଏ ବୋଲି ପ୍ରଶ୍ନଉତ୍ତର ମାଧ୍ୟ୍ୟମରେ ବୁଝାଇ ଥିଲେ l ଶାନ୍ତ ହାତୀ ମାନଙ୍କୁ, ଅଶାନ୍ତ ନ କରିବାକୁ ଅନୁରୋଧ କରିଥିଲେ l ରେଣୁଲତା ସେଠୀ, ପ୍ରଶାନ୍ତ ନାୟକ ଓ ପ୍ରଣବକୃଷ୍ଣ ନାୟକ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *