Header-News-Banner

ହସ୍ପିଟାଲ ଖୋଲିବା ପାଇଁ ବିଧାୟକଙ୍କୁ ଦାବିପତ୍ର

0
IMG-20250801-WA0050

ଚଣ୍ଡିଖୋଲ: ଆଜକୁ ତିନି ମାସ ତଳେ ଏକ ମହିଳା ରୋଗାକ୍ରାନ୍ତ ଅବସ୍ଥାରେ ଯାଜପୁର ଜିଲ୍ଲା ଛତିଆ ସ୍ଥିତ ରୋହିଣୀ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ,ଉକ୍ତ ମହିଳାଙ୍କ ପରିବାର ଲୋକେ ହସ୍ପିଟାଲ ସମ୍ମୁଖରେ ଧାରଣାରେ ବସିବା ସହ ବୈରି ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଏହାକୁ ଭିତ୍ତି କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ ସାହାର୍ଯ୍ୟରେ ରୋହିଣୀ ଘରୋଇ ହସ୍ପିଟାଲର ସ୍ବାସ୍ଥ୍ୟ ପରିବାର କଲ୍ୟାଣର ନିୟମାବଳୀ କୁ ଆଖି ଆଗରେ ରଖି ତୃଟି ଦେଖି ହସ୍ପିଟାଲ କୁ ବନ୍ଦ କରିଥିଲେ ହେଲେ ଆଜି ସ୍ଥାନୀୟ ମହିଳା ଓ ନେଳିଆ ଗ୍ରାମପଞ୍ଚାୟତ ର ନିର୍ବାଚିତ ୱାର୍ଡ଼ ସଭ୍ୟା ମାନେ ସ୍ଥାନୀୟ ଅଞ୍ଚଳର ମହିଳା ଓ କର୍ମଚାରୀ ମାନଙ୍କୁ ଧରି ବଡ଼ଚଣା ବିଧାୟକଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ପହଞ୍ଚି ବଡ଼ଚଣା ବିଧାୟକ ଅମର ନାୟକଙ୍କୁ ସାକ୍ଷାତ କରି ହସ୍ପିଟାଲ ଖୋଲିବା ନେଇ ଦାବିପତ୍ର ପ୍ରଦାନ କରିଥିଲେ, ହସ୍ପିଟାଲ ବନ୍ଦ ହେବା କାରଣରୁ ଆମେ ସ୍ଥାନୀୟ ଅଞ୍ଚଳବାସୀ ପାଖାପାଖି ୧୫ ରୁ ଉର୍ଦ୍ଧ୍ବ ପଞ୍ଚାୟତ ର ଲୋକେ ଉତ୍ତମ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛୁ ରୋହିଣୀ ହସ୍ପିଟାଲ ଆମକୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସହ୍ୟ ହୁଏ, ହସ୍ପିଟାଲ ବନ୍ଦ କାରଣରୁ ଆମେ ସ୍ଥାନୀୟ ଅଞ୍ଚଳବାସୀ ନାନାଦି ସମସ୍ୟାର ସମ୍ମୁଖୀନ ହେବା ସହ କଟକ ଉପରେ ନିର୍ଭର କରିବାକୁ ପଡୁଛି ଏପଟେ ରୋହିଣୀ ହସ୍ପିଟାଲ ର ୨୦ରୁ ଉର୍ଦ୍ଧ୍ବ କର୍ମଚାରୀ ମାନେ ନିଜ ନିଜର ଅଭିଯୋଗ ବିଧାୟକଙ୍କୁ ଜଣାଇଥିଲେ,ହସ୍ପିଟାଲ ବନ୍ଦ କାରଣରୁ ଆମେ ରୋଜଗାର ହାରାଇଅଛୁ,ଆମ ପରିବାର ଭରଣ ପୋଷଣ କରିବାରେ ସମସ୍ୟା ହେଉଛି,ଉଭୟ କର୍ମଚାରୀ ଓ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ଏବଂ ସ୍ଥାନୀୟ ମହିଳା ଯଥାଶୀଘ୍ର ହସ୍ପିଟାଲ ଖୋଲିବା ପାଇଁ ବିଧାୟକଙ୍କ ନିକଟରେ ଦାବି ରଖିଥିଲେ,ପ୍ରିୟଂପ୍ରଦା ଖଟୁଆ ୱାର୍ଡ଼ ସଭ୍ୟା,ଭାରତୀ ବେହେରା ୱାର୍ଡ଼ ସଭ୍ୟା,ସ୍ନେହଲତା ଦାସ,କୌଶଲ୍ୟା ବେହେରା,ଜାନକୀ ସାମଲ,କନକ ଦଳେଇ,ମିଲି ନାଥ ଓ କମଳି ସ୍ୱାଇଁଙ୍କ
ଦାବି ବିଧାୟକ ଶୁଣିବା ପରେ ରୋହିଣୀ ଘରୋଇ ହସ୍ପିଟାଲ ଖୁବଶିଘ୍ର ଖୋଲିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *