ମା’ ଙ୍କ ପାଖକୁ ଦଣ୍ଡ ପ୍ରଣାମ କରି ବାଲେଶ୍ୱର ରୁ ଘଟଗାଁ ଆସିଛି ଭକ୍ତ
ମା’ ର ନାମରେ ଜୟ, ମା ‘ର ନାମ ନେଇ ଗଲେ ନଥାଏ ଭୟ। ମା ଆ କରିଥିଲା ମାନସିକ, ଦଣ୍ଡ ପ୍ରଣାମ କରି ପୁଅ କରିଲା ପୂରଣ। ଆମେ କହୁଛୁ ବାଲେଶ୍ୱର ଜିଲ୍ଲା ସାର୍ଭା ପଞ୍ଚାୟତ ହଳଦୀଗୁଡି ଗ୍ରାମର ଭକ୍ତ ସଞ୍ଜୟ ବିଜୁଳି ଙ୍କ କଥା। ମାନସିକ ପୂରଣ ଲାଗି ଦଣ୍ଡ ପ୍ରଣାମ ରେ ଆସିଛି।ପୁଅର ଦେହ ଅସୁସ୍ଥ ନେଇ ମା ଆ କରିଥିଲେ ମାନସିକ। ଏହି ଗାଁର ଜଗଦୀଶ ବିଜୁଳି ଓ ଟୁନି ବିଜୁଳିଙ୍କ ପୁଅ ସଞ୍ଜୟ ଗତ ମାସ ସତେଇଶ ତାରିଖରୁ ଏହି ଯାତ୍ରା ଆରମ୍ଭ କରିଥିଲେ l ଏହାପରେ ତାଙ୍କ ଏହି ସାଧନା ଦେଖି ରାସ୍ତାରେ ଅନେକ ଶ୍ରଦ୍ଧାଳୁ ଜନସାଧାରଣ ତାଙ୍କୁ ସହଯୋଗରେ ହାତ ବଢ଼ାଇଥିଲେ ଯାହା ଫଳରେ ତାଙ୍କୁ ଆତ୍ମବିଶ୍ୱାସ ବଢିଥିଲା l ଆଉ ପରିଶେଷରେ ସେ ଦୀର୍ଘ ୨୭ ଦିନର ସଂଘର୍ଷ ପରେ ଘଟଗାଁ ମା ତାରିଣୀ ପୀଠରେ ପହଂଚି ମାଙ୍କ ଦର୍ଶନ କରିପାରିଛନ୍ତି l ଏହି ଦୀର୍ଘ ୨୪୦ କିମି ରାସ୍ତା ସେ କେବଳ ମାଙ୍କ ଆଶୀର୍ବାଦ ଓ ଶ୍ରଦ୍ଧାଳୁମାନଙ୍କ ସହଯୋଗ ପାଇଁ ପୁରା କରିପାରିଥିବା କହିଛନ୍ତି ସଞ୍ଜୟ l ସେ ରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି ଆସୁଥିବାବେଳେ ଅନେକ ଜନସାଧାରଣ ରୁଣ୍ଡ ହୋଇଯାଉଥିବା ଦେଖିବାକୁ ମିଳୁଥିଲା l