Header-News-Banner

କୂଳଡିହା ହାତୀ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସୁଛି ସତ;

0
IMG-20251013-WA0031

ନୀଳଗିରି:୧୩/୧୦(କିରଣ ଜିତ୍ ବିଶ୍ଵାଳ)
ବାଲେଶ୍ବର ଜିଲ୍ଲା କୂଳଡ଼ିହା ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର ସାଂଘାତିକ ସତ ସାମ୍ନାକୁ ଆସୁଛି । ଦନ୍ତାକୁ ବିଦ୍ୟୁତ୍ କରେଣ୍ଟ ଦେଇ ହତ୍ୟା କରାଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଗରଡ଼ିହ ପଞ୍ଚାୟତ ଆମ୍ବଝର ଗାଁର ଗୁରୁବା ସିଂ ହାତୀ ମାରିଥିବା ସନ୍ଦେହରେ ବନ ବିଭାଗ ତାଙ୍କୁ ବାନ୍ଧିଛି । ମୃତ ହାତୀର ଶବ ବ୍ୟବଚ୍ଛେଦ ପରେ ଗୁରୁବାଙ୍କୁ ଡାକି ଗିରଫ କରିଛି ବନ ବିଭାଗ । ସେପଟେ ସ୍ବାମୀ ବନ୍ଧା ହେବା ପରେ ତାଙ୍କ ସ୍ତ୍ରୀ ସାଂଘାତିକ ଅଭିଯୋଗ କରିଛନ୍ତି ।ସୂଚନା ଅନୁଯାୟୀ, ନୀଳଗିରି କୂଳଡିହା ଅଭୟାରଣ୍ୟରୁ କିଛି ହାତୀ ଖାଦ୍ୟ ଅନ୍ବେଷଣରେ ବାହାରି ନିକଟସ୍ଥ ଆମ୍ବଝର ଗାଁରେ ଧାନ ଫସଲ ନଷ୍ଟ କରୁଥିଲେ । ଏନେଇ ଆମ୍ବଝର ଗ୍ରାମବାସୀ ବନ ବିଭାଗକୁ ବାରମ୍ବାର ଅଭିଯୋଗ କରୁଥିଲେ । ହେଲେ କୌଣସି ସୁଫଳ ମିଳୁନଥିଲା । ଗାଁର ଗୁରୁବା ସିଂ ବର୍ଷକର ସମ୍ବଳକୁ ସୁରକ୍ଷା ଦେବାକୁ ଚିନ୍ତାରେ ଥିବା ବେଳେ ଜଣେ ସ୍ଥାନୀୟ ପରେଷ୍ଟ ଗାର୍ଡ ସୋଲାର ତାର ବାଡ଼ ଘେରାଇବାକୁ ପରାମର୍ଶ ଦେଇଥିଲେ ବୋଲି ଗୁରୁବାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଧାନ ଫସଲକୁ ସୁରକ୍ଷା ଦେବାକୁ ଯାଇ ଗୁରୁବା ସିଂ ସୋଲାର ତାର କିଣି ଜମି ଚାରିପଟେ ବାଉଁଶରେ ବାନ୍ଧିଥିଲେ । ହେଲେ ସେଥିରେ ସୋଲାର ପ୍ୟାନେଲ ଓ ବ୍ୟାଟେରୀ ସଂଯୋଗ କରିନଥିଲେ । ରାତିରେ ଅନ୍ୟ କେହି ଶତ୍ରୁତା ରଖି ଉକ୍ତ ତାରରେ ବିଦ୍ୟୁତ୍ ସଂଯୋଗ କରି ଦେଇଥିଲେ । ଯାହା ଫଳରେ ହାତୀ ଧାନ ଖାଇବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛି ବୋଲି ଗୁରୁବାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ସେପଟେ କୂଳଡ଼ିହା ରେଞ୍ଜର ସୁବ୍ରତ ବେହେରା ସୁରକ୍ଷା ଦୃଷ୍ଟିରୁ ମୁଖ୍ୟ ଫାଟକରେ ତାଲା ଲଗାଇ ଭିତରେ ରହିଥିବା ଜଣାପଡିଛି !

Spread the love

Leave a Reply

Your email address will not be published. Required fields are marked *