Header-News-Banner

ଝାରଖଣ୍ଡ ଘାଟସିଲା ର ଉପନିର୍ବାଚନ

0
IMG-20251015-WA0290

ଝାରଖଣ୍ଡ ର ଘାଟସିଲା ବିଧାନସଭା ସିଟ୍ ର ଉପନିର୍ବାଚନ ମତଦାନ ତାରିଖ ଘୋଷଣା ହୋଇଯାଇଛି।ଏହି ସିଟ୍ ରେ ୧୧ ନଭେମ୍ବର ଦିନ ମତଦାନ ହେବ। ନିର୍ବାଚନ ଆୟୋଗ ଦ୍ଵାରା ଜାରି ହେଇଥିବା କାର୍ଯ୍ୟକ୍ରମ ଅନୁସାରେ ୧୩ ଅକ୍ଟୋବର ଦିନ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।୨୧ ଅକ୍ଟୋବର ରେ ନାମାଙ୍କନ ପତ୍ର ଶେଷ ତାରିଖ ବୋଲି ସୂଚନା ଦିଆଯାଇଛି।ଏହାପରେ ୨୪ ଅକ୍ଟୋବର ରେ ନାମ ଫେରାଇ ପାରିବେ। ଉପନିର୍ବାଚନ ର ଫଳାଫଳ ୧୪ ନଭେମ୍ବର ରେ ଆସିବ ବୋଲି ସୂଚନା ମିଳିଛି।ରାଜନୈତିକ ସୂତ୍ରରୁ ପ୍ରକାଶ ଏହି ସିଟ୍ ରୁ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ରୁ ରାମଦାସ ସୋରେନ୍ ଙ୍କ ପୁଅ ସୋମେଶ ସୋରେନ ଆଜି ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଭାରତୀୟ ଜନତା ପାର୍ଟି ରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଙ୍କର ପୁଅ ବାବୁଲାଲ ସୋରେନ ମଧ୍ୟ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ମିଳୁଛି।ଏଥର ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ଲଢେଇ ଜୋରଦାର ହେବ ବୋଲି ଅଞ୍ଚଳ ରେ ଚର୍ଚ୍ଚା ହେଉଛି।ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ରାମଦାସ ସୋରେନ୍ ଙ୍କ ପୁଅ ସୋମେଶ ସୋରେନ ବୋହୁତ ବଡ଼ ଖେଳ ଖେଳି ପାରନ୍ତି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି। ପାର୍ଟି ପୁରା ତାକତ ରେ ମଇଦାନ ରେ ବାହାରି ପଡ଼ିଛି, ତା କି ଏହି ସିଟ୍ ଉପରେ ଆଉଥରେ କବଜା କରାଯାଇ ପାରିବ।କଂଗ୍ରେସ ଦଳ ପକ୍ଷରୁ ପୂର୍ବ ପ୍ରଦେଶ ଅଧ୍ୟକ୍ଷ ପ୍ରଦୀପ ବାଲମୁଚୁ ଏହି ସିଟ୍ ରୁ ନିର୍ବାଚନ ଲଢ଼ିବା ପାଇଁ ଇଛା ପ୍ରକାଶ କରିଛନ୍ତି।ଏହା ପାଇଁ ପାର୍ଟି ଲାଇନ୍ ରୁ ତାଙ୍କୁ ବହୁତ ଜୋର ରେ ଅଲଗା ପଦକ୍ଷେପ ନେବା ଉଚିତ୍ ବୋଲି ଅଞ୍ଚଳରେ ଆଲୋଚନା ହେଉଛି।

ସାରସକଣା ରୁ
ପ୍ରଶାନ୍ତ କୁମାର ସାମନ୍ତରାୟ ଙ୍କ ରିପୋର୍ଟ
Kalinga 24 News

Spread the love

Leave a Reply

Your email address will not be published. Required fields are marked *