Header-News-Banner

ମର୍କଟ ଆକ୍ରମଣ ରେ ନାବାଳିକା ଗୁରୁତର ବଙ୍ଗୋମୁଣ୍ଡା,୧୬/୧୦:(ଅନିଲ କୁମାର ଖମାରୀ) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ପୁଟୁପଡା ଗାଁରେ ମାଙ୍କଡ଼ ଆତଙ୍କ । ମାଙ୍କଡଡ଼ ଆକ୍ରମଣରେ ଜଣେ ୫ ବର୍ଷୀୟା ନାବାଳିକା ଗୁରୁତର ହୋଇଛନ୍ତି । ଝିଅଟିକୁ ଗୁରୁତର ଅବସ୍ଥାରେ ତାଙ୍କୁ ଟିଟିଲାଗଡଡ଼ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ମାସକ ପୂର୍ବରୁ ପୁଟୁପଡା ଗାଁର ସଲ୍ୟ ବଛା ଓ ଦୁଇ ଜଣ ମହିଳା, ଭାନପୁର ଗାଁର କିଛି ଲୋକଙ୍କୁ ଆକ୍ରମଣ କରିଥିବା ବେଳେ ଗୁରୁବାର ସକାଳୁ ଜଣେ ନାବାଳିକାଙ୍କୁ ଆକ୍ରମଣ କରିଛନ୍ତି ମାଙ୍କଡ଼ ।

0
IMG-20251016-WA0069

ସୂଚନା ମୁତାବକ, ଗୁରୁବାର ସକାଳ ୯ଟା ୩୦ରେ ପୁଟୁପଡା ଗାଁର ୫ ବର୍ଷୀୟା ନାବାଳିକା ପାଠ ପଢିବା ପାଇଁ ଶିଶୁ ବାଟିକା ଯାଉଥିଲେ । ଏହି ସମୟରେ ୧୦ରୁ ୧୫ ମାଙ୍କଡ଼ ଗଛ ଡାଳ ଉପରେ ଥିଲେ । ସ୍କୁଲ ଯିବା ବେଳେ ଝିଅଟିକୁ ଦେଖି ଗଛ ତଳକୁ ଓହ୍ଲାଇ ଆସି ଝିଅର ଡାହାଣ ଗୋଡ଼କୁ କାମୁଡି ଦେଇଥିଲେ । ଯାହା ଫଳରେ ଝିଅଟି ଆହତ ହୋଇ ରାସ୍ତାରେ ପଡ଼ି ଯାଇଥିଲା । ଏହି ଦେଖି ସେହି ରାସ୍ତା ଦେଇ ଯିବା ଆସିବା କରୁଥିବା ଲୋକ ନାବାଳିକାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକ ଖବର ପାଇ ତୁରନ୍ତ ଚିକିତ୍ସା ପାଇଁ ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରିଛନ୍ତି । ଝିଅଟିର ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ଟିଟିଲାଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ତେବେ ଏନେଇ ବଙ୍ଗୋମୁଣ୍ଡା ରେଞ୍ଜର ପି.ଏନ କୁମ୍ଭାରକୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ମୁଁ ସୁରକ୍ଷା ଗାର୍ଡମାନଙ୍କୁ ପଠାଉଛି । ତୁରନ୍ତ ମାଙ୍କଡ଼ମାନଙ୍କୁ ଘଉଡ଼ାଇବା ପାଇଁ ବନ୍ଦୋବସ୍ତ କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି। ଅନିଲ କୁମାର ଖମାରୀ (ଫୋଟୋ ସହିତ)

Spread the love

Leave a Reply

Your email address will not be published. Required fields are marked *