ଘାଟସିଲା- ଉପନିର୍ବାଚନ- ସରଗରମ
-ବର୍ତମାନ ର ବଡ ଖବର,
ଘାଟସିଲା ଉପନିର୍ବାଚନ ପାଇଁ ବର୍ତ୍ତମାନ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଯାଇଛି।ଘାଟସିଲା ର ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ମୁହାଁ ମୁହିଁ ଆସିଯାଇଛନ୍ତି।ଘାଟସିଲା ଉପନିର୍ବାଚନ ରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ର ପ୍ରାର୍ଥୀ ସୋମେଶ ସୋରେନ ଙ୍କ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ କହିଲେ ଡଜନେ ହେଉ କି ଦୁଇ ଡଜନ ଆସନ୍ତୁ କି ପୂର୍ବତନ ମୁଖ୍ୟମନ୍ତ୍ରୀ ବି ଆସନ୍ତୁ କିନ୍ତୁ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକଲା ତାଙ୍କ ପାଇଁ ଭାରି ପଡିବ। ବିପକ୍ଷ ଯାହା ଗୋଲା ଛାଡ଼ିବ ସେହି ଗୋଲାର ଜବାବ୍ ଆମେ ଦେବୁ। ପୂର୍ବତନ ମୁଖ୍ୟମନ୍ତ୍ରୀ କହିଲେ,ଏକଥା ଆମେ ସମସ୍ତେ ଜାଣିଛେ ଯେତେବେଳେ ସଭାର ଅହଙ୍କାର ଆସେ ଇତିହାସ କହୁଛି,ସେହି ଅହଙ୍କାରକୁ ଜନତା ବିନାଶ କରି ଦେବେ। ଘାଟସିଲା ରାଜନୀତିରେ ଗୋଟିଏ ମୁଖ୍ୟ ସିଟ୍ ଘାଟସିଲା ଅଟେ।ହେମନ୍ତ ସୋରେନ ସରକାର ରେ ଶିକ୍ଷାମନ୍ତ୍ରୀ ଥିଲେ।ରାମ ଦାସ ସୋରେନ ଙ୍କର ମୃତ୍ୟୁ ପରେ ଏଠାରେ ଉପନିର୍ବାଚନ ହେଉଛି।ସିଟ୍ ଏଠାରେ ସୁରକ୍ଷିତ ଅଛି ଆମେ ମାନୁଛୁ, ଝାମୁମୋ ର ମଜଭୂତ ସିଟ୍ ଏହା ମଧ୍ୟ ଆମେ ମାନୁଛୁ କିନ୍ତୁ ଏଥର ସୋରେନ ବନାମ ସୋରେନ ର କଡ଼ା ଟକ୍କର ଦେଖିବାକୁ ମିଳିବ।
ଏପଟେ ବିଜେପି କହୁଛନ୍ତି ଝାରଖଣ୍ଡ ଉପନିର୍ବାଚନ ର ବିଜୟ ପରେ ଆମେ ଦୀପାବଳୀ ମାନିବୁ।ବିଜେପିର ବାଣ ଏଥର ନିଶ୍ଚୟ ଫୁଟିବ NDA ର ବାଣ ମଧ୍ୟ ଫୁଟିବ ।ଆଉ ସେହି ବାଣ ଫୁଟିବା ବିଜୟର ହେବ ଏବଂ ଖୁସୀ ର ହେବ।ଯେମିତି ଲଙ୍କା ବିଜୟ ପରେ ଶ୍ରୀ ରାମ ଚନ୍ଦ୍ର ଫେରିବା ପରେ ସମସ୍ତେ ମିଶି ବିଜୟ ର ବାଣ ଫୁଟାଇ ଥିଲେ।ସାରସକଣା ରୁ
ପ୍ରଶାନ୍ତ କୁମାର ସାମନ୍ତରାୟ ଙ୍କ ରିପୋର୍ଟ
Kalinga 24 News