Header-News-Banner

ସତ୍ୟପାଠରେ ମାମଲାରେ କେଉଁ ତଥ୍ୟ ଦେଇନାହାନ୍ତି ଘାସିରାମ

0
IMG-20251022-WA0192

ଭୁବନେଶ୍ୱର,୨୨।୧୦(ସୁନିତ୍‌ ମିଶ୍ର): ନୂଆପଡ଼ା ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ନାମରେ ଥିବା ୨ଟି ଅଭିଯୋଗର ତଥ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ସତ୍ୟପାଠରେ ଉଲ୍ଲେଖ ନାହିଁ। ସେ ଉପନିର୍ବାଚନ ପାଇଁ ଦାଖଲ କରିଥିବା ସତ୍ୟପାଠରେ ୨ ମାମଲା ସମ୍ପର୍କରେ ଜାଣିଶୁଣି ଉଲ୍ଲେଖ କରିନାହାନ୍ତି। ଏହା ଜନପ୍ରତିନିଧି ଆଇନ-୧୯୫୧ର ଧାରା ୧୨୫-‘କ’ ଅନୁଯାୟୀ ଧର୍ତ୍ତବ୍ୟ ଅପରାଧ। ତେଣୁ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ ସହ ତାଙ୍କ ନାମାଙ୍କନପତ୍ର ନାକଚହେବା ଉଚିତ ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଭାଜପା ପକ୍ଷରୁ ଦାବି କରାଯାଇଛି। ଭାଜପା ରାଜ୍ୟ ଉପସଭାପତି ଯତୀନ ମହାନ୍ତି କହିଛନ୍ତି, ଯେଉଁ କଂଗ୍ରେସରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ, ସେ ଦଳର ନେତାମାନେ ସମ୍ବିଧାନର ମୂଲ୍ୟ କେମିତି ବୁଝିବେ। ନିଜ ମୂଳ ବିଚାରଧାରାରୁ କଂଗ୍ରେସ ସମ୍ପୂର୍ଣ୍ଣ ଓହରିଯାଇଛି। କଂଗ୍ରେସ ଅପରାଧୀ ଏବଂ ଅସାମାଜିକ ତତ୍ତ୍ୱର ଆଡ୍ଡାସ୍ଥଳୀ ପାଲଟିଛି

Spread the love

Leave a Reply

Your email address will not be published. Required fields are marked *