କାଳୀପୂଜା ପାଇଁ ଉତ୍ସବମୁଖର ପୋଡାଶୋଳ ବଜାର
ନୀଳଗିରି:୨୨/୧୦ (କିରଣ ଜିତ୍ ବିଶ୍ଵାଳ)ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ପୋଡାଶୋଳବଜାରରେ ଚାଲିଥିବା ୫୭ବର୍ଷର ମା କାଳୀପୂଜା ଧୁମ୍ ଧାମରେ ପାଳିତ ହେଉଛି। ରଙ୍ଗୀନ୍ ଆଲୋକମାଳା ସାଜସଜ୍ଜା ସାଙ୍ଗକୁ ଝଲସୁଛି ତୋରଣ।ରିତି ନୀତି ଓ ପରମ୍ପରା ଅନୁସାରେ ମା କାଳୀଙ୍କ ପୂଜା କରାଯାଇଛି। ଚଳିତ ବର୍ଷ ଏହି ପୂଜାର ବିଶେଷ ଆକର୍ଷଣ ବଜାର ରାସ୍ତାର ଉଭୟ ପାର୍ଶ୍ବରେ ନିର୍ମିତ ବିଦ୍ୟୁତ ଚାଳିତ କୁଞ୍ଜ ସାଙ୍ଗକୁ ପୌରାଣିକ କଥାବସ୍ତୁକୁ ନେଇ ପ୍ରସ୍ତୁତ ଏବଂ ମା କାଳୀଙ୍କ ର ଦଶାବତାର ଦେଖିବା ପାଇଁ ପ୍ରବଳ ଜନସମାଗମ ହେଉଛି। ପୋଡାଶଳ ରେ ହେଇଥିବା କାଳୀପୂଜା ପ୍ରଥମ ବର୍ଷ ଘଟପୂଜାରୁ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ଏହା ଏକ ବଡ଼ ଧରଣର ହୋଇଆସୁଛି। ପୋଡାଶୋଳ କାଳୀପୂଜା ର ଅନ୍ୟତମ ବିଶେଷତ୍ଵ ହେଲା ବିଭିନ୍ନ ଛୋଟବଡ଼ ବ୍ୟବସାୟୀମାନେ ବିକ୍ରୀବଟା ପାଇଁ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ଆସି ୧୦ରୁ ୧୫ ଦିନ ଏଠାରେ ପସରା ମେଲାଇ ଥାନ୍ତି । ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଯାତ୍ରା କମିଟି ପକ୍ଷରୁ ଜାଜ୍ଞସେନୀ ଅପେରା ଦ୍ବାରା ଯାତ୍ରା ପରିବେଷଣ ବ୍ୟବସ୍ଥା ରହିଛି । ପୋଡାଶୋଳ କାଳୀପୂଜାରେ ଦର୍ଶକଙ୍କ ଭିଡ଼ , ଶାନ୍ତି ଶୃଙ୍ଖଳା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାର ସୁପରିଚାଳନା ପାଇଁ ବଜାର କମିଟି ର ସଭାପତି ଭାସ୍କର ମିଶ୍ର, ସମ୍ପାଦକ ବିନୋଦ ମହାନ୍ତି ଙ୍କ ସମେତ ଅନ୍ୟ ସଦସ୍ୟ
କୈଳାଶ ମହାନ୍ତି,ସୋନ୍ତଷ ସ୍ବାଇଁ ବିକାଶ ପତିଏବଂ ସମସ୍ତ ମେମ୍ବର ମାନେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି।