Header-News-Banner

ଆଉ ଜଣେ ଦାଦନ ଶ୍ରମିକର ମୃତ୍ୟୁ,ଗାଁ କୁ ଆସି ପାରିଲାନି ମୃତ ଦେହ।

0
IMG-20251022-WA0034

କଳାହାଣ୍ଡି, ଧର୍ମଗଡ ଉପଖଣ୍ଡ ୨୨/୧୦: ରୁପେନ୍ଦ୍ର ସୁନାନୀ:
କଳାହାଣ୍ଡି ଜିଲ୍ଲା, ଧର୍ମଗଡ ବ୍ଲକ୍, ଦଣ୍ଡପାଟ ଅଞ୍ଚଳରେ କେତେ ଯେ ଦାଦନ ଶ୍ରମିକର ମୃତ୍ୟୁ ଘଟିଲାଣି ତାହାର ହିସାବ ନାହିଁ। ନା କାହାରି ପାଖରେ ତଥ୍ୟ ଅଛି, ନା କାହାରି ପାଖରେ ସମାଧାନ ଅଛି। ସମସ୍ୟା କୁ ନେଇ ସମସ୍ତେ ନୀରବ। ପୁଣି ଆଉ ଜଣେ ଦାଦନ ଶ୍ରମିକର ମୃତ୍ୟୁ ଘଟିଛି। ମୃତ ଦେହ ମଧ୍ଯ ଗାଁ କୁ ପହଞ୍ଚି ପାରି ନାହିଁ। ତା ଠାରୁ ଦୁଃଖଦ ଖବର କଣ ବା ହୋଇ ପାରେ। ମୃତ ମହିଳା ଦାଦନ ଶ୍ରମିକ ହେଉଛନ୍ତି କଳାହାଣ୍ଡି ଜିଲ୍ଲା,ଧର୍ମଗଡ ବ୍ଲକ ତେଣ୍ଡାପାଲି ଗ୍ରାମ ପଞ୍ଚାୟତ, ସାଗବାହେଲି ଗ୍ରାମର କବିନ୍ଦ୍ର ନାଏକ ଙ୍କ ସ୍ତ୍ରୀ କସ୍ତୁରୀ ନାଏକ( ୪୩)।କିଛି ବର୍ଷ ପୂର୍ବରୁ ସ୍ୱାମୀ ସ୍ତ୍ରୀ ବାହାର ରାଜ୍ୟକୁ ଯାଇ ବିଭିନ୍ନ ଠିକାଦାର, କମ୍ପାନୀରେ ନିୟୋଜିତ ହୋଇ ପେଟ ପାଟଣା କରି ଆସୁଥିଲେ। ଗତ କିଛି ଦିନ ତଳେ କର୍କବାଡ଼, ଖମନ ଠାରେ ଏଜ ଘରୋଇ ମାଲିକ ଠାରେ ରହି କାମ କରୁଥିଲେ।ହେଲେ କସ୍ତୁରୀଙ୍କ ଦେହ ହଠାତ୍ ଅସୁସ୍ଥ ହେବାରୁ ତାଙ୍କୁ ଜିଲ୍ଲା ଚିକିତ୍ସାଳୟ ଖମନ ଠାରେ ଭର୍ତ୍ତି କରାଯାଇ ଚିକିତ୍ସିତ କରାଯାଉ ଥିଲା। କିନ୍ତୁ ସୋମବାର ଦିନ ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟି ଥିଲା। ମୃତ୍ୟୁ ଖବର ଗାଁ ରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରିବାର ଲୋକେ ମୃତ ଶବ ଆଣିବାକୁ ଅସମର୍ଥ ହୋଇ ପଡ଼ିବାରୁ ଶେଷରେ ମଙ୍ଗଳବାର ଦିନ ମୃତ ମହିଳାଙ୍କ ଶବକୁ ସେଠାରେ ସତ୍କାର କରାଯାଇଥିବା ଜଣା ପଡିଛି। ସରକାର ପରେ ସରକାର ବଦଳିଲା।କିନ୍ତୁ ଅଞ୍ଚଳର ଦାଦନ ସମସ୍ୟାର ସମାଧାନ ହୋଇ ପାରିଲା ନାହିଁ।କାହାକୁ ବା ଦୋଷ ଦେବା। ଧନ୍ୟ ସେହି ନେତା, ମନ୍ତ୍ରୀ, ଧନ୍ୟ ସେହି ଶାସନ କରୁଥିବା ସରକାର।

Spread the love

Leave a Reply

Your email address will not be published. Required fields are marked *