Header-News-Banner

ମାଝିଗୁଡାରେ କଳସ ଯାତ୍ରା ସହ କୁରାଲ ପୂଜା ଆରମ୍ଭ

0
IMG-20251125-WA0110

କଳାହାଣ୍ଡି,କୋକସରା ୨୫/୧୧: ରୁପେନ୍ଦ୍ର ସୁନାନୀ: କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ, ମାଝୀଗୁଡା,ବଡ ରଣାପଡ଼ା ଠାରେ ଶ୍ରୀ ଶ୍ରୀ କୁରାଲ ପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। କୁମ୍ଭକାର ସମ୍ପ୍ରଦାୟ ପକ୍ଷରୁ ଅନୁଷ୍ଠିତ ହେଉଥିବା ଏହି କୁରାଲ ପୂଜାର ପ୍ରଥମ ଦିବସ ସୋମବାର ଦିନ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ତତ୍ ସହିତ ମଙ୍ଗଳବାର ପୂଜା ଆରମ୍ଭ ହୋଇ ବୁଧବାର ମନୋରଞ୍ଜନ କାର୍ଯ୍ୟକ୍ରମ ଏବଂ ଶୁକ୍ରବାର ପୂର୍ଣ୍ଣାହୁତି ସହ ପ୍ରସାଦ ସେବନର ବ୍ୟବସ୍ଥା ରହିଛି।ଅନୁଷ୍ଠିତ ହେଉଥିବା ଏହି କୁରାଲ ପୂଜାରେ କର୍ତ୍ତା ଭାବରେ ଶ୍ରୀମତୀ ଭୋଜନୀ ରଣା ଓ ଶ୍ରୀ ପଲେଶ୍ୱର ରଣା ପତିପତ୍ନୀ ରହିଥିବା ବେଳେ ପୂଜକ ଭାବରେ ପୁରନ୍ଦର ଦାସ ରହିଛନ୍ତି। ଉକ୍ତ କୁରାଲ ପୂଜା କମିଟିର ସଭାପତି ଭାବରେ ଧନୁର୍ଯ୍ୟ ରଣା, ଉପସଭାପତି ଭାବେ ବିଷ୍ଣୁ ରଣା, ସମ୍ପାଦକ ଭାବରେ କ୍ଷୀରୋଦ ରଣା, କୋଷାଧ୍ୟକ୍ଷ ଭାବେ ରୁନାରାମ ରଣା ରହି ସମସ୍ତ ପୂଜା କାର୍ଯ୍ୟକ୍ରମ କୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରୁଥିବା ବେଳେ ଅନ୍ୟ ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରୁଛନ୍ତି। ମହା ସମାରୋହରେ ପାଳିତ ହେଉଥିବା ଏହି କୁରାଲ ପୂଜାରେ ମାଝିଗୁଡ଼ା ତଥା ଅଞ୍ଚଳର ଶତାଧିକ କୁମ୍ଭକାର ସମ୍ପ୍ରଦାୟର ଲୋକମାନଙ୍କ ସମାଗମ ଦେଖିବାକୁ ମିଳିଛି।

Spread the love

Leave a Reply

Your email address will not be published. Required fields are marked *