ବାଲିଆପାଳର ପୁଅ ସୁବାସ ଚନ୍ଦ୍ର ସାହୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଲେ।
ବାଲିଆପାଳ:ତା:୨୭/୧୧/୨୦୨୫:ରିଖ:(ଜ୍ୟୋତିରଞ୍ଜନ ପଟ୍ଟାୟତ):ବାଲେଶ୍ୱର ଜିଲ୍ଲା ପ୍ରତିନିଧି:
ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଦେଭୋଗ ପଞ୍ଚାୟତ ବିଲକୁମ୍ଭାରୀ ଗ୍ରାମର ଶିବ ପ୍ରସାଦ ସାହୁଙ୍କ ପୁତ୍ର ସୁବାସ ଚନ୍ଦ୍ର ସାହୁଙ୍କୁ ମଞ୍ଚକଳାରେ (ନାଟକ ସହିତ ସାମଗ୍ରିକ ଲୋକକଳା) ପାଇଁ ବୁଧବାର ଲୋକସେବା ଭବନଠାରେ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରୀ ସାହୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଜଣେ କୃତୀ ଛାତ୍ର ହିସାବରେ ରୂପସଜା, ବେଶେ ବିନ୍ୟାସର ସ୍ଵତନ୍ତ୍ର ତାଲିମ ପ୍ରାପ୍ତ କରି ମଞ୍ଚକଳାରେ ନିଜକୁ ଜଣେ ନିପୁଣ ବିନ୍ଧାଣୀ ଭାବରେ ପ୍ରତିପାଦନ କରି ପାରିଥିବାରୁ ତାଙ୍କୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାର ବିତରଣ ଉତ୍ସବରେ ଅତିଥିଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଧାୟକ ବାବୁ ସିଂ, ବିଧାୟକ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ, ସ୍ବତନ୍ତ୍ର ଶାସନ ସଚିବ ଦେବପ୍ରସାଦ ଦାସ, ସଙ୍ଗୀତ ନାଟକ ଏକାଡେମୀ ସଚିବ ଡ. ଚନ୍ଦ୍ରଶେଖର ହୋତା ଉପସ୍ଥିତ ଥିଲେ।ବିଭାଗୀୟ ସଚିବ ବିଜୟ କେତନ ଉପାଧ୍ୟାୟ ଉକ୍ତ ସଭାରେ ସଭାପତିତ୍ବ କରିଥଲେ ।