ଆମଗୁଡା ପାଖରେ ଦୁର୍ଘଟଣା; ଜଣେ ଗୁରୁତର
ଗୋଲାମୁଣ୍ଡା: ୦୪:୧୨ (ଜିତେନ୍ଦ୍ର କୁମାର ମେହେର) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନାଅନ୍ତର୍ଗତ ଆମଗୁଡା ପାଖରେ ବର୍ତ୍ତମାନ ପ୍ରାୟ ରାତ୍ରି ୯ଟା ସମୟରେ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । OR08 G 6564 ନମ୍ବରର ଏକ ବାଇକକୁ ଅଜଣା ଗାଡ଼ି ଧକ୍କା ଦେଇ ପଳାଇ ଯାଇଥିବା ସନ୍ଦେହ ଉତ୍ପନ୍ନ ହୋଇଛି । ଦୁର୍ଘଟଣାରେ ବାଇକରେ ଥିବା ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ଘଟନାସ୍ଥଳକୁ ଆମ୍ବୁଲେନ୍ସ କିମ୍ବା ପୋଲିସ ପହଞ୍ଚିପାରିନାହିଁ। ସ୍ଥାନୀୟଲୋକମାନେ ତାଙ୍କୁ ତତ୍କ୍ଷଣାତ୍ ଉଦ୍ଧାର କରି ହସ୍ପିଟାଲକୁ ପଠାଇବା ପାଇଁ ବ୍ୟବସ୍ଥା କରୁଛନ୍ତି । ଏବଂ ଗୁରୁତର ଆହତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ ।