Header-News-Banner

ମାଟିଆମହୁଲ ଗ୍ରାମ ରେ ଲକ୍ଷ୍ମୀପୂଜା ଅନୁଷ୍ଠିତ

0
IMG-20251204-WA0038

ପଦ୍ମପୁର : (ଜୟନ୍ତ କୁମାର ସେଠ) ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ମେଲଚ୍ଛାମୁଣ୍ଡା ପଂଚାୟତ ଅନ୍ତର୍ଗତ ମାଟିଆମହୁଲ ଗ୍ରାମ ରେ ବହୁ ଧୁମଧାମ ରେ ଲକ୍ଷ୍ମୀପୂଜା ଅନୁଷ୍ଠିତ ହୋଇଥିଲା l ଏହି ଅବସର ରେ ରାଜବୋଡ଼ାସମ୍ବର ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ରଣଜିତ ସିଂ ବରିହା, ସମିତି ସଂଘ ସଭାପତି ଶ୍ରୀଯୁକ୍ତ ଠାକୁର ପ୍ରସାଦ ପଣ୍ଡା ମାଁ ଲକ୍ଷ୍ମୀ ଙ୍କ ଆଶୀର୍ବାଦ ଭିକ୍ଷା ପାଇଁ ପୂଜା ରେ ଯୋଗଦାନ କରିଥିଲେ l ଗାଁ ର ସମସ୍ତ ପୁରୁଷ ମହିଳା ସମସ୍ତେ ଉପସ୍ଥିତ ରହି ଅତିଥି ମାନକୁ ସ୍ୱାଗତ କରିଥିଲେ l ଚଳିତ ବର୍ଷ ପୂଜା କର୍ତା ଭାବେ ଦିଲୀପ ସାହୁ ଓ ଦୀପା ସାହୁ ପୂଜାକାର୍ଯ୍ୟ ତୁଲାଇ ଥିଲେ l ସଭାପତି ଭୀମସେନ ସାହୁ, ସମ୍ପାଦକ କୁମାର ବରିହା, ସୁବାସ ଚନ୍ଦ୍ର ସାହୁ, ସମାରୁ ସାହୁ ପ୍ରମୋଦ ସାହୁ, ସୌକି ସାହୁ ସହଯୋଗ କରିଥିଲେ l ସମସ୍ତ ଙ୍କ ପାଇଁ ଅନ୍ନ ପ୍ରସାଦ ର ବ୍ୟବସ୍ତା କରାଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *