Header-News-Banner

ବିଳାସପୁର ରେ ୨୪ ତମ ମହା ଲଷ୍ମୀ ପୂଜା ପାଇଁ କଳସ ଯାତ୍ରା

0
IMG-20251202-WA0134

ଝାରବନ୍ଧ -୦୨/୧୨(ବଂଶଧର ନାୟକ)
ବିଳାସପୁର ଠାରେ ୨୪ତମ ମହାଲକ୍ଷ୍ମୀ ପୂଜା ଉପଲକ୍ଷେ ଆଜି ମହା ଆଡମ୍ବରରେ କଳସ ଯାତ୍ରା ଅନୁଷ୍ଠିତ ହେଲା । ସାମୁହିକ ମହାଲକ୍ଷ୍ମୀ ପୂଜା କମିଟି ବିଳାସପୁର ରେ ଆୟୋଜନାରେ ହୋଇଥିବା ଏହି ଶୋଭାଯାତ୍ରାରେ ଶହଶହ ମହିଳା ଭକ୍ତିଭାବରେ କଳସ ବୋହି ଯୋଗ ଦେଇଥିଲେ । କଳସ ଯାତ୍ରା ଆରମ୍ଭ ହୋଇ ନଗର ପରିଭ୍ରମଣ କରିଥିଲା । ଏଥିରେ ସାଂସ୍କୃତିକ ଦଳ, ସଂକୀର୍ତନ ଦଳ ସାମିଲ ହୋଇ ପରିବେଶକୁ ଧାର୍ମିକ ରସରେ ଭରିଦେଇଥିଲେ । ଯାତ୍ରା ପରେ ଅଧିବାସ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପୂଜା କମିଟି ସୂଚନା ଅନୁସାରେ, ୨ ଡିସେମ୍ବରରୁ ପୂଜା ଆରମ୍ଭ, ୪ ଡିସେମ୍ବରରେ ପୂର୍ଣ୍ଣାହୁତି, ଏବଂ ୫ ଡିସେମ୍ବରରେ ଭସାଣି ଯାତ୍ରା ଅନୁଷ୍ଠିତ ହେବ । ପୂଜାର ପ୍ରତିଦିନ ସନ୍ଧ୍ୟାରେ ମାଆଙ୍କ ସନ୍ଧ୍ୟା ଆଳତି ସହିତ ସମସ୍ତ ଭକ୍ତଙ୍କୁ ଭୋଗ ଅନ୍ନପ୍ରସାଦ ବଣ୍ଟନ କରାଯିବ । ତାସହ ସନ୍ଧ୍ୟାରେ କୀର୍ତ୍ତନ ଧାରା, ରଂଗୀନ ବୈଠକି କୀର୍ତ୍ତନ ଧାର୍ମିକ କାର୍ଯ୍ୟକ୍ରମ ଓ ସାଂସ୍କୃତିକ ପ୍ରସଙ୍ଗ ଆୟୋଜିତ ହେବ । ଏହି ତିନିଦିନ ଧାର୍ମିକ ଆୟୋଜନ ଅଞ୍ଚଳରେ ଅପାର ଉତ୍ସାହ, ଶ୍ରଦ୍ଧା ଓ ଭକ୍ତିର ମାହୋଳ ସୃଷ୍ଟି କରିଛି । ମୁଖ୍ୟ କର୍ତ୍ତା ଗୌତମ ପ୍ରଧାନ ତାଙ୍କ ଧର୍ମ ପତ୍ନୀ ପ୍ରେମସିଲା ପ୍ରଧାନ ଙ୍କ ନେତୃତ୍ୱରେ ଏବର୍ଷର ପୂଜାର ବ୍ୟବସ୍ଥା ଶ୍ରେଷ୍ଠ ଭାବରେ କରାଯାଇଛି । ପୂଜାର ସମସ୍ତ କାର୍ଯ୍ୟ ପଣ୍ଡିତ ଝସକେତନ ନନ୍ଦ ଦ୍ୱାରା ପରିଚାଳିତ ହେଉଛି । ବିଳାସପୁର ରେ ମହାଲକ୍ଷ୍ମୀ ପୂଜାର ଏହି ଉତ୍ସବମୟ ପରିବେଶ ଅଞ୍ଚଳରେ ଧାର୍ମିକ ଏକତା ଓ ଆନନ୍ଦର ନୂଆ ପ୍ରତୀକ ଭାବେ ପରିଣତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *