Header-News-Banner

ରୁଟିଶିଳା ରୂପ୍ୟ ଜୟନ୍ତୀ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ।ଯୋଗେଦେଲ ଘଷିପୁର ବିଧାୟକ ଓ ଜିଲ୍ଲା ଉପ ସଭାପତି।

0
IMG-20251202-WA0131


ଘଟଗାଁ, ୦୨l୧୨(ତ୍ରିଲୋଚନ ପାତ୍ର )କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ରୁଟିଶିଳା ପଞ୍ଚାୟତ ଯୁବ ଫୁଟବଲ ଆସୋସିଏସନ ଆନୁକୂଲ୍ୟରେ ଉଦଯାପିତ ହୋଇ ଯାଇଛି ରୂପ୍ୟ ଜୟନ୍ତୀ ଫୁଟବଲ ଟୁର୍ନାମେଣ୍ଟ। ମୁଖ୍ୟଅତିଥି ଭାବେ ଯୋଗଦେଲେ ପୂର୍ବତ୍ତନ ମନ୍ତ୍ରୀ ତଥା ଘଷିପୁର ବିଧାୟକ ବଦ୍ରିନାରାୟଣ ପାତ୍ର। ସମ୍ମାନିତ ଅତିଥି କେନ୍ଦୁଝର ଜିଲ୍ଲା ବିଜେଡି ଉପ ସଭାପତି ସେକ ଇମ୍ରାନ ଯୋଗଦେଇ ମଞ୍ଚର ଶୋଭା ବର୍ଦ୍ଧିତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଘଟଗାଁ ବ୍ଲକ ଅଧ୍ୟକ୍ଷ ଯଦୁମଣୀ ନାଏକ, ଜିଲ୍ଲା ପରିଷଦ ଯାଜ୍ଞସେନି ମହାନ୍ତ, ସରପଞ୍ଚ ଗତିକୃଷ୍ଣ ନାଏକ,ସମାଜସେବୀ ଖଗେଶ୍ୱର ମହାନ୍ତ,ଉପଦେଷ୍ଟା ନୀଳମଣୀ ମହାକୁଡ଼,କପିଳ ବେହେରା,ବ୍ଲକ ସଭାପତି ହେମନ୍ତ ନାଏକ, ବ୍ଲକ କୋଷାଧ୍ୟକ୍ଷ ସରୋଜ ପରିଡା ଓ ସାମ୍ବାଦିକ ସଞ୍ଜୟ ସାହୁ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ରୂପ୍ୟ ଜୟନ୍ତୀ ଫୁଟବଲ ପ୍ରତିଯୋଗିତାରେ ସର୍ବମୋଟ ୩୨ଗୋଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ସେଥିମଧ୍ୟରୁ ଗ୍ରୁପ ଏ ବିଜେତା ଦଳ ବେନାମ ବଦସା ସହିତ ଗ୍ରୁପ ସି ବିଜେତା ଦଳର ବେବି ଏସ୍କ ଆଇ ବାଂଶପାଳ ମଧ୍ୟରେ ସେମି ଫାଇନାଲ ମ୍ୟାଚ ହୋଇଥିଲା।ଏଥିରେ ପ୍ରତିଦ୍ବନ୍ଦୀ ଦଳକୁ ପରାସ୍ତ କରି ବେନାମ ବଦସା ଫାଇନାଲ ମ୍ୟାଚ କୁ ଉତୀର୍ଣ୍ଣ ହୋଇଥିଲା। ଦ୍ଵିତୀୟ ରାଉଣ୍ଡରେ ଗ୍ରୁପ ବି ବିଜେତା ଦଳର ହାତିନୋଟା ଜଗବଳିଆ ଏଫ ସି ଓ ଗ୍ରୁପ ଡି ବିଜେତା ଦଳର ସୁନ୍ଦରଗଡ଼ ଗଣୁଆ ଏଫ ସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜଗାବଳିଆ ଏଫ ସି ହାତିନୋଟା ଗଣୁଆ ଏଫ ସି କୁ ପରାସ୍ତକରି ଫାଇନାଲ ମ୍ୟାଚ କୁ ଉତୀର୍ଣ୍ଣ ହୋଇଥିଲା।ପରେ ଦୁଇ ବିଜେତା ଦଳ ଜଗାବାଳିଆ ଏଫ ସି ଓ ବେନାମ ବାଦସା ମଧ୍ୟରେ ଘୋମାଘୋଟ ସଂଘର୍ଷ ହୋଇଥିଲା। ହେଲେ ଉଭୟ ପ୍ରତିଦ୍ବନ୍ଦୀ ଦଳ ପ୍ରତିଯୋଗିତା ସଂଘର୍ଷ ଥିବାରୁ ପେଣ୍ଡାଲ ଟିକ ମ୍ୟାଚ ହୋଇଥିଲେ ସୁଧା ବିଜେତା ଦଳ ନିର୍ଣ୍ଣୟ ହୋଇ ପାରିନଥିଲା। ଶେଷରେ ଭାରତୀୟ ମୁଦ୍ରା ଦ୍ୱାରା ଟସ ମାଧ୍ୟମରେ ବେନାମ ବଦସା ବିଜୟ ହେବାପରେ ବିଜେତା ଦଳକୁ ନଗଦ ଏକ ଲକ୍ଷ ଭାରତୀୟ ମୁଦ୍ରା ପୂର୍ବତ୍ତନ ମନ୍ତ୍ରୀ ତଥା ବର୍ତ୍ତମାନର ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଙ୍କ କରକମୋଳାରେ ପ୍ରଦାନ ହୋଇଥିଲା।ଏହି ସଂଘର୍ଷ ପୂର୍ଣ୍ଣ ପ୍ରତିଯୋଗିତାକୁ ଚୁନୁ ସିଂ, ବିନୋଦ ହନାଂଗା,ବରୁଣ ବେହେରା, ଚକ୍ରଧର ଚାଟର୍ଯ୍ୟ,ବିର୍ଜୁ ମୁଦାୟା ପରିଚାଳନା କରିଥିଲେ।ସହଯୋଗ କରିଥିଲେ ଯଜାତି କେଶରୀ ନାଏକ,ଉତ୍ତମ ବେହେରା,ବଲ୍ଲଭ ନାଏକ,ପ୍ରଶାନ୍ତ ବେହେରା , ମନୋଜ ପଲେଇ ଓ ଗ୍ରାମ ବାସୀ ବୃନ୍ଦ।

Spread the love

Leave a Reply

Your email address will not be published. Required fields are marked *