କେ କେ ଏନ ସ୍ପୋର୍ଟିଙ୍ଗ କ୍ଲବ ଆନୁକୂଲ୍ୟରେ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ
କୋଇଡ଼ା ୨୦/୦୨ (କଳିଙ୍ଗ ଫକସ୍) ଜିତେନ୍ଦ୍ର ପଲେଇ: କେ କେ ଏନ ସ୍ପୋର୍ଟିଙ୍ଗ କ୍ଲବ ଆନୁକୂଲ୍ୟରେ ଗୋଟିଏ ସୁନ୍ଦର ଓ ସ୍ମୃତିମୟ ବନ୍ଧୁ ମିଳନ ଉତ୍ସବ ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବ୍ଲକ ଅନ୍ତର୍ଗତ କାଲଟା ପଞ୍ଚାୟତରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଦିନ ପରେ କ୍ଲବର ପୁରୁଣା ଓ ନୂତନ ସଦସ୍ୟମାନେ ଏକତ୍ରିତ ହୋଇ ସ୍ନେହ, ସମ୍ମିଳନ ଓ ଭାଇଚାରାର ଅଦ୍ଭୁତ ପରିବେଶ ସୃଷ୍ଟି କରିଥିଲେ।
ଉଲ୍ଲେଖନୀୟ ଯେ, କ୍ଲବଟି କମଣ୍ଡ ଅଞ୍ଚଳରେ ଫୁଟବଲ୍ ପ୍ରତିଯୋଗିତା ଆୟୋଜନ କରି କୋଇଡ଼ା ଅଞ୍ଚଳରେ ଖେଳ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ଗଢ଼ି ତୋଳିଛି। ବିଭିନ୍ନ କ୍ରୀଡା ଓ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ କ୍ଲବ ଯୁବପିଢ଼ୀଙ୍କୁ ସକାରାତ୍ମକ ଦିଗରେ ଆଗେଇ ନେବାରେ ଅଗ୍ରଣୀ ଭୂମିକା ନେଇଆସୁଛି। ଏହା ଫଳରେ ଅଞ୍ଚଳବାସୀଙ୍କ ମନରେ କ୍ଲବ ପ୍ରତି ଗର୍ବ ଓ ଆତ୍ମୀୟତାର ଭାବନା ଆହୁରି ବୃଦ୍ଧି ପାଇଛି।
ଏହି ବନ୍ଧୁ ମିଳନ ଉତ୍ସବରେ କୋଇଡ଼ା ସରପଞ୍ଚ ହୃଷିକେଶ ଦେହୁରୀ ସହ ଇନ୍ଦ୍ରମଣି ବେହେରା, ସନାତନ ଘଣା, ଅଶୋକ ପାତ୍ର, ମିତ୍ର ଭାନୁ ପାତ୍ର, ଗୋପବନ୍ଧୁ ବେହେରା, ପ୍ରମୋଦ ନାଏକ, ମହେନ୍ଦ୍ର ଘଣା, ଭରତ ବେହେରା, ମାନୁ ହୁହାର, ସୁଦର୍ଶନ ପାତ୍ର ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହି କ୍ଲବର ପୂର୍ବତନ ସଫଳତାକୁ ସ୍ମରଣ କରିଥିଲେ। ସେମାନେ ଆଗାମୀ ଦିନରେ ଅଧିକ କ୍ରୀଡା, ସାମାଜିକ ଓ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସମୂହିକ ସଙ୍କଳ୍ପ ଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମଟିକୁ ସୁଚାରୁ ଓ ଶୃଙ୍ଖଳାବଦ୍ଧ ଭାବରେ ପରିଚାଳନା କରିଥିଲେ କ୍ଲବର ସଭାପତି, ସମ୍ପାଦକ, କେଶିୟର ଓ ସମସ୍ତ ସଦସ୍ୟବୃନ୍ଦ। ସମସ୍ତଙ୍କ ସମ୍ମିଳିତ ପ୍ରୟାସରେ ଅନୁଷ୍ଠାନଟି ଅତ୍ୟନ୍ତ ଆକର୍ଷଣୀୟ ଓ ସ୍ମରଣୀୟ ହୋଇପାରିଥିଲା।
ଶେଷରେ ସମସ୍ତେ ମିଶି ଆନନ୍ଦମୟ ପରିବେଶରେ ସ୍ମୃତିଚାରଣ, ଆଲୋଚନା ଓ ସାମୂହିକ ଭୋଜନରେ ଯୋଗଦେଇ ବନ୍ଧୁତ୍ୱର ସମ୍ପର୍କକୁ ଆହୁରି ଦୃଢ଼ କରିଥିଲେ। ଏହି ବନ୍ଧୁ ମିଳନ ଉତ୍ସବ ଅଞ୍ଚଳରେ ସାମ୍ପ୍ରୀତି, ଏକତା ଓ ସହଯୋଗର ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଛି।
କଳିଙ୍ଗ ଫକସ୍