Header-News-Banner

ଛାତ୍ରଛାତ୍ରୀ ଙ୍କ ନ୍ୟାୟ ନିମନ୍ତେ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ

0
IMG-20260220-WA0128

କଳାହାଣ୍ଡି ଜିଲ୍ଲା ଜୁନାଗଡ ସ୍ଥିତ shree ganesh higher secondary school ରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ହାରାହାରି ଆଠ ଦଶ ଜଣ ଛାତ୍ରଛାତ୍ରୀ ଙ୍କ ଆଡମିଟ କାର୍ଡ ନ ପାଇବାରୁ +2 ବାର୍ଷିକ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ,,,ଏହି ଅଭିଯୋଗ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ପାଖକୁ ଆସିବା ରୁ ଆଜି ରାଜ୍ଯ ସଭାପତି ଧନଞ୍ଜୟ ଦୀପ୍ ଙ୍କ ନେତୃତ୍ଵରେ ସାଧାରଣ ସମ୍ପାଦକ ଶତ୍ରୁଘ୍ନ ନାଏକ ଗୋଲାମୁଣ୍ଡା ବ୍ଳକ ସଭାପତି ରାମ କୁମାର ସେନାପତି,ସୁକାନ୍ତ ନାଏକ, ତ୍ରିଲୋଚନ ନାଏକ ଏକ ଟିମ୍ ବିଦ୍ୟାଳୟ ଗ୍ରାଉଣ୍ଡ ଜିରୋ କୁ ଯାଇଥିଲେ ,, ବିଦ୍ୟାଳୟ ରେ ବିଦ୍ୟାଳୟର ଏମ୍ ଡି , ପ୍ରିନ୍ସିପାଲ କେହି ନ ଥିଲେ,, ଫୋନରେ ପଚାରିବାରୁ ସନ୍ତୋଷ ଜନକ ଉତ୍ତର ରଖି ପାରିଲେ ନାହିଁ,,, ଛାତ୍ରଛାତ୍ରୀ ମାନଙ୍କ ଅଭିଯୋଗ ହେଉଛି ବିଦ୍ୟାଳୟର ସବୁ ପ୍ରକାର ଫିଜ ନେଇଛନ୍ତି ଆଉ ଆଡମିଟ କାର୍ଡ ଆସିବ ଆସିବ ବୋଲି କହି କହି ଶେଷ ସମୟରେ କହିଲେ ବୋର୍ଡ଼ ର କିଛି ଅସୁବିଧା ଯୋଗୁଁ ଆଡମିଟ କାର୍ଡ ଆସିଲା ନାହିଁ,, ଆଉ ବର୍ଷକୁ ପରୀକ୍ଷା ଦେବ,,, ଆଉ ଏହି ବିଷୟ କାହାକୁ କହିଲେ ଅସୁବିଧା କରିଦେବୁ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଧମକ ଦେବାରୁ ଅନେକ ଛାତ୍ରଛାତ୍ରୀ ଚୁପ ରହିବା ଅଭିଯୋଗ ଆସୁଛି,,, ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏହି ବିଷୟ ଉପରେ ଜିଲ୍ଲା ପ୍ରଶାସନ ଓଡ଼ିଶା ସରକାର ନିରପେକ୍ଷ ତଦନ୍ତ କରି ଦୋଷୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ଯାନୁଷ୍ଠାନ ନେବା ସହ ବିଦ୍ୟାଳୟର ପରମିଷନ କୁ ରଦ୍ଦ କରିବାକୁ ସାଧାରଣରେ ଦାବି ହେଉଛି,,, +2 ବାର୍ଷିକ ପରୀକ୍ଷାରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀ ହେଲେ ଶୁଭଦୀପା ହଂସ,ଡଲି ଖଡିଆ, nilendri Rout, ବିକାଶ ନାଏକ,ଏହିଭଳି ଅନେକ ଛାତ୍ରଛାତ୍ରୀ,। କଳାହାଣ୍ଡି ଜୁନାଗଡ଼ ରୁ ବାଲେଶ୍ଵର ସୁନାନୀ ଙ୍କ ରିପୋର୍ଟ କଲିଙ୍ଗ ୨୪ନିଉଜ।

Spread the love

Leave a Reply

Your email address will not be published. Required fields are marked *