Header-News-Banner

ଘର ପୋଡିରେ ସର୍ବଶାନ୍ତ ପରିବାର, ସହାୟତା ପ୍ରଦାନ କଲେ ସମିତିସଭ୍ୟ

0
IMG-20260225-WA0033

ମୟୁରଭଞ୍ଜ :(ଦେବ କୁମାର )୨୫/୦୨ ମୋରଡା : ମୟୁରଭଞ୍ଜ ଜିଲ୍ଲାର ମୋରଡା ବ୍ଲକରେ ଜଣଙ୍କ ଆଜବେଷ୍ଟର ପୋଡି ପାଉଁଶ ହୋଇଯାଇଛି।ସେହିପରି ମୋରଡା ବ୍ଲକର ପଳାଶବଧ ଗ୍ରାମର ସ୍ୱର୍ଗତ ଯଦୁନାଥ ମହାନ୍ତଙ୍କ ଆଜବେଷ୍ଟର ଘର ପୋଡିରେ ତାଙ୍କ ଦୁଇ ପୁଅଙ୍କ ପରିବାର ମଧ୍ୟ ସର୍ବଶାନ୍ତ ହୋଇ ବେସାହାରା ହୋଇପଡିଛନ୍ତି । ସମସ୍ତେ ଅତି ଗରିବ ଶ୍ରେଣୀର ଲୋକେ ହୋଇଥିବାରୁ ଯଥା ଶୀଘ୍ର ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି । ତେବେ ଖବର ପାଇ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିର୍ଦେଶ କ୍ରମେ ଦାନ୍ତିଆମୁହାଁ ସମିତି ସଭ୍ୟ ସୁକୁଲ ମୁର୍ମୁ ମୋରଡା ବ୍ଲକର ସ୍ୱର୍ଗତ ଯଦୁନାଥ ମହାନ୍ତଙ୍କ ପରିବାରକୁ ଭେଟି ଦୁଃଖ ବୁଝି ସହାୟତା ପ୍ରଦାନ କରିବା ସହିତ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ କିପରି ସମସ୍ତ ସରକାରୀ ସୁବିଧା ପାଇବେ ସେ ବାବଦରେ ମାନ୍ୟବର ମନ୍ତ୍ରୀକୁ ଅବଗତ କରାଇବେ ବୋଲି ପ୍ରକାଶ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *