Header-News-Banner

ଏସ୍. ଆର. ସାଇନିଂ ଓଡ଼ିଶା ଫାଉଣ୍ଡେସନ (ସମ୍ଭାବନା ଟ୍ରଷ୍ଟ୍ ).

0
IMG-20260225-WA0035


. ଖଇରା ( ସଂଜୟ କୁମାର ବେହେରା)26/2/ ପକ୍ଷରୁ ମେଗା ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଓ ରକ୍ତ ଦାନ ଶିବିର ଦିନ ୧୦.୦୦ ଘଟିକା ଠାରୁ ଦିବା ୨.୦୦ ଘଟିକା ପର୍ଯ୍ୟନ୍ତ ଏସ୍. ଆର. ଗ୍ରୁପ ଫ୍ୟାକ୍ଟ୍ରି, ଦେଉଳି, ସାଇ ମନ୍ଦିର ପାଖ, ବ୍ରହ୍ମଣପୁଖରୀ ଠାରେ ଅନୁଷ୍ଠିତ ହୋଇଯାଇଛି. ଉକ୍ତ ଶିବିରରେ ରକ୍ତ ଦାନ ଶିବିରରେ ୧୦୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ ଭେଷଜ ବିଶେଷଜ୍ଞ ଅନିଲ କୁମାର ବଗୁଡ଼ି ଓ ଚର୍ମ ରୋଗ ବିଶେଷଜ୍ଞ ଶ୍ରୀକାନ୍ତ ଆଚାର୍ଯ୍ୟ ଉପସ୍ଥିତ ରହି ରୋଗୀ ୪୫୦ ରୋଗୀ କୁ ପରାମର୍ଶ ଦେଇଥିଲେ . ଏବଂ ସିନିୟର ଲାବୋରଟୋରୀ ଟେକନିସିଆନ ଶୁଭ ସୁନ୍ଦର ଦାସ ଉପସ୍ଥିତ ରହି ୩୮୦ ଲୋକଙ୍କର ସମସ୍ତ ପ୍ରକାର ରକ୍ତ ପରୀକ୍ଷା ବିନାମୂଲ୍ୟରେ କରା ଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ସମ୍ଭାବନା ଟ୍ରଷ୍ଟ ର ଅଧ୍ୟକ୍ଷ ଯୁବନେତା ଇଂ. ରାଜେଶ ମୋହାକୁଡ ପୌରହିତ୍ୟ କରିଥିବା ବେଳେ ଅତିଥି ଭାବେ ବିଜେପି. ଜିଲ୍ଲା ସଭାପତି ଇଶ୍ଵର ଚନ୍ଦ୍ର ବେହେରା,ଜିଲ୍ଲା ସାଧାରଣ ସଂପାଦକ ଚନ୍ଦ୍ର ଶେଖର ନନ୍ଦ, ମୁଖ୍ୟ ଅଧିକାରୀ ବାଲେଶ୍ଵର ଜିଲ୍ଲା ରକ୍ତ ଭଣ୍ଡାର
ଡଃ. ବସନ୍ତ କୁମାର ଉପାଧ୍ୟାୟ , ଯୁବନେତା ନୀଳମାଧବ ପଣ୍ଡା, ସମିତିସଭ୍ଯ ବାସନ୍ତୀ ମହାନ୍ତି, ଅଭିମନ୍ୟୁ ରାଉଳ, ସଭାପତି ବରିଷ୍ଠ ନାଗରିକ ମଞ୍ଚ ବିଷ୍ଣୁ ମୋହନ ଶତପଥି ,ମୁଖ୍ୟ ପରିଚାଳକ, ଗାୟତ୍ରୀ ଆଶ୍ରମ
ଶ୍ରୀଯୁକ୍ତ ଦିପ୍ତିକାନ୍ତ ପାଢି,
ଟ୍ଷ ଉଦ୍ୟୋକ୍ତା ଶ୍ରୀଯୁକ୍ତ ରାମଚନ୍ଦ୍ର ମୋହାକୁଡ ଉପସ୍ଥିତ ରହି ଫିତା କାଟି ଶିବିର କୁ ଉଦଘାଟନ କରିଥିଲେ.
ଓ ପ୍ରଦୀପ ପ୍ରଜ୍ଜ୍ଵଳନ କରି ସଭା କାର୍ଯ୍ୟକ୍ରମ ରେ ସମସ୍ତ ଅତିଥି ଅଭିଭାଷଣ ପ୍ରଦାନ କରିଥିଲେ. ଏବଂ ମହିଳା କମିଶନ ର ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି ଉପସ୍ଥିତ ରହି ରକ୍ତ ଦେଉଥିବା ମହିଳା ମାନକୁ ଉତ୍ସାହିତ କରିବା ସହିତ ଏହି କାର୍ଯ୍ୟକ୍ରମ କୁ ଭୂୟସୀ ପ୍ରଶଂସା କରିଥିଲେ. ଯୁବ ସମାଜ ସେବୀ ଇଂ. ରାଜେଶ ମୋହାକୁଡ, ମହେଶ୍ଵର ନାଥ, ମାନସ ମୁଦୁଲି, ଦିନେଶ ଜେନା, ଅରୁସରଣ ମହାକୁଡ ସମସ୍ତ ଅତିଥି ,ଡାକ୍ତର ଓ ଉପସ୍ଥିତ ସାମ୍ବାଦିକ ମାନକୁ ସମ୍ଭାବନା ଟ୍ରଷ୍ଟ୍ ପକ୍ଷରୁ ଉତ୍ତରୀୟ, ମାନପତ୍ର ଓ ଚାରା ଦେଇ ସମ୍ବର୍ଦ୍ଧିତ କରିଥିଲେ. ପରି ଶେଷରେ ଯୁବ ସମାଜ ସେବୀ ଅଧ୍ୟକ୍ଷ. ସମ୍ଭାବନା ଟ୍ରଷ୍ଟ୍. ଇଂ. ରାଜେଶ ମୋହାକୁଡ ନିଜର ବକ୍ତବ୍ୟ ରେ ତାଙ୍କର ପ୍ରଚେଷ୍ଟା ଓ ଉଦ୍ୟମ. ସେବା.. ସମର୍ପଣ… ରେ ସମର୍ଥନ…
ସ୍ଥିରତା..ସମାନତା ଏବଂ ସଶକ୍ତିକରଣ ପାଇଁ ପ୍ରୟାସ..ରେ ନିଜେ ବଞ୍ଚିବା ଓ ଅନ୍ୟକୁ ବଞ୍ଚାଇବା ର ସଂକଳ୍ପ ର ବାର୍ତ୍ତା ଦେବା ସହିତ କିଭଳି ଭବରେ ୨୦୦୫ ରୁ ୨୦୨୬ ଦୀର୍ଘ ୨୧ ବର୍ଷ ଧରି ସମାଜ ସେବା ର ଯାତ୍ରା ଜଳେଶ୍ଵର ରୁ ପୁରୀ ପର୍ଯ୍ୟନ୍ତ କିଭଳି ଭବରେ ବିତିଯାଇଛି ସେ ବିଷୟରେ ଉଦବୋଧନ ଦେଇଥିଲେ. ପ୍ରତ୍ୟେକ ରକ୍ତ ଦାତାଙ୍କୁ ଟି ଶାର୍ଟ , ମହିଳା ମନକୁ ଶାଲ ଓ ସାର୍ଟିଫିକେଟ ପ୍ରଦାନ କରା ଯାଇଥିଲା ଟ୍ରଷ୍ଟର ସଦସ୍ୟ ମହେଶ୍ଵର ନାଥ, ଟ୍ରଷ୍ଟୀ ଅରୁସରଣ ମହାକୁଡ, ଉମେଶ ଜେନା, ଉମେଶ ଗାହାଣ, ଦିପ୍ତିକାନ୍ତ ବେହେରା, ଭକ୍ତହରି ସାହୁ,ଶଶିକାନ୍ତ ରାଉତ
କମଳ ପ୍ରଧାନ ,ଟ୍ରଷ୍ଟ ର ସମସ୍ତ ସଭ୍ୟ, ସଭ୍ଯ, କର୍ମକର୍ତ୍ତା ଓ ଏସ୍. ଆର. ଗ୍ରୁପ ର କର୍ମ କର୍ତ୍ତା ପ୍ରମୁଖ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସହଯୋଗ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *