Header-News-Banner

ନିଖୋଜ ଶିକ୍ଷକଙ୍କ ମୃତଦେହ ଠାବ କଲା ମୈନପୁର ପୋଲିସ|

0
IMG-20260225-WA0031


ଝରିଗାଁ(କଳିଙ୍ଗ ଫୋକସ -ଭଜମନ ଭରତିଆ)- ଗତ 21ତାରିଖ ଠାରୁ ନିଖୋଜ ରହିଥିବା ପ୍ରଧାନ ଶିକ୍ଷକ ଅଲେଖ ଚରଣ ଭକ୍ତ ଙ୍କ ମୃତଦେହ ଠାବ କରିବାରେ ସଫଳ ହୋଇଥିବା ସୂଚନା ମିଳିଛି!|ପ୍ରକାଶ ଥାଉକି ଉମରକୋଟ ଥାନା ବଡ ଭରଣ୍ଡୀ ଗ୍ରାମର ଅଲେଖ ଚରଣ ଭକ୍ତ (32) ଝରିଗାଁ ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା ରତାଖଣ୍ଡିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଥିଲେ |ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷା ପାଇଁ ସେ କଲେଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇଥିଲେ |ଶନିବାର ଦିନ ସ୍ୱାଭାବିକ ଭାବେ ଶ୍ରୀ ଭକ୍ତ କଲେଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସମସ୍ତ କାର୍ଯ୍ୟ ସାରି ଅପରାହ୍ନ 12 ଘଣ୍ଟା 10ମିନିଟରେ ବିଦ୍ୟାଳୟରୁ ଘର ଅଭିମୁଖେ ବାହାରି ପଡ଼ିଥିଲେ |ହେଲେ ଅନେକ ସମୟ ବିତିଯାଇଥିଲେ ହେଁ ସେ ଘରେ ପହଂଚି ନଥିଲେ |ତେଣୁ ପରିବାର ଲୋକ ଖୋଜିବା ଆରମ୍ଭ କରି ଦେଇଥିଲେ |ଶ୍ରୀ ଭକ୍ତ ଧରିଥିବା ଦୁଇଟା ମୋବାଇଲ ନମ୍ବର ବାରମ୍ବାର କଲ କରିଥିଲେ ହେଲେ ଦୁଇଟା ଯାକ ନଂ ସ୍ବୀଚଅଫ ଥିବା ଜାଣି ଭକ୍ତଙ୍କ ବଡଭାଇ ଝରିଗାଁ ଥାନାରେ ଏକ ଏତଲା ଦେଇଥିଲେ |ଏତଲାକୁ ଭିତିକରି ଝରିଗାଁ ପୋଲିସ ଏକ ଟିମ ଗଠନ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା |ଆଜି ଛତିଶଗଡ ରାଜ୍ୟର ମେନପୁର ଜଙ୍ଗଲରୁ ଶ୍ରୀ ଭକ୍ତଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି |ଘଟଣା ସ୍ଥଳରେ ମୃତକ ଙ୍କ ବାଇକ ଭୋଟର କାର୍ଡ ଓ ଆଧାର କାର୍ଡ ମଧ୍ୟ ଜବତ ହୋଇଛି |ହେଲେ କେଁଉ ପରିସ୍ଥିତିରେ ଆତ୍ମହତ୍ୟା କଲେ ଓ କାହିଁକି ଆତ୍ମହତ୍ୟା କଲେ ଏ ସମ୍ପର୍କରେ କାହା ପାଖରେ କିଛି ତଥ୍ୟ ନାହିଁ |ତଦନ୍ତ ପରେ ସବୁ ଜଣାପଡିବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି |

Spread the love

Leave a Reply

Your email address will not be published. Required fields are marked *