Header-News-Banner

ଏ ସି ଏମ୍ ଓ ଙ୍କ କାର୍ଯ୍ୟ ଅବହେଳା ଯୋଗୁଁ ଆଜି ପାଣି ପାଇଁ ଡହଳ ବିକଳ ଧୂଙ୍ଗିଆ ପୁଟ ପଞ୍ଚାୟତ ବାସି l

0
IMG-20260225-WA0167

ମାଲକାନଗିରି୨୫/୦୨(ନି:ପ୍ର)ମଣିଷ ଜୀବନ ହେଉଛି ବହୁ ମୂଲ୍ୟବାନ ଯାହା କି ଜଳ ହିଁ ଜୀବନ କାରଣ ଜଳ ସହ ତୁଳନା ଜୀବନ କୁ କରିଥିବା ବେଳେ ଆଜି ସେହି ଜଳ ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ଙ୍କ ଅନେକ ଯୋଜନା ଲୋକଙ୍କ ହିତ କର ପାଇଁ ବସୁଧା ଯୋଜନା ଏବଂ ପ୍ରତି ବର୍ଷରେ ନଳକୂପ ଗୁଡିକ ଖୋନନ କରାଯାଉଛି l ଏଥିପାଇଁ ଅନେକ ଟଙ୍କା ରାଜ୍ୟ ସରକାର ଙ୍କ ଦ୍ଵାରା ମଞ୍ଜୁର କରାଯାଇଥାଏ l ହେଲେ ନଳକୂପ ଗୁଡିକର ମରାମତି କରିବା ପାଇଁ ମଧ୍ୟ ପ୍ରତେକ ପଞ୍ଚାୟତ ରେ କିଛି ଲକଙ୍କୁ ଏସି ଏମ୍ ଓ ଭାବେ ନିଯୁକ୍ତି ଦେଇଛନ୍ତି, ସେମାନଙ୍କ କାମ ନୋଳକୂପ ଗୁଡିକ ଖରାପ ହେଲେ ସୋଜାଡ଼ନ୍ତି ଏବଂ ବସୁଧା ଯୋଜନା ରେ ପ୍ରତେକ ଗ୍ରାମକୁ ସଂଯୋଗ ପାଣି ଟାଙ୍କି ର ରକ୍ଷଣ ବେକ୍ଷଣ କରିବା ସହ ପାଣି ଟାଙ୍କି ର ମଟର ଚଲାନ୍ତି ଯାହା କି ସମୟାନୁଁ ବର୍ତ୍ତୀ ଭାବେ l କିନ୍ତୁ ଏପରି କିଛି ଦେଖିବାକୁ ମିଳୁନାହିଁ ଧୂଙ୍ଗିଆ ପୁଟ ପଞ୍ଚାୟତ ରେ ଥିବା ଅନେକ ଗ୍ରାମରେ ଯାହାକି ଅନେକ ନଳକୂପ ମରାମତି ହେଇନଥିବାରୁ ଅନେକ ଜାଗାରେ ଆଇରନ ପାଣି ବାହାରୁଛି, ଏବଂ ନଳକୂପ ଗୁଡିକ ଖରାପ ହେବାରେ ଲାଗିଲାଣି ଏହା ସରକାରଙ୍କ ଅନେକ ଟଙ୍କା କ୍ଷୟ କ୍ଷତି ହେଉଅଛି ଏବଂ ବସୁଧା ଯୋଜନା ର ପାଣି ଟାଙ୍କି କୁ ମଧ୍ୟ ଚଳାଉ ନାହାନ୍ତି ଏପରି ସମସ୍ୟା ଯୋଗୁଁ ଯିଏ ନା ସିଏ ପାଣି ମନ ଇଚ୍ଛା ପ୍ରକାରେ ବାରମ୍ବାର ମୋଟର ଚଲେଇବା ଦ୍ଵାରା ମଟର ଗୁଡିକ ଓ ବିଦ୍ୟୁତ ବୋର୍ଡ ଖରାପ ହେବାରେ ଲାଗିଲାଣି ଏମିତି ଗ୍ରାମବାସୀ ଙ୍କ ଠାରୁ ଟଙ୍କା ଆଦାୟ କରାଯାଉଛି କିମ୍ବା ପଞ୍ଚାୟତ ରୁ କିଛି ଅର୍ଥ ଖର୍ଚ୍ଚ କରାଯାଉଛି ଏପରି ବାରମ୍ବାର ସୋଯଡ଼ା ଯାଉଛି l ତେଣୁ ଏଠି ଯେଉଁ ଏସି ଏମ୍ ଓ ଅଛନ୍ତି ସେମାନେ ରାଜନୀତି ସହ କଂଟ୍ରାକଟିଂଗ କରିବାରେ ବ୍ୟସ୍ତ ଏପଟେ ନିରୀହ ଆଦିବାସୀ ଲୋକେ ପାଣି ପାଇଁ ଡହଳ ବିକଳ,ଆଜକୁ ୨ ରୁ ୩ ବର୍ଷ ହବ କେହି କାମ କରୁନଥିବାର ପଞ୍ଚାୟତ ବାସୀ ଙ୍କ ଅଭିଯୋଗ ହେଇଅଛି l ଏବିଷୟରେ ଧୂଙ୍ଗିଆ ପୁଟ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି କର୍ଣ୍ଣପାତ ଦେଉନାହାନ୍ତି l ଯଦି ଓ ଵା ଏହି କର୍ମଚାରି କାମ କରୁନାହାନ୍ତି ଓ ୨ରୁ ୩ ବର୍ଷ ହେଲାଣି ଏସି ଏମ୍ କେଉଁ ମାନେ କାର୍ଯ୍ୟ ରତ ଓ କେଉଁ ମାନେ କାର୍ଯ୍ୟ ନ କରି ଅନ୍ୟାନ୍ୟ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ତା ହେଲେ ତାର ସତ୍ୟା ସତ୍ୟ ତଦନ୍ତ କରି ଏହାର ସ୍ଥାୟୀ ସମାଧାନ କଲେ ନିରୀହ ଜନସାଧାରଣ ଆଉ ପିଇବା ପାଣି ସମସ୍ୟା ଭଗି ନ ଥାନ୍ତେ l ଯଦି ଓ ସରକାରଙ୍କ ନିୟମ କୁ ଅବମାନନା କରି କାମ କରୁନଥିବା ଏସି ଏମ୍ ଓ ଙ୍କ ଦରମା ହେଇଛି ନା ନାହିଁ l ଲୋକଙ୍କ ଟିକସ ଟଙ୍କା କୁ ମନଇଚ୍ଛା ବିନା କାମ ରେ ବାଟ ମାରଣା ହେଇଛି ନା ନାହିଁ,ତାର ମଧ୍ୟ ସତ୍ୟା ସତ୍ୟ ତଦନ୍ତ କରି ଲୋକଙ୍କ ସମ୍ମୁଖରେ ନଜିର ଆଣିଲେ ଭଲ ହେଇଥାନ୍ତା ବୋଲି ମଧ୍ୟ ଉକ୍ତ ପଞ୍ଚାୟତ ବାସି ଓ ବୃଦ୍ଧିଜୀବୀ ଙ୍କ ପ୍ରଶ୍ନ ଉଠୁଛି l ଦେଖାଯାଉ ଏହି ଅଭିଯୋଗ କେଉଁମୁଡ ନେଉଛି ତା ଦେଖିବା କୁ ବାକି ରହିଲା l

Spread the love

Leave a Reply

Your email address will not be published. Required fields are marked *