Header-News-Banner

ଚୁଡାଖାଇ ଯାତ୍ରାଡଙ୍ଗର ପରିଦର୍ଶନ କଲେ ବୌଦ୍ଧ ଜିଲ୍ଲାପାଳ,

0
IMG-20260225-WA0036

କଣ୍ଟାମାଳ ୨୫:୦୨:୨୦୨୬(ପୂର୍ଣ୍ଣ ଚରଣ ସାହୁ )ବୌଦ୍ଧ ଜିଲ୍ଲା ପଞ୍ଚରା ଅଞ୍ଚଳର ପ୍ରସିଦ୍ଧ ଦେବୀପୀଠ ତଥା ପର୍ଯ୍ୟଟନସ୍ଥଳ ଚୁଡ଼ାଖାଇ ଯାତ୍ରା ଡଙ୍ଗରର ବିକାଶ ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଜିଲ୍ଲାପାଳ ବିଭୂତି ଭୂଷଣ ନାଏକ ଉକ୍ତ ସ୍ଥାନକୁ ପରିଦର୍ଶନ କରି ପାହାଡ ଉପରେ ଥିବା ମା ମାହେଶ୍ୱରିଙ୍କ ଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ବିଶେଷ କରି ମାର୍ଗଶୀର ମାସର ଶେଷ ଗୁରୁବାରରେ ଅନୁଷ୍ଠିତ ହେଉଥିବା ମା’ ମାହେଶ୍ୱରୀଙ୍କ ପ୍ରସିଦ୍ଧ ‘ଚୁଡାଖାଇ ଯାତ୍ରା’କୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ପର୍ଯ୍ୟଟନ ସ୍ଥଳୀର ବିକାଶ ଯଥା, ପାହାଡ଼ ଉପରେ ଥିବା ପଞ୍ଚରା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ମାହେଶ୍ୱରୀଙ୍କ ମନ୍ଦିରକୁ ଯିବା ପାଇଁ ସୁବିଧା ଜନକ ପାହାଚ ନିର୍ମାଣ, ରାସ୍ତାଘାଟର ଉନ୍ନତିକରଣ, ଏବଂ ଆଲୋକିକରଣ, ଶ୍ରଦ୍ଧାଳୁଙ୍କ ପାଇଁ ପିଇବା ପାଣି, ବିଶ୍ରାମ ନେବା ପାଇଁ ଆଶ୍ରୟସ୍ଥଳୀ, ଭୋଗ ମଣ୍ଡପ ନିର୍ମାଣ ବିଷୟରେ ଆଲୋଚନା କରି ଏସବୁର ନିର୍ମାଣ ପାଇଁ ରୂପରେଖ ପ୍ରସ୍ତୁତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟକି ପୂର୍ବରୁ ଏନେଇ ଅଞ୍ଚଳବାସୀ ​ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ, ଫଳରେ ପ୍ରଶାସନିକ ସ୍ତରରେ ଏସ୍ଥାନର ବିକାଶ ପାଇଁ ତତ୍ପରତା ପାଇଥିବା ଦେଖାଯାଇଛି। ପ୍ରତିବର୍ଷ ଏସ୍ଥାନରେ ପାଳିତ ହେଉଥିବା  ଯାତ୍ରାରେ ବୌଦ୍ଧ ଜିଲ୍ଲା ସମେତ ପଡୋଶୀ ସୁବର୍ଣ୍ଣପୁର, ବଲାଙ୍ଗିର, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଆସି ପାହାଡ଼ ଚଢ଼ି ମା’ଙ୍କ ଦର୍ଶନ କରିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି। ଏହି ସ୍ଥାନର ସମସ୍ୟା ଓ ବିକାଶ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଜିଲ୍ଲାପାଳ ନିଜେ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଏଠାରେ ପହଞ୍ଚିଥିଲେ। ​ପରିଦର୍ଶନ ସମୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସଚନ୍ଦ୍ର ଦଣ୍ଡସନା,ବୌଦ୍ଧ ବିଡ଼ିଓ ଯୁଗଳ କିଶୋର ବିଶ୍ୱାଳ, ସରପଞ୍ଚ ଶରତ କର୍ଣ୍ଣ ସମେତ ସମ୍ପୃକ୍ତ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *